ପ୍ରମୂଖ ଖବର
  • ହିମାଚଳ ପ୍ରଦେଶରେ ପ୍ରକୃତିର ତାଣ୍ଡବ; ୩୭ ମୃତ, ୪୦୦ କୋଟିରୁ ଅଧିକ କ୍ଷୟକ୍ଷତି
  • ||
  • ଇଣ୍ଡିଆ-ଇଂଲଣ୍ଡ ଦ୍ବିତୀୟ ଟେଷ୍ଟ,କ୍ୟାପ୍ଟେନ୍ ଶୁବମନଙ୍କ ଡବଲ ସେଞ୍ଚୁରୀ, ୫୧୦ ରନ୍‌ ପିଛା କରୁଛି ଘରୋଇ ଦଳ
  • ||
  • ମୟୂରଭଞ୍ଜ : କାଶିଆବେଡା ଗାଁରେ ଅଭାବନୀୟ ଘଟଣା, ଘରେ ପଶି ବୃଦ୍ଧଙ୍କୁ ଦଳିଦେଲା ଦନ୍ତା
  • ||
  • ଲଗାତାର ଘୂର୍ଣ୍ଣିବଳୟ, ଛାଡ଼ିବନି ବର୍ଷା : ଆଜି ସୁନ୍ଦରଗଡ଼କୁ ଅରେଞ୍ଜ, ୭ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି
  • ||
  • ସରି ଆସୁଛି ଜନ୍ମବେଦୀରେ ଲୀଳାଖେଳା; ଆଜି ସନ୍ଧ୍ୟା ଦର୍ଶନ, ଆଡ଼ପ ମଣ୍ଡପରେ ଶେଷ ଦିଅଁ ଦେଖା
  • ||
  • କଳାହାଣ୍ଡି : ଲଗାଣ ବର୍ଷାର ପ୍ରଭାବ: ଥୁଆମୂଳ ରାମପୁରର ସ୍ଥିତି ବେହାଲ, ଜନଜୀବନ ପ୍ରଭାବିତ
  • ||

କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀଙ୍କୁ ଭେଟିଲେ ସାଂସଦ ଅପରାଜିତା, ଗଙ୍ଗୁଆ ନାଳ ସେତୁକୁ ୬ ଲେନ୍‌ କରିବାକୁ ଦେଲେ ପ୍ରସ୍ତାବ

Published By : Suraj Kumar | March 12, 2025 4:47 PM

ଭୁବନେଶ୍ବର, ୧୨।୩ : କେନ୍ଦ୍ର ସଡକ ପରିବହନ ମନ୍ତ୍ରୀ ନୀତିନ ଗଡକରୀଙ୍କୁ ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀ ଭେଟିଛନ୍ତି।ସଂସଦୀୟ କ୍ଷେତ୍ରରେ ଗମନାଗମନ ସମ୍ୱନ୍ଧୀୟ ବିଭିନ୍ନ ବିଷୟ ନେଇ ସେ କେନ୍ଦ୍ରମନ୍ତ୍ରୀ ନୀତିନଙ୍କ ସହ ଆଲୋଚନା କରିଛନ୍ତି।

ଭୁବନେଶ୍ୱର ସହରରେ ଟ୍ରାଫିକ୍ ସମସ୍ୟା ହ୍ରାସ କରିବା ସମ୍ପର୍କରେ ଆଲୋଚନା କରିଥିଲେ । ଜାତୀୟ ରାଜପଥ ପଳାଶୁଣିରେ ଥିବା ଗଙ୍ଗୁଆ ନାଳ ବ୍ରିଜର ଉଭୟ ପ୍ରାଶ୍ବକୁ ସମ୍ପ୍ରସାରଣ କରିବାକୁ ସେ ମନ୍ତ୍ରୀଙ୍କୁ ଅନୁରୋଧ କରିଥିଲେ। ବର୍ତ୍ତମାନ ଏହି ବ୍ରିଜ ୪ ଲେନ ବିଶିଷ୍ଟ ରହିଛି। ଗଙ୍ଗୁଆ ନାଳରେ ପଳାସୁଣିରେ ଥିବା ସେତୁକୁ ୬ ଲେନ୍ ବିଶିଷ୍ଟ କରିବା ପାଇଁ ସେ ପ୍ରସ୍ତାବ ଦେଇଥିଲେ। ଏଥିସହ   ଅତ୍ୟନ୍ତ ଗୁରୁତ୍ୱପୂର୍ଣ ବିଷୟ ମଧ୍ୟ ମନ୍ତ୍ରୀଙ୍କ ସହ ଅପରାଜିତା ଆଲୋଚନା କରିଥିଲେ l 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.