ପ୍ରମୂଖ ଖବର
  • ତାମିଲ ଅଭିନେତା-କମେଡ଼ିଆନ ଏସ୍‌. କୃଷ୍ଣମୂର୍ତ୍ତି ଦେହାନ୍ତ, ୭୧ ବର୍ଷ ବୟସରେ ପରଲୋକ
  • ||
  • ଢେଙ୍କାନାଳ : ଅଜଣା ଯୁବକଙ୍କ ଗଳିତ ମୃତଦେହ ଠାବ, ତଦନ୍ତ କରୁଛି ପୁଲିସ
  • ||
  • ଶ୍ରୀମନ୍ଦିରର ଅନନ୍ୟ ପରମ୍ପରା, ଆଜି ବାଡ଼ି ନୃସିଂହଙ୍କ ଚାରି ଆଶ୍ରମ ବିଜେ ସହ ଶ୍ରୀକ୍ଷେତ୍ର ପରିକ୍ରମା କରିବେ
  • ||
  • ବୌଦ୍ଧ: ଭିଜିଲାନ୍ସ ପଞ୍ଝାରେ ବୌଦ୍ଧ ଏମ୍‌ଭିଆଇ ଗୋଳାପ ଚନ୍ଦ୍ର ହାଁସଦା ,ଏକାକାଳୀନ ୬ଟି ସ୍ଥାନରେ ଚାଲିଛି ଚଢ଼ାଉ
  • ||
  • ଦୁଇଦିନିଆ କେନ୍ଦୁଝର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ମା’ ତାରିଣୀଙ୍କ ନଡ଼ିଆ ସଂଗ୍ରହ ଗାଡ଼ିର କରିବେ ଶୁଭ ଉଦ୍‌ଘାଟନ
  • ||
  • ରାୟଗଡ଼ା : ଦୋକାନ ଘର ଉପରେ ଚଢିଗଲା ଟ୍ୟାଙ୍କର; ଜଣେ ମୃତ ୨ ଗୁରୁତର
  • ||
  • ଅଧ ରାତିରେ ଭୂକମ୍ପରେ ଥରିଲା ପାକିସ୍ତାନ, ରିକ୍ଟର ସ୍କେଲରେ ତୀବ୍ରତା ୪.୮ ରେକର୍ଡ
  • ||
  • ବଳଙ୍ଗା ପୀଡ଼ିତା ମୃତ୍ୟୁ ଘଟଣା, ଆଜି ଦିଲ୍ଲୀ ଏମ୍‌ସରେ ମୃତଦେହ ବ୍ୟବଚ୍ଛେଦ ପରେ ମରଶରୀର ଓଡ଼ିଶା ଅଣାଯିବ
  • ||
  • ଜୀବନ ଯୁଦ୍ଧରେ ହାରିଗଲେ ବଳଙ୍ଗା ପୀଡ଼ିତା,ଘଟଣାରେ କାହାର ସମ୍ପୃକ୍ତି ନାହିଁ କହିଲା ପୁଲିସ, ରାଜନୀତି କରନି କହିଲେ ବାପା
  • ||
  • ବାଲେଶ୍ୱର : ଦହିସଡା ପାଟଣା ସାହିରେ ଅଗ୍ନିକାଣ୍ଡ, ହୁତୁହୁତୁ ହୋଇ ଜଳିଗଲା ୨ ବଖରା ଘର
  • ||
  • ଦିନରେ ଗୁଳୁଗୁଳି, ରାତିରେ ବର୍ଷା; ଆଜି ଉତ୍ତର ଓଡ଼ିଶାରେ ଅଳ୍ପ, ଦକ୍ଷିଣରେ କାଁଭାଁ ବର୍ଷା ସମ୍ଭାବନା
  • ||

'ସମ୍ବଲପୁରୀ ଭାଷା, ସାହିତ୍ୟ ଓ ସଂସ୍କୃତିର ଗୌରବମୟ ପରିଚୟକୁ ଆଗେଇ ନେବା' : ଧର୍ମେନ୍ଦ୍ର ପ୍ରଧାନ

Published By : Rasmita Pradhan | August 1, 2025 11:48 AM

ଭୁବନେଶ୍ୱର, ୦୧/୦୮ :  କେନ୍ଦ୍ର ଶିକ୍ଷା ମନ୍ତ୍ରୀ ତଥା ସମ୍ବଲପୁର ସାଂସଦ ଧର୍ମେନ୍ଦ୍ର ପ୍ରଧାନ ଆଜି ସମ୍ବଲପୁରୀ ସାହିତ୍ୟ ସାଧକ ଗୁରୁ ଶ୍ରୀ ସତ୍ୟନାରାୟଣ ବହିଦାରଙ୍କ ପବିତ୍ର ଜନ୍ମଦିନ ଅବସରରେ ପାଳିତ ହେଉଥିବା “ସମ୍ବଲପୁରୀ ଦିନ୍”ର ଶୁଭେଚ୍ଛା ଜଣାଇଛନ୍ତି। ଏକ ଭିଡ଼ିଓ ବାର୍ତ୍ତା ଯୋଗେ ଗୁରୁ ଶ୍ରୀ ସତ୍ୟନାରାୟଣ ବହିଦାରଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି। କେନ୍ଦ୍ରମନ୍ତ୍ରୀ କହିଛନ୍ତି, ସମ୍ବଲପୁରୀ ଦିନ ପାଳନ କରିବା ଉପରେ ସମଗ୍ର ବିଶ୍ୱର ଆଜି ନଜର ପଡିଛି। “ସମ୍ବଲପୁରୀ ଦିନ୍‌”ର ମୂଳ ଉଦ୍ଦେଶ୍ୟ ହେଉଛି ନିଜର ଭାଷା, ନିଜର ସାହିତ୍ୟ ଓ ନିଜର ସଂସ୍କୃତି ପ୍ରତି ଗୌରବମୟ ପରିଚୟ ତିଆରି କରିବାର ପ୍ରଚେଷ୍ଟା । 

ଗୁରୁ ଶ୍ରୀ ସତ୍ୟନାରାୟଣ ବହିଦାର ସମ୍ବଲପୁରୀ ଭାଷା, ସାହିତ୍ୟ ଏବଂ ସଂସ୍କୃତିକୁ ଗୋଟିଏ ଗରିମାମୟ ପରିଚୟ ଦେବା ପାଇଁ ନିଜର ଜୀବନକୁ ସମର୍ପିତ କରିଥିଲେ । ସମ୍ବଲପୁରୀ ଭାଷା ହେଉଛେ ମଧୁର ଭାଷା, ସମ୍ବଲପୁରୀ ସାହିତ୍ୟ ହେଉଛେ ଉଚ୍ଚକୋଟୀର ଜୀବନ-ଦର୍ଶନର ସାହିତ୍ୟ, ସମ୍ବଲପୁରୀ ସଂସ୍କୃତି ହେଉଛି ଅନ୍ୟର ଉପକାର ଏବଂ ଅନ୍ୟର ଜୀବନରେ ଖୁସି ଆଣିଦେବାର ମହାନ ସଂସ୍କୃତି । ସମ୍ବଲପୁର ଅଞ୍ଚଳର ଭାଷା, ସାହିତ୍ୟ, ସଂସ୍କୃତି ସାଧାରଣ ମନୁଷ୍ୟର ଜୀବନର କଥା କୁହେ । ଏହାସହ ସମ୍ବଲପୁର ଅଞ୍ଚଳର ବାନ୍ଧକଳାର ରଙ୍ଗୀନ ହାତବୁଣା କପଡ଼ା, ମନମୋହକ ନାଚ-ଗୀତ, ଖାଦ୍ୟପେୟର ସମ୍ଭାର ଜିଲ୍ଲାକୁ ଅନନ୍ୟ ପରିଚୟ ଦେଇଛି। ଏହି କଥାକୁ ନେଇ ଗୁରୁ ଶ୍ରୀ ସତ୍ୟନାରାୟଣ ବହିଦାର ଲେଖିଥିଲେ “ସମ୍ବଲପୁର ର୍ ମାଟି ପାନି, ଝର୍‌ସି ହୀରା ନୀଲା, ଜେ -ଜେ -ମାଁ ସମ୍‌ଲେଇ ଗୋ, ଧଏନ୍ ଧଏନ୍ ତୋର୍ ଲୀଲା ।।”

ଧର୍ମେନ୍ଦ୍ର ଆହୁରି କହିଛନ୍ତି ଯେ, ଆଜିର ସମୟ ହେଉଛି ଆମର ଭାଷା, ସାହିତ୍ୟ, ସଂସ୍କୃତିକୁ ବିଶ୍ୱ ଦରବାରରେ ଉଜାଗର କରିବା । ସମ୍ବଲପୁର ଅଞ୍ଚଳର ବିଚାର ଓ ସଂସ୍କୃତିକୁ ଆଧାର କରି ଭାଇଚାରା ବଢାଇବା । ଆଜିର ସମୟ ହେଉଛି, ଟେକ୍ନୋଲୋଜିର ସମୟ ।  ଆମର ଉନ୍ନତ ଭାଷା, ସାହିତ୍ୟ, ସଂସ୍କୃତି, ନାଚ-ଗୀତ, ଖାଦ୍ୟପେୟ, ସାଂସ୍କୃତିକ ଉତ୍ସବ ଏବଂ ବାନ୍ଧକଲାର କପଡ଼ା ସହ ଟେକ୍ନୋଲୋଜିକୁ ଯୋଡିବା । ଏହି କାମର ଦାୟିତ୍ୱ ଯୁବପିଢିମାନଙ୍କୁ କରିବା ପାଇଁ ସେ ପରାମର୍ଶ ଦେଇଛନ୍ତି । ସେ କହିଛନ୍ତି ଗୁରୁ ଶ୍ରୀ ସତ୍ୟନାରାୟଣ ବହିଦାରଙ୍କର ଜନ୍ମଦିନରେ “ସମ୍ବଲପୁରୀ ଦିନ୍” ଭାବରେ ପାଳନ କରିବା ଦିଗରେ ‘ପଶ୍ଚିମାଞ୍ଚଳ ଏକତା ମଞ୍ଚ’ର ସମର୍ପିତ ଉଦ୍ୟମ ଆଉ ଲୋକମାନଙ୍କର ସହଯୋଗ ବହୁତ ପ୍ରଶଂସନୀୟ । ମା’ ସମଲେଇଙ୍କର ଆଶୀର୍ବାଦ ନେଇ ହାତରେ ହାତ ମିଶାଇ ସମ୍ବଲପୁରୀ ଅସ୍ମିତାର ପରବ “ସମ୍ବଲପୁରୀ-ଦିନ୍‌” ପାଳନ କରିବା। ସମ୍ବଲପୁରୀ ଭାଷା, ସାହିତ୍ୟ, ସଂସ୍କୃତିର ମହକକୁ ସାରା ଦୁନିଆରେ ପ୍ରଚାର କରିବାକୁ ଧର୍ମେନ୍ଦ୍ର ଆହ୍ୱାନ କରିଛନ୍ତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.