ସୋରଡା ୨୨/୧୨ : ସିପିଆଇଏମ ସୋରଡ଼ା ଶାଖା ତରଫରୁ ସୋମବାର ପ୍ରତିବାଦ ଶୋଭାଯାତ୍ରା ନଗର ପରିକ୍ରମା କରିବା ସହ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା I ଭିବି-ଜି-ରାମଜୀ ବିଲ ପ୍ରତ୍ୟାହାର ଓ ମନରେଗା ସୁରକ୍ଷା ଦାବିରେ କର୍ମୀ ମାନେ ଆଡପ ମଣ୍ଡପ, ବଡ ଦାଣ୍ଡ, ବରାଡି ଠାରୁ ବାହାରି ଗଣି ଛକ, ବ୍ଲକ ଲାଇନ ପର୍ଯ୍ୟନ୍ତ ଶୋଭାଯାତ୍ରା କରିଥିଲେ I ବରିଷ୍ଠ ନେତା ଅଳି କିଶୋର ପଟନାୟକ ଯୋଗ ଦେଇ କେନ୍ଦ୍ର ସରକାରଙ୍କ ଶ୍ରମିକ ମାରଣ ନୀତି ଉପରେ କହିଥିଲେ I ସମସ୍ତ ଦ୍ରବ୍ୟର ଅହେତୁକ ମୂଲ୍ୟ ବୃଦ୍ଧି ସାଙ୍ଗକୁ ଆଦିବାସୀ ବିକାଶ ତଥା ଗ୍ରାମାଞ୍ଚଳ ଗରିବ ଖଟିଖିଆଙ୍କ ପାଇଁ ସ୍ୱତନ୍ତ୍ର ବିକାଶ ଯୋଜନା ସହ ସଫଳ ରୂପାୟନର ଆବଶ୍ୟକତା ଉପରେ ଦାବି କରିଥିଲେ I ଅଞ୍ଚଳ ନେତା ବିଭୁ ପ୍ରସାଦ ପାଣିଗ୍ରାହୀ, ଦିଲ୍ଲୀପ ପଗଡ଼, ସମେତ ବହୁ ସମର୍ଥକ ଯୋଗ ଦେଇଥିଲେ I