ପ୍ରମୂଖ ଖବର
  • ଲଘୁଚାପ ରୂପ ନେଇପାରେ ଘୂର୍ଣ୍ଣିବଳୟ: ଆସନ୍ତା ୩ ଦିନ ପ୍ରବଳ ବର୍ଷା ସମ୍ଭାବନା, ୮ରୁ ଉପକୂଳରେ କମିବ
  • ||

ବିଷ୍ଣୁପଦ ସେଠୀଙ୍କୁ CBI ସମନ ଘଟଣା : ଆଇନ ମନ୍ତ୍ରୀ କହିଲେ "ଦୁର୍ନୀତିକୁ ମିଳିବନି ପ୍ରଶୟ, ପ୍ରମାଣିତ ହେଲେ କାର୍ଯ୍ୟାନୁଷ୍ଠାନ"

Published By : Rasmita Pradhan | December 14, 2024 12:53 PM

ଭୁବନେଶ୍ୱର ୧୪।୧୨ : ବରିଷ୍ଠ ଆଇଏଏସ୍ ବିଷ୍ଣୁପଦ ସେଠୀଙ୍କୁ ସିବିଆଇର ସମନ ଘଟଣା। ଦୁର୍ନୀତି ପ୍ରମାଣିତ ହେଲେ ନିଆଯିବ କାର୍ଯ୍ୟାନୁଷ୍ଠାନ। କୌଣସି ଦୁର୍ନୀତିକୁ ମିଳିବନି ପ୍ରଶୟ। ଦୁର୍ନୀତି ବିରୋଧରେ ଶୂନ୍ୟ ସହନଶୀଳତା ନୀତି ଆପଣେଇବେ ସରକାର। ଯେତେ ବଡ଼ ଅଧିକାରୀ କି ମନ୍ତ୍ରୀ ହେଲେ ବି ନିଆଯିବ କାର୍ଯ୍ୟାନୁଷ୍ଠାନ। ବିଷ୍ଣୁପଦ ସେଠୀଙ୍କୁ ସିବିଆଇର ସମନ ମଳିବା ପରେ ଏଭଳି ପ୍ରତିକ୍ରିୟା ରଖିଛନ୍ତି ଆଇନ ମନ୍ତ୍ରୀ ପୃଥ୍ଵୀରାଜ ହରିଚନ୍ଦନ। 

ଆଇନ ମନ୍ତ୍ରୀ କହିଛନ୍ତି ଯେ, ଯଦି କେହି ଦୁର୍ନୀତିରେ ସାମିଲ ଥିବେ ତାଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ। ଯେଉଁ ଦିଗରେ ଲିଙ୍କ୍ ବାହାରିବ, ସେହି ଦିଗରେ ତଦନ୍ତ ହେବ। ବିନା ତଦନ୍ତରେ କାହାକୁ ଅଭିଯୁକ୍ତ କରିବା ଠିକ୍ ନୁହେଁ । ପୁରା ତଦନ୍ତ ପରେ ହିଁ କିଏ ଦୋଷୀ ଜଣାପଡିବ। ସେପଟେ ଏହି ପ୍ରସଙ୍ଗରେ ମୁହଁ ଖୋଲିଛନ୍ତି ବିଜେଡିର ବରିଷ୍ଠ ନେତା ପ୍ରସନ୍ନ ଆଚାର୍ଯ୍ୟ । ସେ କହିଛନ୍ତି ଯେ, ଓଡିଶାର ଜଣେ ଅଧିକାରୀଙ୍କୁ ସିବିଆଇ ସମନ କରିଛି । ହେଲେ ଅନେକ ସମୟରେ ସିବିଆଇ ଯେଉଁ ଉଦ୍ଦେଶ୍ୟରେ ଗଠିତ ହୋଇଛି । ତାହା କରୁନାହିଁ । ସିବିଆଇ କେମିତି କାମ କରୁଛି, ତାହା ଦେଶବାସୀ ଜାଣନ୍ତି । ଯଦି କିଛି ଦୁର୍ନୀତି ହୋଇଛି, ତେବେ ତାହାର ତଦନ୍ତ ହେବା ଦରକାର।

ସୂଚନା ମୁତାବକ, ନାଲ୍‌କୋ ପକ୍ଷରୁ କୋରାପୁଟ ଦାମନଯୋଡ଼ି ଓ ଆନ୍ଧ୍ରପ୍ରଦେଶର ବିଶାଖାପାଟଣାରେ ୨ଟି ବଡ଼ କାମ ଚାଲିଛି । ଉକ୍ତ କାମ ବ୍ରିଜ ଆଣ୍ଡ ରୁଫ୍‌ ଗ୍ରୁପ ଦ୍ୱାରା କରାଯାଉଛି । ପେଣ୍ଟା ଏ ଷ୍ଟୁଡିଓ ପ୍ରାଇଭେଟ୍‌ ଲିମିଟେଡ୍‌ ନାମକ ଏକ କନ୍‌ଷ୍ଟ୍ରକ୍ସନ ସଂସ୍ଥା ଟେଣ୍ଡର ପାଇ କାମ କରୁଥିଲା। କିଛି ଦିନ କାମ କରିବା ପରେ ସଂସ୍ଥାର କିଛି ବେଆଇନ କାର୍ଯ୍ୟ ଜଣାପଡ଼ିଥିଲା । ତେବେ ଏନେଇ ବ୍ରିଜ ଆଣ୍ଡ ରୁଫ୍‌ ଗ୍ରୁପ ଜେନେରାଲ ମ୍ୟାନେଜର ଚଞ୍ଚଲ ଖୋଳତାଡ ଆରମ୍ଭ କରିଥିଲା । ଏହା ଜାଣିବା ପରେ ସନ୍ତୋଷ ଓ ତାଙ୍କ ବାପା ମନମୋହନ ମୋଟା ଅଙ୍କର ଟଙ୍କା ଦେଇ ଚଞ୍ଚଲ ମୁଖାର୍ଜୀଙ୍କ ମୁହଁ ବନ୍ଦ କରିବାକୁ ଯୋଜନା କରିଥିଲେ । ମିଡିଲ୍‌ମ୍ୟାନ୍‌ ଦେବଦତ୍ତଙ୍କ ସହଯୋଗରେ ଚଞ୍ଚଲଙ୍କୁ ୧୦ ଲକ୍ଷ ଟଙ୍କା ଲାଞ୍ଚ ଦେଉଥିଲେ । ୭ ତାରିଖ ଦିନ ମେ ଫେୟାର ହୋଟେଲ୍‌ରେ ଚଞ୍ଚଲ ଲାଞ୍ଚ ନେଉଥିବା ସମୟରେ ଗିରଫ ହୋଇଥିଲେ। ଟେଣ୍ଡର ଫିକ୍ସିଂରେ ଗିରଫ ତିନି ଅଭିଯୁକ୍ତଙ୍କ ଆକାଉଣ୍ଟରୁ ବିଷ୍ଣୁ ପଦଙ୍କ ଡ୍ରାଇଭରଙ୍କ ଆକାଉଣ୍ଟକୁ ଟଙ୍କା ଯାଇଥିଲା। ଏହି ଲାଞ୍ଚ କାରବାରରେ ବରିଷ୍ଠ ଆଇଏଏସ୍ ବିଷ୍ଣୁପଦ ସେଠୀଙ୍କ ସଂପୃକ୍ତି ଥିବା ସିବିଆଇ ସନ୍ଦେହ କରୁଛି। ତେଣୁ ତାଙ୍କୁ ସମନ ଦିଆଯାଇଛି।


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.