ଭୋପାଳ, ୬।୨: ଯୁବକଙ୍କୁ ସାଇକୋ କିଲର୍ କରିଦେଲା ଏକତରଫା ପ୍ରେମ । ମହିଳା ଦେଖିଲେ ରକ୍ତ ଗରମ ହୋଇଯାଏ । ଯୁବକଙ୍କ ଶିକାର ପାଲଟିଲେ ମହିଳା । କରିଚାଲିଲେ ଗୋଟେ ପରେ ଗୋଟେ ହତ୍ୟା । ଏକତରଫା ପ୍ରେମରେ ପଡ଼ିଥିଲେ ସାଗର ବାସିନ୍ଦା ୩୭ ବର୍ଷୀୟ ଦେବେନ୍ଦ୍ର । ନିଜର ନକାରାତ୍ମକ ଚିନ୍ତାଧାରାକୁ ଦୂର କରିବାକୁ ସେ ବିବାହ କରିଥିଲେ, କିନ୍ତୁ ଭାଗ୍ୟରେ କିଛି ଅଲଗା ଲେଖାଥିଲା । କିଛି ଦିନ ଭିତରେ ଦେବେନ୍ଦ୍ରକୁ ଛାଡ଼ି ଚାଲିଗଲେ ସ୍ତ୍ରୀ । ଏସବୁ ଘଟଣା ଦେବେନ୍ଦ୍ର ମନରେ ଏମିତି ପ୍ରଭାବ ପକାଇଥିଲା ଯେ, ସେ ପୂରା ମହିଳା ସମ୍ପ୍ରଦାୟକୁ ଘୃଣା କରିବାକୁ ଲାଗିଲା । ସେହି ରାଗରେ ସେ ଏକ ଥର୍ମୋ-କଟର ଉଠାଇ ରାସ୍ତାରେ ମହିଳାମାନଙ୍କୁ ଆକ୍ରମଣ କରିବା ଆରମ୍ଭ କଲା । ପୂରା ମହିଳା ସମ୍ପ୍ରଦାୟଙ୍କ ଭିତରେ ଏମିତି ଆତଙ୍କ ଖେଳିଗଲା ଯେ, ମହିଳା ବାହାରକୁ ବାହାରିବା ବି ବନ୍ଦ କରିଦେଲେ ।

'ସାଇକୋ କଟର୍ ମ୍ୟାନ୍'ର ପୂରା କାହାଣୀ ?

ଭୋପାଳରେ ଜଣେ ମହିଳାମାନଙ୍କୁ ଆତଙ୍କିତ କରୁଥିବା "ସାଇକୋ କଟର ମ୍ୟାନ୍"ଙ୍କୁ ପୁଲିସ ଗିରଫ କରିଛି । ଜାନୁଆରୀ ୨୯ ତାରିଖ ରାତିରେ ଦେବେନ୍ଦ୍ର ୪ ଜଣ ମହିଳାଙ୍କୁ ଆକ୍ରମଣ କରିଥିଲା । ପୁଲିସ ତା’ଠାରୁ ଏକ କଟର ଏବଂ ଏକ ଚୋରି ବାଇକ୍ ଜବତ କରିଥିଲା । ପଚରାଉଚରା ସମୟରେ ଦେବେନ୍ଦ୍ର କହିଥିଲା ଯେ, ତା’ ସ୍ତ୍ରୀଙ୍କ ସହ ମନୋମାଳିନ୍ୟ ଯୋଗୁଁ ତା’ ମହିଳାଙ୍କ ପ୍ରତି ଘୃଣା ଭାବ ସୃଷ୍ଟି ହୋଇଥିଲା ।

ଏହା ବି ପଢ଼ନ୍ତୁ... ଭାରତର ପ୍ରଥମ ମହିଳା ହାଇକୋର୍ଟ ଜଜ୍, ଆଇନଜୀବୀରୁ ବିଚାରପତି... ସହଜ ନଥିଲା ସଙ୍ଘର୍ଷ

'ସାଇକୋ କଟର ମ୍ୟାନ୍' ଦେବେନ୍ଦ୍ର କିଏ ?

ପୁଲିସର କହିବାନୁଯାୟୀ, ଦେବେନ୍ଦ୍ର ସାଗର ଜିଲ୍ଲାର ବାସିନ୍ଦା ଏବଂ ପୂର୍ବରୁ ତା ନାଁରେ ଅନେକ ମାମଲା ଜଡ଼ିତ । ସେ ଜଣେ ନିଶାଗ୍ରସ୍ତ ବ୍ୟକ୍ତି ଏବଂ ନିଶାସକ୍ତ ଅବସ୍ଥାରେ ଏହି ଅପରାଧ ଘଟାଇଥିଲା । ପୁଲିସ ତାକୁ ଗିରଫ କରିବା ସମୟରେ ସେ ତାର ପଞ୍ଚମ ଶିକାର ପାଇଁ ଯୋଜନା କରୁଥିବା ସେ କହିଥିଲା । ଦେବେନ୍ଦ୍ର ୨୦୧୪ରେ ସାଗର ଜିଲ୍ଲାରେ ମଧ୍ୟ ୪ଟି ଆକ୍ରମଣ କରିଥିଲା । ଦେବେନ୍ଦ୍ର ପୁଲିସକୁ କହିଥିଲା ଯେ, ସେ ଜଣେ ଝିଅକୁ ଭଲ ପାଉଥିଲା, କିନ୍ତୁ ସେ ତାକୁ ପ୍ରତାରଣା ଦେଇଥିଲା । ଏହି ଘଟଣା ତାକୁ ମହିଳାମାନଙ୍କୁ ଘୃଣା କରିବାକୁ ବାଧ୍ୟ କରିଥିଲା । ବିବାହ ପରେ ସ୍ତ୍ରୀ ମଧ୍ୟ ତାଙ୍କୁ ଛାଡ଼ି ଚାଲିଯାଇଥିଲେ। ଏହା ତାକୁ ଆହୁରି କ୍ରୋଧିତ କରିଥିଲା । ସେ ମହିଳାମାନଙ୍କୁ ଆକ୍ରମଣ କରି ଜୀବନରୁ ମାରିଦେବାକୁ ଚାହୁଁଥିଲା, କିନ୍ତୁ ଶେଷରେ ପୁଲିସ ହାତରେ ଧରାପଡ଼ିଲାୱ ।

ସ୍କୁଲ ଛାଡ଼ିଥିବା ଦେବେନ୍ଦ୍ର ଦିନମଜୁରିଆ ଶ୍ରମିକ ଭାବରେ କାମ କରୁଥିଲା । ସେ ଭୋପାଳର କରଣ୍ଡ ଅଞ୍ଚଳରେ ରହୁଥିଲା । ସେ ରାତିରେ ପିପଲାନି ଏବଂ ଅଯୋଧ୍ୟା ନଗର ପଡ଼ୋଶୀରେ ଚୋରି ବାଇକ୍ ନେଇ ବୁଲି ଏକାକୀ ମହିଳାଙ୍କୁ ଟାର୍ଗେଟ୍ କରୁଥିଲା । ପୁଲିସ କହିଛି ଯେ, ଜାନୁଆରୀ ୨୯ ତାରିଖ ରାତିରେ ସେ ପିପଲାନିରେ ୩ ଜଣ ଏବଂ ଅଯୋଧ୍ୟା ନଗରରେ ଜଣେ ମହିଳାଙ୍କୁ ଆକ୍ରମଣ କରିଥିଲା । ଏହି ଆକ୍ରମଣ ସହରରେ ଭୟର ବାତାବରଣ ସୃଷ୍ଟି କରିଥିଲା । ଦେବେନ୍ଦ୍ରର ଚୋରି ବାଇକ୍ ସାହାଯ୍ୟରେ ପୋଲିସକୁ ତାକୁ ଧରିବାରେ ସଫଳ ହୋଇଥିଲା । ପୁଲିସ ଦେବେନ୍ଦ୍ରଠାରୁ କଟର ଏବଂ ଚୋରି ବାଇକ ଜବତ କରିଛି, ଯାହାକୁ ସେ ଅପରାଧ କାମରେ ବ୍ୟବହାର କରିଥିଲା । ସେ ପ୍ରାୟ ୪ ମାସ ପୂର୍ବରୁ କରଣ୍ଡ ପନିପରିବା ବଜାରରୁ ବାଇକ ଚୋରି କରିଥିଲା । ପୁଲିସ ଦେବେନ୍ଦ୍ରର ମୋବାଇଲ ଫୋନକୁ ମଧ୍ୟ ଯାଞ୍ଚ କରୁଛି, ଯେଉଁଥିରେ ଆପତ୍ତିଜନକ ଭିଡିଓ ଥିଲା । ସାଗର ଜିଲ୍ଲାରେ ତା’ ବିରୁଦ୍ଧରେ ସମାନ ମାମଲା ରୁଜୁ ହୋଇଛି କି ନାହିଁ ପୁଲିସ ଏନେଇ ମଧ୍ୟ ତଦନ୍ତ କରୁଛି ।

ପୁଲିସ ଟିମ୍‌କୁ ୫୦ ହଜାର ଟଙ୍କା ଘୋଷଣା:

‘ସାଇକୋ କଟର ମ୍ୟାନ୍’କୁ ଗିରଫ କରିବା ପରେ, ପୁଲିସ ମହାନିର୍ଦ୍ଦେଶକ କୈଳାସ ମକୱାନା ଭୋପାଳ ପୁଲିସ ଟିମ୍‌କୁ ୫୦ ହଜାର ଟଙ୍କାର ପୁରସ୍କାର ଘୋଷଣା କରିଛନ୍ତି । ଘଟଣାର ଗମ୍ଭୀରତାକୁ ଦୃଷ୍ଟିରେ ରଖି, ପୁଲିସ କମିଶନର ସଞ୍ଜୟ କୁମାରଙ୍କ ନିର୍ଦ୍ଦେଶରେ ଅତିରିକ୍ତ ପୋଲିସ କମିଶନର ଅବଧେଶ ଗୋସ୍ୱାମୀଙ୍କ ମାର୍ଗଦର୍ଶନରେ ସ୍ୱତନ୍ତ୍ର ଦଳ ଗଠନ କରାଯାଇଥିଲା । ନିରନ୍ତର ସଘନ ତଲାସୀ ଅଭିଯାନ ସମୟରେ, ପୁଲିସ ଦଳ ସୂଚନା ପାଇଥିଲା । ଯାହା ଆଧାରରେ, ଅଯୋଧ୍ୟା ବାଇପାସ୍, ଚୋଲାମନ୍ଦିର ଅଞ୍ଚଳର ଜଙ୍ଗଲ ଅଞ୍ଚଳରେ ଚଢ଼ାଉ କରିବା ପରେ ଅଭିଯୁକ୍ତ ଦେବେନ୍ଦ୍ରକୁ ଗିରଫ କରାଯାଇଥିଲା ।