ଯାଜପୁର ସଦର ୨୨/୧୨ : ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା ବିରଜା ମନ୍ଦିରରେ ଅଣହିନ୍ଦୁ ପ୍ରବେଶକୁ ନେଇ ଉତେଜନା ଦେଖାଦେଇଛି । ଆଜି ଦିନ ପ୍ରାୟ ୧୨ ଟା ସମୟରେ ଦୁଇ ଜଣ ଯୁବକ ଯୁବତୀ ବିରଜା ମନ୍ଦିରକୁ ପ୍ରବେଶ କରିବାକୁ ଉଦ୍ୟମ କରିଥିଲେ। ମନ୍ଦିର ଭିତରକୁ ଯିବା ପୂର୍ବରୁ ଜୋତା ଷ୍ଟାଣ୍ଡରେ ଜୋତା ରଖି ଫୋନ ପେ କରିବା ସମୟରେ ଯୁବକଙ୍କ ନାମରୁ ସେ ସଂଖ୍ୟାଲଘୁ ସମ୍ପ୍ରଦାୟର ବୋଲି ଜଣା ପଡିଥିଲା। ଯାହା ଜାଣିବା ପରେ ସ୍ଥାନୀୟ ଯୁବକ ମାନେ ଉଭୟଙ୍କୁ ଧରି ପୁଲିସ ଜିମା ଦେଇଥିଲେ। ଘଟଣାକୁ ନେଇ ଏକାଧିକ ଅଭିଯୋଗ ଯାଜପୁର ଟାଉନ ଥାନାରେ କରିଛନ୍ତି। ପୁଲିସ ୨ ଜଣଙ୍କୁ ଥାନାରେ ଅଟକ ରଖି ତଦନ୍ତ କରୁଛି।