ପ୍ରମୂଖ ଖବର
  • ଆଜି ହୋଇପାରେ NDAର ଉପରାଷ୍ଟ୍ରପତି ପ୍ରାର୍ଥୀ ଘୋଷଣା -ପ୍ରଧାନମନ୍ତ୍ରୀ ଏବଂ ଜେପି ନଡ୍ଡା ନେଇପାରନ୍ତି ଚୂଡ଼ାନ୍ତ ନିଷ୍ପତ୍ତି
  • ||
  • ରାଜ୍ୟରେ ବଢ଼ୁଛି ଜନବସତି, ଥମୁନି ହାତୀ-ମଣିଷ ଲଢ଼େଇ;୧୫ ବର୍ଷ ଧରି କାର୍ଯ୍ୟକ୍ଷମ ହେଉନି ୧୪ ହାତୀ କରିଡର
  • ||
  • କଟକ: ଜଗନ୍ନାଥ ଦର୍ଶନ ପାଇଁ ଯାଉଥିବା ବେଳେ ଅଘଟଣ, ମଝି ରାସ୍ତାରେ ହୁତୁହୁତୁ ହୋଇ ଜଳିଗଲା କାର୍
  • ||
  • ପାକିସ୍ତାନର ବଲୁଚ ଲିବରେସନ୍ ଆର୍ମି ଆତଙ୍କୀ ସଂଗଠନ ଘୋଷିତ, ବିଦେଶୀ ଆତଙ୍କବାଦୀ ସଂଗଠନ ଭାବେ ଘୋଷଣା କଲା ଆମେରିକା
  • ||
  • ମଙ୍ଗଳବାର ସଚିବସ୍ତରୀୟ ବୈଠକ; ବୁଧବାର ବସିବ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ, ଅଧ୍ୟକ୍ଷତା କରିବେ ମୁଖ୍ୟମନ୍ତ୍ରୀ
  • ||
  • ବୁଧବାର ଲଘୁଚାପ, ଆଜିଠୁ ପ୍ରବଳ ବର୍ଷା ସମ୍ଭାବନା; କୋରାପୁଟ ଓ ମାଲକାନଗିରିକୁ ଅରେଞ୍ଜ, ୨୮ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି
  • ||

'ସମସ୍ୟାର ସମାଧାନ ନୁହେଁ ଆତ୍ମହତ୍ୟା, ଆଇନଗତ ରାସ୍ତା ଆପଣାନ୍ତୁ... ମୁଖ୍ୟମନ୍ତ୍ରୀଙ୍କ ପର୍ଯ୍ୟନ୍ତ ସବୁ ଦ୍ଵାର ଖୋଲା'

Published By : Rasmita Pradhan | August 11, 2025 2:48 PM

ଭୁବନେଶ୍ଵର, ୧୧/୦୮ : ବରଗଡ଼ ଜିଲ୍ଲା ଗାଇସିଲଟ ଥାନା ଫିରିଙ୍ଗିମାଲର ନାବାଳିକା ପୋଡ଼ି ଘଟଣାକୁ ନେଇ ଆଇନ ମନ୍ତ୍ରୀଙ୍କ ଉଦବେଗ। ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି ଯେ, ସରକାର ଘଟଣାକୁ ଗୁରୁତର ସହ ନେଇ ପଦକ୍ଷେପ ନେଇଛନ୍ତି। ଏଭଳି ଘଟଣା କିଛି ଦିନ ହେବ ଘଟୁଛି। ସରକାର ଏହାକୁ ଗୁରୁତ୍ଵ ଦେଉଛନ୍ତି। ଆତ୍ମହତ୍ୟା କୌଣସି ସମସ୍ୟାର ସମାଧାନ ନୁହେଁ। ପୀଡ଼ିତ ଓ ପୀଡ଼ିତାଙ୍କୁ ଅନୁରୋଧ ଆଇନଗତ ଦିଗକୁ ଆପଣାନ୍ତୁ। ମୁଖ୍ୟମନ୍ତ୍ରୀଙ୍କ ପର୍ଯ୍ୟନ୍ତ ସମସ୍ତଙ୍କ ଦ୍ଵାର ଖୋଲା ଅଛି। ଏଭଳି ଘଟଣାର ନିରାକରଣ କିଭଳି ହେବ ସରକାର ସେନେଇ ପଦକ୍ଷେପ ନେଉଛନ୍ତି। ବିରୋଧୀ କାମ ହେଲା ସତ ମିଛ କହି ସରକାରଙ୍କୁ ଟାର୍ଗେଟ କରିବା । ଆମେ ବିରୋଧୀଙ୍କ ପାଇଁ ବ୍ୟଥିତ ନାହୁଁ । ଆମେ ବ୍ୟଥିତ ଏଥିପାଇଁ ଯେ ଯେଭଳି ଜୀବନହାନୀ ହେଉଛି। ପୋଲିସ ଯେଉଁ ସ୍ଥାନରେ FIR ରଖୁନାହିଁ ସେ ଘଟଣା ସାମ୍ନାକୁ ଆସିଲେ କଠୋରରୁ କଠୋର କାର୍ଯ୍ୟାନୁଷ୍ଠାନ ନିଆଯାଇଛି ଏବଂ ଆଗକୁ ମଧ୍ୟ ନିଆଯିବ ।

ସୂଚନା ଥାଉକି, ସୋମବାର ସକାଳେ ଗାଇସିଲଟ ଥାନା ଫିରିଙ୍ଗିମାଲରେ ଜଣେ ୧୩ ବର୍ଷୀୟା ନାବାଳିକାଙ୍କୁ ଅର୍ଦ୍ଧଦଗ୍ଧ ଅବସ୍ଥାରେ ଉଦ୍ଧାର କରି ବରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ପରେ ତାଙ୍କୁ ବୁର୍ଲ୍ଲା ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ମୃତ୍ୟୁ ହୋଇଛି । ନାବାଳିକାଙ୍କ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି। ସେ ଆତ୍ମାହୁତି ଦେଇଛନ୍ତି ନା ତାଙ୍କୁ କେହି ଜାଳି ଦେଇଛନ୍ତି ତାହା ଜଣାପଡ଼ି ନାହିଁ। ଘଟଣାର ତଦନ୍ତ ପାଇଁ ଏକ ସ୍ଵତନ୍ତ୍ର ଟିମ୍ ଗଠନ କରାଯାଇଛି।




Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.