ପ୍ରମୂଖ ଖବର
  • ଚମକିଲା ଭାଗ୍ୟ; ରାତାରାତି ଶ୍ରମିକରୁ କୋଟିପତି ହେଲେ ହୀରାକୁଦର ଶିବ ସୁନ୍ଦର
  • ||
  • ଅପରେସନ୍ 'ସିନ୍ଦୂର' ; ୬ ନୁହେଁ ପାକିସ୍ତାନର ୯ବିମାନକୁ ମାଟିରେ ମିଶାଇଛି ଭାରତ
  • ||
  • ସଂସଦ ମୌସୁମୀ ଅଧିବେଶନ; ୨୧ ଜୁଲାଇରୁ ୧୨ ଅଗଷ୍ଟ ଯାଏ ଚାଲିବ
  • ||
  • ଜଗତସିଂହପୁର : ପାରାଦୀପ ଆଇସ୍ ଫ୍ୟାକ୍ଟ୍ରିରୁ ଲିକ୍‌ ହେଲା ଆମୋନିଆ ଗ୍ୟାସ୍, ୪ ଅସୁସ୍ଥ
  • ||
  • ବାଲେଶ୍ୱର : ମିନତୀ ହୋଟେଲ ଆଣ୍ଡ ରେଷ୍ଟୁରାଣ୍ଟରେ ପୁଲିସର ଚଢାଉ,୧୦ ଯୁବତୀ ଅଟକ
  • ||
  • ବାଲେଶ୍ୱର : ପୋଖରୀରୁ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର, ତଦନ୍ତ କରୁଛି ପୁଲିସ
  • ||
  • ବଢିଲା କରୋନା ଭୟ; ୨୪ ଘଣ୍ଟାରେ ୨୭୬ ଆକ୍ଟିଭ କେସ୍‌, ୭ମୃତ
  • ||
  • ବ୍ରହ୍ମପୁର : ଲାଞ୍ଚ ନେଇ ଧରାପଡ଼ିଲେ ମହିଳା ଏଏସ୍‌ଆଇ,୧୦ ହଜାର ଟଙ୍କା ଲାଞ୍ଚ ନେବାବେଳେ ଧରିଲା ଭିଜିଲାନ୍ସ
  • ||
  • ମୟୂରଭଞ୍ଜ : ୪ଟି ଥାନାର ଅଧିକାରୀଙ୍କୁ ନେଇ ଗୋବିନ୍ଦରାୟପୁର ଓ ତାଳପଦାରେ ମିଳିତ ଚଢ଼ାଉ,ପାଖାପାଖି ୪ଶହ ଗାଈଗୋରୁ ଉଦ୍ଧାର
  • ||
  • ସରଣ୍ଡା ଜଙ୍ଗଲରୁ ଆଉ ୭୦୦ କିଲୋ ବିସ୍ଫୋରକ ଜବତ, ମାଟି ତଳେ ଲୁଚାଇ ରଖିଥିଲେ ମାଓବାଦୀ
  • ||
  • କାର୍ ଉପରେ ଓଲଟିଲା ସିମେଣ୍ଟ ବୋଝେଇ ଟ୍ରକ୍, ୯ ମୃତ
  • ||
  • ଆମେରିକାରେ କୃଷି ଆତଙ୍କବାଦ ଖେଳାଉଛି ଡ୍ରାଗନ୍ ! ସାଙ୍ଘାତିକ 'ବାୟୋ ଅସ୍ତ୍ର' ସହ ଧରାପଡ଼ିଲେ ଚୀନ୍ ନାଗରିକ
  • ||
  • କଟକ : ନକଲି ମୋବିଲ ତିଆରି କାରଖାନାରେ ଚଢାଉ, ୨ ଅଟକ
  • ||
  • ଆନନ୍ଦପୁର ପୌର ଉପାଧ୍ୟକ୍ଷ ଦୁର୍ଗା ଚରଣ ଦଳେଇଙ୍କ ଦେହାନ୍ତ
  • ||
  • ମାଲକାନଗିରି : ଟିପର ଧକ୍କାରେ ବାଇକ ଆରୋହୀ ମୃତ, ଘଟଣାସ୍ଥଳରେ ଚାପା ଉତ୍ତେଜନା
  • ||
  • କଟକ : ଭାରସାମ୍ୟ ହରାଇ ଓଲଟିଲା ଲୁହା ପ୍ଲେଟ୍ ବୋଝେଇ ଟ୍ରେଲର୍‌, ଡ୍ରାଇଭର ଗୁରୁତର
  • ||
  • ଜଗତସିଂହପୁର : ଶଙ୍ଖ ନଦୀ କୂଳରୁ ଅଜଣା ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ
  • ||
  • ମାଲକାନଗିରି : ଦୋକାନ ବନ୍ଦ କରି ଘରକୁ ଫେରୁଥିଲେ, ଘର ସାମ୍ନାରୁ ସୁନା ଭର୍ତ୍ତି ବ୍ୟାଗ୍‌ ଝାମ୍ପିନେଲେ ଦୁର୍ବୃତ୍ତ
  • ||
  • କୋରାପୁଟ ମେଡିକାଲରେ ଅଭାବନୀୟ ଘଟଣା, ଭୁଲ୍ ଇଞ୍ଜେକ୍ସନ୍‌ ନେଲା ୬ ରୋଗୀଙ୍କ ଜୀବନ!
  • ||
  • ଭୁବନେଶ୍ଵର : ଆସନ୍ତା ତିନି ଦିନ ଯାଏ ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ, ତାତିରୁ ମିଳିବନି ନିସ୍ତାର
  • ||
  • ମୟୂରଭଞ୍ଜ : ବେଆଇନ ବନ୍ଧୁକ ଗୁଳି କାରବାରର ମାଷ୍ଟର ମାଇଣ୍ଡ ଗିରଫ, ଲାଇସେନ୍ସ ବନ୍ଧୁକ ପାଇଁ କିଣି ଶିକାରୀଙ୍କୁ ବିକୁଥିଲା ଗୁଳି
  • ||

ଶ୍ରୀଜଗନ୍ନାଥ ଅନ୍ତର୍ଜାତୀୟ ବିମାନବନ୍ଦର, ବିଧାନସଭା ଚାଲିଥିବାରୁ ଜନଶୁଣାଣି ସ୍ଥଗିତ

Published By : Prameya | March 18, 2025 2:43 PM

ପୁରୀ, ୧୮/୦୩: ପୁରୀରେ ଶ୍ରୀଜଗନ୍ନାଥ  ଅନ୍ତର୍ଜାତୀୟ ବିମାନବନ୍ଦର ନିମନ୍ତେ ଆବଶ୍ୟକ  ବେସରକାରୀ ଜମି ଅଧିଗ୍ରହଣ ନିମନ୍ତେ ସିପସରୁବାଲି ଓ ଷଣ୍ଢପୁର ମୌଜା ଅଞ୍ଚଳବାସୀଙ୍କ  ଆପତ୍ତି, ଅଭିଯୋଗ ପ୍ରଭୃତି ଶୁଣିବା ନିମନ୍ତେ  ପ୍ରଶାସନ ସ୍ଥିର କରିଥିବା ଜନଶୁଣାଣି ସମୟକୁ  ଅନିର୍ଦ୍ଦିଷ୍ଟକାଳ ପର୍ଯ୍ୟନ୍ତ ସ୍ଥାଗିତ ରଖାଯାଇଛି ।  ଏନେଇ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି । ସପ୍ତଦଶ ବିଧାନସଭାର ତୃତୀୟ ଅଧିବେଶନ ଆସନ୍ତା ମାସ ୫ ତାରିଖ ପର୍ଯ୍ୟନ୍ତ ଚାଲୁ ରହୁଥିବାରୁ ଜନଶୁଣାଣି  ଆୟୋଜନ କରାଯାଇପାରୁନାହିଁ ବୋଲି  ବିଜ୍ଞପ୍ତିରେ ଉଲ୍ଲେଖ କରାଯାଇଛି । ପରବର୍ତ୍ତୀ  ସମୟରେ ଜନଶୁଣାଣି ନିମନ୍ତେ ସମୟ ଧାର୍ଯ୍ୟ  ହେଲେ ଲୋକଙ୍କୁ ଅବଗତ କରାଯିବ ବୋଲି  ସୂଚନା ଦିଆଯାଇଛି ।   

ସୂଚନାଥାଉକି, ସୁପସରୁବାଲି ମୌଜା  ନିମନ୍ତେ ଆସନ୍ତା ୨୧ ତାରିଖ ଓ ଷଣ୍ଢପୁର ନିମନ୍ତେ  ଆସନ୍ତା ୨୬ ତାରିଖରେ ଜନଶୁଣାଣି ନିମନ୍ତେ ସମୟ ଧାର୍ଯ୍ୟ ହୋଇଥିଲା । ଚଳିତ ମାସ ୬  ତାରିଖରେ ଏହି ବିଜ୍ଞପ୍ତି ପ୍ରକାଶ ପାଇଥିଲା ।  ଏହି ପ୍ରକଳ୍ପ ନିମନ୍ତେ ପ୍ରଥମ ପର୍ଯ୍ୟାୟରେ ଶିପସରୁବାଲି ଓ ଷଣ୍ଢପୁର ମୌଜାରୁ ୨୨୧.୮୯୧  ଏକର ଘରୋଇ ଜମି ଅଧିଗ୍ରହଣ ହେବାକୁ  ଯୋଜନା ରହିଛି । ବିମାନବନ୍ଦର ପ୍ରକଳ୍ପ ନିମନ୍ତେ  ପ୍ରାୟ ୧୧୬୪.୭୫୪ ଏକର ଜମି ଆବଶ୍ୟକ  ଥିବା ବେଳେ ଏଥିମଧ୍ୟରେ ୨୨୧.୮୯୧ ଏକର  ଘରୋଇ ଜମି ରହିଛି । ବାକି ୯୪୨.୮୬୩  ସରକାରୀ ଜମି ରହିଛି ବୋଲି ସରକାରୀ  ରିପୋର୍ଟରୁ ଜଣାପଡ଼ିଛି । ପ୍ରକଳ୍ପ ନିମନ୍ତେ ଧାରା  ୧୬ ଅନୁଯାୟୀ ପୁନଃର୍ବାସ ଓ ଥଇଥାନ ପ୍ରାବଧାନ  ତଥା ଏହି ପ୍ରକଳ୍ପ ପାଇଁ ପ୍ରସ୍ତାବିତ ପ୍ରାବଧାନ  ଅନୁଯାୟୀ ଜମି ଅଧିଗ୍ରହଣ ନିମନ୍ତେ ଏହି  ଜନଶୁଣାଣି ହେବ । 

ପୁରୀରେ ଶ୍ରୀଜଗନ୍ନାଥ ବିମାନବନ୍ଦର  ପିପିପି ମୋଡ୍‌ରେ ପ୍ରତିଷ୍ଠା ନିମନ୍ତେ ଇଡ୍‌କୋ  ପକ୍ଷରୁ ଅନ୍ତର୍ଜାତୀୟସ୍ତରରେ ଟେଣ୍ଡର  ଆହ୍ୱାନ କରାଯାଇଛି । ସମୁଦ୍ରକୂଳକୁ ଲାଗି  ଏହି ବିମାନବନ୍ଦର ହେଉଛି । ପ୍ରଥମ  ପର୍ଯ୍ୟାୟରେ ପ୍ରାୟ ୨ ହଜାର ୨୦୩ କୋଟି  ଟଙ୍କା ବିନିଯୋଗରେ ବାର୍ଷିକ ୪.୬ ମିଲିୟନ  ଯାତ୍ରୀ ଯାତାୟତ କରିପାରିବା ଭଳି ବିମାନବନ୍ଦର  କରାଯିବ । ତିନୋଟି ପର୍ଯ୍ୟାୟରେ ପ୍ରାୟ  ୫ ହଜାର ୬୩୧ କୋଟି ଟଙ୍କା ଖର୍ଚ୍ଚରେ  ବିମାନବନ୍ଦର ବିକାଶ ଯୋଜନା ରହିଛି । ଏହା  ପର୍ଯ୍ୟଟନ ଓ ସ୍ଥାନୀୟ ଆର୍ଥିକ ବିକାଶ କରିବାରେ  ବେଶ ସହାୟକ ହେବ ବୋଲି ଆଶା ରହିଛି ।  ପରିବେଶ ଅନୁମତି ବିମାନବନ୍ଦର ଲାଗି  ସବୁଠାରୁ ବଡ଼ ପ୍ରସଙ୍ଗ । କେନ୍ଦ୍ରୀୟ ପ୍ରତିନିଧି  ଦଳଙ୍କ ଗସ୍ତକୁ ସମସ୍ତେ ଅପେକ୍ଷା କରିଛନ୍ତି ।  ଡିଏଫ୍‌ଓ ବିବେକ କୁମାର କହିଛନ୍ତି, ଏହି ଟିମ୍‌  କେବେ ଆସିବେ ସ୍ପଷ୍ଟ ହୋଇନି । ତେବେ ଶୀଘ୍ର  ଆସିବାର ସମ୍ଭାବନା ରହିଛି

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.