କରଞ୍ଜିଆ,୦୧/୦୭: ରାଜ୍ୟ ସୀମାନ୍ତରୁ ପ୍ରାୟ ୮ କିମି ଦୂର ୪୯ ନମ୍ବର ଜାତୀୟ ରାଜପଥର ବେଲା ଛକ ନିକଟରେ ଗ୍ୟାସ ଟ୍ୟାଙ୍କରରୁ ପ୍ରୋପିଲିନ ଗ୍ୟାସ ନିର୍ଗତ । ବିଷାକ୍ତ ଗ୍ୟାସ ସ୍ଥାନୀୟ ଅଞ୍ଚଳରେ ବ୍ୟାପୁଥିବାରୁ ଲୋକଙ୍କୁ ସତର୍କ କରାଇଛି ପ୍ରଶାସନ । ଏହା ସହିତ ବଡ଼ ଅଘଟଣରୁ ଦୃଷ୍ଟିରେ ରଖି ସ୍ଥାନୀୟ ଅଞ୍ଚଳରେ ୧୪୪ ଧାରା ଜାରି କରିଛି ।
ସୂଚନା ମୁତାବକ, ଜାମସେଦପୁରରୁ ଓଡ଼ିଶା ଅଭିମୁଖେ ଆସୁଥିଲା ପ୍ରୋପିଲିନ ଗ୍ୟାସ୍ ଟ୍ୟାଙ୍କର । ମୟୂରଭଞ୍ଜ ଜିଲ୍ଲା ଝାରପୋଖରିଆ ନିକଟରେ ଟ୍ୟାଙ୍କର ପଛରୁ ଗ୍ୟାନ ଲିକ୍ କରିଥିଲା । ଏନେଇ ଖବରପାଇ ବାହାଡ଼ଡାଗୋଡ଼ା ପୁଲିସ ଘଟଣାସ୍ଥଳରେ ପହଞ୍ଚି ବଡ଼ ଅଘଟଣକୁ ଏଡାଇବା ନେଇ ଅଧ କିଲୋମିଟର ଯାଏ ୧୪୧ ଧାରା ଜାରି କରିଛି। ଏଥିସହ ଅଗ୍ନିଶମ ବିଭାଗକୁ ମୁତୟନ କରାଯାଇଛି । ସେପଟେ ଯାତାୟତ ବନ୍ଦ ଯୋଗୁଁ ରାଜପଥର ଉଭୟ ପାର୍ଶ୍ବରେ ଶତାଧିକ ଯାନବାହନ ଅଟକି ରହିଛନ୍ତି ।