ଭୁବନେଶ୍ୱର,୦୬/୦୬: ଜିଲ୍ଲାସ୍ତରୀୟ ଯୁଗ୍ମ  ଅଭିଯୋଗ ଶୁଣାଣି ଆସନ୍ତା ୯ ତାରିଖ (ସୋମବାର)  ଦିନ ହେବ । ଶୁକ୍ରବାରଠୁ ଏହି ଅଭିଯୋଗ ଶୁଣାଣି ପାଇଁ ଅନ୍‌ଲାଇନ ପଞ୍ଜୀକରଣ  ଆରମ୍ଭ ହେବ । ପୂର୍ବାହ୍ଣ ୧୧ଟାରୁ  ଜନଶୁଣାଣି ପୋର୍ଟାଲ (janasunani.odisha.gov.in) ମାଧ୍ୟମରେ ଜିଲ୍ଲାପାଳ ଏବଂ ଜିଲ୍ଲା ଆରକ୍ଷୀ  ଅଧ୍ୟକ୍ଷକ(ଏସ୍‌ପି)ଙ୍କୁ ସାକ୍ଷାତ କରିବା ପାଇଁ ପଞ୍ଜୀକରଣ  କରିପାରିବେ । 

ଜନସାଧାରଣ ପଞ୍ଜୀକରଣ ପ୍ରାପ୍ତି ସ୍ୱୀକାର  ପତ୍ର, ବ୍ୟକ୍ତିଗତ ପରିଚୟ ପତ୍ର ତଥା ନିଜର ଅଭିଯୋଗ  ପତ୍ର ସହ ଦର୍ଶାଯାଇଥିବା ସ୍ଥାନରେ ନିର୍ଦ୍ଧାରିତ ସମୟରେ  ଉପସ୍ଥିତ ରହି ନିଜର ଅଭିଯୋଗ ଜିଲ୍ଲାପାଳ ଏବଂ ଏସ୍‌ପିଙ୍କୁ ଜଣାଇପାରିବେ । ଏତଦ୍‌ଭିନ୍ନ ଅଣପଞ୍ଜିକୃତ ଆବେଦନକାରୀମାନଙ୍କ ଅଭିଯୋଗ ପତ୍ରଗୁଡିକୁ  ମଧ୍ୟ ଯୁଗ୍ମ ଶୁଣାଣି ଶିବିରରେ ସିଧାସଳଖ ଗ୍ରହଣ  କରାଯାଇପାରିବ ବୋଲି ସାଧାରଣ ପ୍ରଶାସନ ଓ ସାଧାରଣ  ଅଭିଯୋଗ ବିଭାଗ ତରଫରୁ ସୂଚନା ଦିଆଯାଇଛି ।