ପ୍ରମୂଖ ଖବର
  • ଭୁବନେଶ୍ୱର : ଏମ୍ସରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ; ଏମ୍ସର ନିର୍ଦ୍ଦେଶକଙ୍କ ସହ କରିଲେ ଆଲୋଚନା
  • ||
  • FM କଲେଜରେ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ ଘଟଣା; ପୀଡ଼ିତାଙ୍କ ପରିବାରକୁ ଭେଟିବେ ମୁଖ୍ୟମନ୍ତ୍ରୀ
  • ||
  • ରାଜ୍ୟସଭାକୁ ୪ ମନୋନୀତ, ମନୋନୀତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
  • ||
  • ବାଲେଶ୍ବର: ଟ୍ରକ୍‌ ଧକ୍କାରେ ଓଲଟି ପଡ଼ିଲା ବସ୍‌, ୨୦ରୁ ଉର୍ଦ୍ଧ୍ୱ ଗୁରୁତର
  • ||
  • ଏନ୍‌ସିଇଆର୍‌ଟି ବିଏଡ୍‌ ପ୍ରବେଶିକା ପରୀକ୍ଷା, ଆଜି ରାଜ୍ୟର ୪୪ କେନ୍ଦ୍ରରେ ୨୨ ହଜାର ଛାତ୍ରଛାତ୍ରୀ ଦେବେ ପରୀକ୍ଷା
  • ||
  • ସୋମବାର ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି: ଆଜି ପୁଲିସର କାର୍‌କେଡ୍‌ ରିହର୍ସାଲ, ଜଗିବେ ୫୦ ପ୍ଲାଟୁନ୍‌ ଫୋର୍ସ
  • ||
  • ଗାଜା ଉପରେ ଇସ୍ରାଏଲର ଭୟଙ୍କର ହମଲା, ୧୧୦ ପାଲେଷ୍ଟାନୀୟ ମୃତ
  • ||
  • ୧୬ରେ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସମ୍ଭାବନା, ଆଜି ବର୍ଷା ନେଇ ଅଧା ଓଡ଼ିଶାକୁ ୟେଲୋ ଓ୍ବାର୍ଣ୍ଣିଂ
  • ||

ଝାରପଡା ଜେଲରେ କଏଦୀ ମୃତ୍ୟୁକୁ ନେଇ କ୍ୟାପିଟାଲ ହସ୍ପିଟାଲରେ ପରିବାର ଲୋକଙ୍କ ବିରୋଧ

Published By : Gurupada Nath | October 18, 2024 5:54 PM

ଭୁବନେଶ୍ବର, ୧୮/୧୦ : ଝାରପଡ଼ା ଜେଲରେ ବିଚାରଧୀନ କଏଦିଙ୍କ ମୃତ୍ୟୁ । କଏଦି ଜଣଙ୍କ ହେଉଛନ୍ତି ନୟାଗଡ଼ ଜିଲ୍ଲା ଦଶପଲ୍ଲାର ବିଦ୍ୟାଧର ଗୁରୁ । ସେ ଜଣେ ଅଟୋ ଚାଳକ ଥିଲେ । ଗଞ୍ଜେଇ ବିକ୍ରି ଅଭିଯୋଗରେ ଝାରପଡ଼ା ଜେଲ ଯାଇଥିଲେ । ହେଲେ ସେଠାରେ ତାଙ୍କର ମୃତ୍ୟୁ ହୋଇଯାଇଛି ।  ଏହି ଘଟଣାରେ ତୁରନ୍ତ ତାଙ୍କୁ କ୍ୟାପିଟାଲ ହସ୍ପିଟାଲ ନେଇଥିଲେ । ହସ୍ପିଟାଲରେ ତାଙ୍କ ପତ୍ନୀଙ୍କଠାରୁ ପୂର୍ବରୁ ଦସ୍ତଖତ କରିନେଇଥିଲେ ପୋଲିସ ବୋଲି ସେ ଅଭିଯୋଗ କରିଛନ୍ତି ।  

ଏ ନେଇ ପରିବାର ଲୋକେ ଖବରପାଇବା ପରେ ଏହାକୁ ହତ୍ୟା ଅଭିଯୋଗ ଆଣିଛନ୍ତି । ୧୨ଦିନ ଧରି ଜେଲରେ ସେ ବିଚାରାଧୀନ କାଏଦୀ ଭାବେ ଥିଲେ । ଏହି ଘଟଣାରେ ତାଙ୍କର କିଭଳି ମୃତ୍ୟୁ ହେଲା ସେ ନେଇ ଅସ୍ପଷ୍ଟ ରହିଛି ।  ତାଙ୍କୁ ହତ୍ୟା ହୋଇଥିବା ନେଇ ପତ୍ନୀ ଅଭିଯୋଗ ଆଣିଛନ୍ତି । ସେ ସୁସ୍ଥ ଥିବାବେଳେ କିଭଳି ତାଙ୍କର ମୃତ୍ୟୁ ହେଲା ସେ ନେଇ ପ୍ରଶ୍ନ କରିଛନ୍ତି ପରିବାର ଲୋକେ। ପାରିବାରିକ ଲୋକେ କ୍ୟାପିଟାଲ ହସ୍ପିଟାଲରେ ନ୍ୟାୟ ପାଇଁ ଦାବି କରିଛନ୍ତି ।  

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.