ନୂଆଦିଲ୍ଲୀ,୧୦/୧୨: ଦେଶରେ ମୋଟ ୯୯୪ ସମ୍ପତ୍ତି ଉପରେ ଅବୈଧ କବଜା ହୋଇଛି । କେବଳ ତାମିଲନାଡୁରେ ସବୁଠୁ ଅଧିକ ୭୩୪ ସମ୍ପତ୍ତି ରହିଛି ଯାହାକୁ ଅବୈଧ କବଜା କରାଯାଇଛି । ଭାରତୀୟ କମ୍ୟୁନିଷ୍ଟ ପାର୍ଟି ନେତା ଜାନ ବ୍ରିଟାସଙ୍କ ପ୍ରଶ୍ନରେ ସଂସଦରେ ଏହି ପ୍ରସଙ୍ଗରେ ଏକ ଲିଖିତ ଉତ୍ତର ଦେଇଛନ୍ତି କେନ୍ଦ୍ର ସରକାର ।

ଅବୈଧ ସମ୍ପତ୍ତି କବଜାକୁ ନେଇ କେନ୍ଦ୍ର ସରକାର କହିଛନ୍ତି, ଦେଶରେ ୱାକ୍ଫ ଅଧିନିୟମ ଜରିଆରେ ୮୭୨,୩୫୨ ଅଚଳ ଏବଂ ୧୬,୭୧୩ ସଚଳ ସମ୍ପତ୍ତି ପଞ୍ଜିକୃତ ହୋଇଛି । ୯୯୪ ସମ୍ପତ୍ତି ଉପରେ ଅବୈଧ କବଜା ହୋଇଛି । ଦେଶରେ ତାମିଲନାଡୁରେ ସର୍ବାଧିକ ୭୩୪ ସମ୍ପତ୍ତି ରହିଛି । ସେହିପରି ଆନ୍ଦ୍ରପ୍ରଦେଶରେ ୧୫୨, ପଞ୍ଜାବରେ ୬୩ ଓ ଉତ୍ତରାଖଣ୍ଡରେ ୧୧ ଏବଂ ଜମ୍ମୁକାଶ୍ମୀରରେ ୧୦ ଏହିପରି ସମ୍ପତ୍ତି ରହିଛି ଯାହାକୁ ଅବୈଧ ଭାବେ କବଜା କରାଯାଇଛି ବୋଲି କେନ୍ଦ୍ର ମନ୍ତ୍ରୀ କିରଣ ରିଜୁଜୁ କହିଛନ୍ତି ।

୨୦୧୯ ପରଠୁ ୱାକ୍ପକୁ ମିଳିନାହିଁ ଜମି- କେନ୍ଦ୍ରୀୟ ଆବାସ ଓ ସହରୀକରଣ ମାମଲାରେ ମନ୍ତ୍ରଣାଳୟ ରାଜ୍ୟସଭାର କହିଛନ୍ତି, କେନ୍ଦ୍ର ସରକାର ଦ୍ବାରା ୨୦୧୯ ପରଠୁ ୱକ୍ଫ ବୋର୍ଡକୁ କୌଣସି ଜମି ମିଳିନାହିଁ ।