ମେଷ : ଶୁକ୍ଳପକ୍ଷର ଦ୍ୱିତୀୟ ଚନ୍ଦ୍ର ଓ ଚନ୍ଦ୍ର, ମଙ୍ଗଳ ଉଭୟଙ୍କ ନକ୍ଷତ୍ର ଭୋଗ ହେଉଥିବାରୁ ଧନ, ସମ୍ପଦ ବୃଦ୍ଧି ପାଇବ ଏବଂ ଆୟର ନୂତନ ମାର୍ଗ ଖୋଲିବ । ମୂଲ୍ୟବାନ ଧାତୁ, ଭୂମି, ଯାନବାହନ କ୍ରୟ କରିବେ ଏବଂ ଉନ୍ନତିମୂଳକ କର୍ମରେ ଧନର ବିନିଯୋଗ କରିବେ । ଆୟଠାରୁ ବ୍ୟୟ ବହୁତ କମ୍ ରହିବ ଏବଂ ଖର୍ଚ୍ଚ ଅପେକ୍ଷା ସଞ୍ଚୟ ଭାର ବୃଦ୍ଧି ପାଇବ । ଅନ୍ୟକୁ ଦେଇଥିବା ଧନ, ହୃତଧନ ଫେରିପାଇବେ ଏବଂ ଆର୍ଥିକ ସ୍ଥିତିରେ ଉନ୍ନତି ଆସିବ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଅତି ଉତ୍ତମ ହେବ ଏବଂ ବ୍ୟବସାୟର ଶାଖା ବଢ଼ାଇବା ପାଇଁ ଉଦ୍ୟମ କରିବେ ।କର୍ମରେ ସଫଳତା, ଦରମାରେ ବୃଦ୍ଧି ଏବଂ ସହକର୍ମୀଙ୍କ ସହଯୋଗ ମିଳିବ । ଯେଉଁମାନଙ୍କର ଅଶ୍ୱିନୀ ଓ କୃତ୍ତିକାମେଷ, ସେମାନେ ସୁଫଳ ପାଇବେ ।

ଶୁଭ ରଙ୍ଗ : ଲାଲ୍,ସଂଖ୍ୟା : ୦୬, ଆରାଧନା : ପ୍ରଭୁସ୍କନ୍ଦ ।

ବୃଷ : ଶ୍ରୀଚନ୍ଦ୍ର, ବୁଧବାର ଓ ଚନ୍ଦ୍ରଙ୍କ ନକ୍ଷତ୍ର ଭୋଗହେଉଥିବାରୁ ଧନ, ମାନ, ସମ୍ମାନ, ସ୍ୱଜନରେ ସୁ ସମ୍ପର୍କ, ପରିବାରରେ ସୁଖଶାନ୍ତି, ଲକ୍ଷ୍ମୀଙ୍କର କୃପା ଏବଂ ସୁଖାଦ୍ୟ, ସୁବସନ ପ୍ରାପ୍ତି ହେବ । ପୁତ୍ର, କନ୍ୟା, ଭ୍ରାତୃ, ଭଗ୍ନୀଙ୍କ ବୈବାହିକ କର୍ମର ଆୟୋଜନ କରିବେ ଏବଂ ଆମୋଦ ପ୍ରମୋଦ ପ୍ରତି ଅଧିକ ଧ୍ୟାନ ଦେବେ । ଚାଲି ଚଳନ, ବ୍ୟବହାର, କଥାବାର୍ତ୍ତା ମାର୍ଜିତ ଓ ସର୍ବଜନା ଦୃତ ହେବ ଏବଂ ସ୍ୱଜନ, ପରିଜନ, ବନ୍ଧୁବାନ୍ଧବଙ୍କ ସାହାଯ୍ୟ, ସହଯୋଗ ମିଳିବ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଅତି ଉତ୍ତମ ହେବ । କର୍ମରେ ସଫଳତା ଓ ସମ୍ମାନ ମିଳିବ ।ଯେଉଁମାନଙ୍କର କୃତ୍ତିକା ଓ ମୃଗଶିରା ବୃଷ ସେମାନେ ସୁଫଳ ପାଇବେ ।

ଶୁଭ ରଙ୍ଗ :ଧଳା, ସଂଖ୍ୟା : ୨, ଆରାଧନା : ମା’ କମଳା ।

ମିଥୁନ : ଦ୍ୱାଦଶ ଚନ୍ଦ୍ର, ଘାତତିଥି ଯୋଗୁ ମନରେ ଦୁଶ୍ଚିନ୍ତା, ଦୁର୍ଭାବନା, ହତୋତ୍ସାହ ଭାବ ପ୍ରକାଶ ପାଇବ ଏବଂ ଅପମାନ, ଅପଯଶ, ଅପନିନ୍ଦା ମିଳିବ । ଆୟ ପାଞ୍ଚ ଟଙ୍କା ହେଲେ ବ୍ୟୟ ପଚିଶ ଟଙ୍କା ହେବ ଏବଂ ଆର୍ଥିକ ସ୍ଥିତି ବିଗିଡ଼ିଯିବ । ଅଯଥା ଖର୍ଚ୍ଚ, ବଦ୍ ଖର୍ଚ୍ଚ, ପରିବାରର ଖର୍ଚ୍ଚ ଭାର ବୃଦ୍ଧି ପାଇବ ଏବଂ ମୂଲ୍ୟବାନ ପଦାର୍ଥ ନଷ୍ଟ କିମ୍ବା ହଜି ଯାଇପାରେ । ସମସ୍ତ କର୍ମରେ ଭୁଲ୍ ନିଷ୍ପତ୍ତି ନେବେ ଏବଂ ବିନା କାରଣରେ ବହୁତ ବ୍ୟସ୍ତ ରହିବେ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟଠାରୁ ବ୍ୟୟ ଅଧିକ ହେବ । କର୍ମରେ ବିଫଳତା ଓ ସମସ୍ତକର୍ମରେ ଅଯଥା ବିଳମ୍ବ ଦେଖାଯିବ । ଯେଉଁମାନଙ୍କର ମୃଗ ଶିରା ଓ ପୁନ ର୍ବସୁ ମିଥୁନ ସେମାନେ ସତର୍କ ହେବେ ।

ଶୁଭ ରଙ୍ଗ :ମେରୁନ୍, ସଂଖ୍ୟା: ୮, ଆରାଧନା : ମା’ ତ୍ରିପୁରସୁନ୍ଦରୀ ।

କର୍କଟ : ଏକାଦଶଚନ୍ଦ୍ର, ନବମୀତିଥି ଓ ଚନ୍ଦ୍ର, ମଙ୍ଗଳ ଉଭୟଙ୍କ ନକ୍ଷତ୍ର ଭୋଗ ହେଉଥିବାରୁ ଘାତବାରର ପ୍ରଭାବ ରହିବ ନାହିଁ । ଆକସ୍ମିକ ଧନ ଲାଭ, କୌଣସି ବିଶେଷ ସୂତ୍ରରୁ ଧନ ପ୍ରାପ୍ତି ଏବଂ ଅନ୍ୟକୁ ଦେଇଥିବା ଧନ ଫେରି ପାଇବେ । ସମସ୍ତ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବାରେ ସମର୍ଥ ହେବେ ଏବଂ ଉନ୍ନତିମୂଳକ କର୍ମରେ ଧନ ଓ ଧ୍ୟାନ ଉଭୟ ବିନିଯୋଗ କରିବେ । ମୂଲ୍ୟବାନ ଧାତୁ, ଭୂମି, ଯାନବାହନ କ୍ରୟ କରିବେ ଏବଂ ନୂତନ ବ୍ୟବସାୟ ପାଇଁ ଚୁକ୍ତି ବଦ୍ଧ ହେବେ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଅତି ଉତ୍ତମ ହେବ ଏବଂ ନୂତନ ବ୍ୟବସାୟର ସୁଯୋଗ ଜୁଟିବ । କର୍ମରେ ଆଶାଠାରୁ ଅଧିକ ସଫଳତା ଓ କର୍ମ ସ୍ଥାନର ସମସ୍ତ ସୁବିଧା ସୁଯୋଗ ହାସଲ କରିବେ । ଯେଉଁ ମାନଙ୍କର ପୁଷ୍ୟା କର୍କଟ ସେମାନେ ସୁଫଳ ପାଇବେ ।

ଶୁଭ ରଙ୍ଗ : ସିଲ୍ଭର, ସଂଖ୍ୟା : ୫, ଆରାଧନା : ଭଗବାନ ଶିବ ।

ସିଂହ : ଦଶମଚନ୍ଦ୍ର, ଚନ୍ଦ୍ର ଓ ମଙ୍ଗଳ ଉଭୟଙ୍କ ନକ୍ଷତ୍ର ଭୋଗ ହେଉଥିବାରୁ ଘାତ ତିଥିର ପ୍ରଭାବ ରହିବ ନାହିଁ ।କର୍ମରେ ଉନ୍ନତି, କର୍ମପ୍ରତି ଏକାଗ୍ରତା, ଆନ୍ତରିକତା ଅଧିକ ରହିବ । ଭାଗ୍ୟ ଅପେକ୍ଷାକର୍ମରେ ଅଧିକ ବିଶ୍ୱାସ ଓ ଗୁରୁତ୍ୱ ରହିବ ଏବଂ ବ୍ୟବସାୟ ଅପେକ୍ଷା କର୍ମରେ ଅଧିକ ପ୍ରଶଂସା ମିଳିବ । ଆଜି ଯେ କୌଣସି କର୍ମ କରିବେ, ସେଥିରେ ଶତ ପ୍ରତିଶତ ସଫଳତା ପାଇବେ ଏବଂ ସମସ୍ତ କର୍ମରେ ଆପଣଙ୍କର କର୍ମ କୁଶଳତା ଓ କାର୍ଯ୍ୟଦକ୍ଷତା ପ୍ରକାଶ ପାଇବ ।ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଯାହା ହେଲେ ମଧ୍ୟ ମନରେ ଆତ୍ମ ସନ୍ତୋଷ, ଆତ୍ମ ତୃପ୍ତି ରହିବ ।ଯେଉଁମାନଙ୍କର ମଘା ଓ ଉତ୍ତରା ଫାଲ୍ଗୁନୀ ସିଂହ ସେମାନେ ସୁଫଳ ପାଇବେ ।

ଶୁଭ ରଙ୍ଗ: ଗୋଲାପୀ, ସଂଖ୍ୟା: ୧୧, ଆରାଧନା : ପ୍ରଭୁଶ୍ରୀଜଗନ୍ନାଥ ।

କନ୍ୟା : ନବମ ଚନ୍ଦ୍ର, ନବମୀ ତିଥି, ବୁଧବାର ଓ ଚନ୍ଦ୍ରଙ୍କ ନକ୍ଷତ୍ର ଭୋଗ ହେଉଥିବାରୁ ଭାଗ୍ୟରେ, କର୍ମରେ ଆର୍ଥିକ ଅବସ୍ଥାରେ ଉନ୍ନତି ଆସିବ ଏବଂ ଧନ, ସମ୍ପଦ, ପ୍ରାଚୁର୍ଯ୍ୟ, ପ୍ରତିପତ୍ତି ଏବଂ ଈଶ୍ୱରଙ୍କ କୃପା ଲାଭ କରିବେ । ଯଶ, ସମ୍ମାନ, ସାମାଜିକ ପ୍ରତିଷ୍ଠା, ଜନ ସମ୍ପର୍କ ବୃଦ୍ଧି ପାଇବ ଏବଂ ମହତ୍ ବ୍ୟକ୍ତିଙ୍କ ସାନ୍ନିଧ୍ୟ ଲାଭ କରିବେ । ପରୋପକାର, ସମାଜ ସେବା, ଧାର୍ମିକକର୍ମରେ ଅଧିକ ଆଗ୍ରହ ରହିବ ଏବଂ ପୁରାତନ ବନ୍ଧୁଙ୍କ ସାହାଯ୍ୟ, ସହଯୋଗ ପ୍ରାପ୍ତ ହେବ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଅତି ଉତ୍ତମ ହେବ । କର୍ମରେ ସଫଳତା ଓ ପଦସ୍ଥ ଅଧିକାରୀଙ୍କ ଶୁଭ ଦୃଷ୍ଟିରେ ରହିବେ । ଯେଉଁମାନଙ୍କର ଉତ୍ତରା ଫାଲଗୁନୀ ଓ ଚିତ୍ରା କନ୍ୟା ସେମାନେ ସୁଫଳ ପାଇବେ ।

ଶୁଭ ରଙ୍ଗ : ସବୁଜ, ସଂଖ୍ୟା : ୧୨, ଆରାଧନା : ଭଗବାନ ବିଷ୍ଣୁ ।

ତୁଳା : ଅଷ୍ଟମଚନ୍ଦ୍ର ଯୋଗୁ ମନରେ ବିରକ୍ତି ଭାବ, ଚିଡ଼ି ଚିଡ଼ା ପଣ ପ୍ରକାଶ ପାଇବ ଏବଂ ଚାଲିଚଳନ, କଥାବାର୍ତ୍ତା ବିବାଦୀୟ ହେବ । ଠିକ୍ ସମୟରେ ଠିକ୍ ନିଷ୍ପତ୍ତି ନେବାରେ ଅସମର୍ଥ ହେବେ ଏବଂ ସମସ୍ତ କର୍ମରେ ଭୁଲ୍ ନିଷ୍ପତ୍ତି ନେବେ । ମନ ଅସ୍ଥିର, ବିଷାଦ ଗ୍ରସ୍ତ ରହିବ ଏବଂ ଶାରୀରିକ ପୀଡ଼ା ଭୋଗିବେ । ଅଯଥା ଖର୍ଚ୍ଚ, ବୃଥା ଭ୍ରମଣ ଲାଗି ରହିବ ଏବଂ ସମସ୍ତ କର୍ମ ବିବାଦୀୟ ହେବ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟଠାରୁ ବ୍ୟୟ ଅଧିକ ହେବ ।କର୍ମରେ ବିଫଳତା ଓ ସମସ୍ତ କର୍ମ କଣ୍ଟକ ସଦୃଶ ମନେ ହେବ । ଯେଉଁମାନଙ୍କର ଚିତ୍ରାତୁଳା ଓ ବିଶାଖାତୁଳା ସେମାନେ ସତର୍କ ହେବେ ।

ଶୁଭ ରଙ୍ଗ:ନୀଳ, ସଂଖ୍ୟା : ୦୨, ଆରାଧନା : ମା’ କମଳା ।

ବିଛା : ଘାତଚନ୍ଦ୍ର ଯୋଗୁ ମନରେ ଦୁଶ୍ଚିନ୍ତା, ଦୁର୍ଭାବନା, ହତୋତ୍ସାହ ଭାବ ପ୍ରକାଶ ପାଇବ ଏବଂ ଶାରୀରିକ ପୀଡ଼ା ଭୋଗିବେ । ମୂଲ୍ୟବାନ ପଦାର୍ଥ ନଷ୍ଟ କିମ୍ବା ହଜି ଯାଇପାରେ ଏବଂ ଆର୍ଥିକ ଠକାମିରେ ପଡ଼ି ପାରନ୍ତି । ମନରେ ଅସ୍ଥିରତା, ପରିବାରରେ ମନୋ ମାଳିନ୍ୟ, ସ୍ୱଜନରେ ବିବାଦ ଏବଂ ଦାମ୍ପତ୍ୟ ଜୀବନରେ ଝଡ଼ର ସୂତ୍ର ପାତ୍ର ହେବ । ପରିଚିତ ମହିଳାଙ୍କଠାରୁ ଅପମାନ ମିଳିବ ଏବଂ ତାଙ୍କ ଯୋଗୁ ବିପଦରେ ପଡ଼ିବେ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ କ୍ଷତି ପହଞ୍ଚିବ । କର୍ମରେ ବିଫଳତା ଓ ସମ୍ମାନ ହାନି ଘଟିବ । ଯେଉଁମାନଙ୍କର ବିଶାଖା ବିଛା ସେମାନେ ସତର୍କ ହେବେ ।

ଶୁଭ ରଙ୍ଗ : ହଳଦିଆ,ସଂଖ୍ୟା : ୩, ଆରାଧନା : ପ୍ରଭୁହନୁମାନ ।

ଧନୁ : ଷଷ୍ଠଚନ୍ଦ୍ର ଓ ଚନ୍ଦ୍ର ଏବଂ ମଙ୍ଗଳ ଉଭୟଙ୍କ ନକ୍ଷତ୍ର ଭୋଗ ହେଉଥିବାରୁ ଧନ ସମ୍ପଦ ବୃଦ୍ଧି ପାଇବ ଏବଂ ଆର୍ଥିକ ସ୍ଥିତିରେ ଉନ୍ନତି ଆସିବ । ରୋଗ, ଋଣ, ଦୁଃଖ, କ୍ଳେଶ, ମାନସିକ ଅବସାଦରୁ ସାମୟିକ ମୁକ୍ତି ମିଳିବ ଏବଂ ଦେହ, ମନ ସୁସ୍ଥ ରହିବ ।ଗୁରୁଜନଙ୍କ ପ୍ରତି ସମ୍ମାନ, ଲଘୁଜନଙ୍କ ପ୍ରତି ସ୍ନେହ, ଶ୍ରଦ୍ଧା, ଆନ୍ତରିକତା ଅଧିକ ରହିବ ଏବଂ ସମସ୍ତଙ୍କର ମନ ଜିଣିବାରେ ସମର୍ଥ ହେବେ । ନୂତନ କର୍ମାରମ୍ଭ, ବ୍ୟବସାୟାରମ୍ଭ, ବିଦେଶ ଯାତ୍ରାର ସୁଯୋଗ ଜୁଟିବ ଏବଂ ମୂଲ୍ୟବାନ ଧାତୁ, ଭୂମି, ଯାନବାହନ କ୍ରୟ କରିବେ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଅତି ଉତ୍ତମ ହେବ । କର୍ମରେ ସଫଳତା ଓ କର୍ମସ୍ଥାନର ସମସ୍ତ ବାଧା ବିଘ୍ନ ଦୂର ହେବ । ଯେଉଁମାନଙ୍କର ମୂଳା ଓ ଉତ୍ତରାଷାଢ଼ା ଧନୁ ସେମାନେ ଉପକୃତ ହେବେ ।

ଶୁଭ ରଙ୍ଗ : ଲାଲ୍, ସଂଖ୍ୟା : ୭, ଆରାଧନା : ପ୍ରଭୁଗଜାନନ ।

ମକର : ଶୁକ୍ଳପକ୍ଷର ପଞ୍ଚମ ଚନ୍ଦ୍ର ଯୋଗୁ ଘାତ ନକ୍ଷତ୍ରର ପ୍ରଭାବ ରହିବ ନାହିଁ । ବିଦ୍ୟା, ବୁଦ୍ଧି, ଜ୍ଞାନ, ଗରିମା, ପ୍ରତ୍ୟୁ ତ୍ପନ୍ନମତି, ଦୂର ଦୃଷ୍ଟି, ଧୀଶକ୍ତି ଓ ସ୍ମରଣ ଶକ୍ତିର ବିକାଶ ଘଟିବ ଏବଂ ଆପଣଙ୍କ ବକ୍ତବ୍ୟରେ ବାକ୍ ବିଚକ୍ଷଣତା ପ୍ରକାଶ ପାଇବ । ନୂତନ ବିଦ୍ୟା, ଓ କଳା ପ୍ରତି ପ୍ରତିମନରେ ଅଧିକ ଆଗ୍ରହ ପ୍ରକାଶପାଇବ ଏବଂ ପିତାମାତା, ଗୁରୁଜନଙ୍କ କୃପା ଲାଭ କରିବେ । ସନ୍ତାନମାନଙ୍କର ଶିକ୍ଷା, ଦୀକ୍ଷା, କର୍ମରେ ଉନ୍ନତି ଆସିବ ଏବଂ ସେମାନଙ୍କର ନୂତନ ନିଯୁକ୍ତିର ଖବର ମିଳିବ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ମଧ୍ୟମ ହେବ । କର୍ମରେ ସଫଳତା ମିଳିଲେ ମଧ୍ୟ ଘାତ ନକ୍ଷତ୍ର ଭୋଗ ହେଉଥିବାରୁ ମନରେ ଆତ୍ମ ସନ୍ତୋଷ ମିଳିବ ନାହିଁ । ଯେଉଁମାନଙ୍କର ଉତ୍ତରାଷାଢ଼ା ଓ ଧନିଷ୍ଠା ମକର ସେମାନେ ଉପକୃତ ହେବେ ।

ଶୁଭ ରଙ୍ଗ :ଇନ୍ଦ୍ରନୀଳ, ସଂଖ୍ୟା : ୧୧, ଆରାଧନା : ମା’ ଦୁର୍ଗା ।

କୁମ୍ଭ : ଶୁକ୍ଳପକ୍ଷର ଚତୁର୍ଥ ଚନ୍ଦ୍ର ଯୋଗୁ ଗୁରୁଜନଙ୍କ ସହ ବିବାଦ, କ୍ଷମତଶାଳୀ ବ୍ୟକ୍ତିଙ୍କ ସହ ଶତ୍ରୁତା, ରାଜନୈତିକ ବ୍ୟକ୍ତିଙ୍କ ଆକ୍ରୋଶର ଶିକାର ହେବେ । ଧନ କ୍ଷତି, ମାନସିକ ଅସ୍ଥିରତା, ପରିବାରରେ ମନୋମାଳିନ୍ୟ, ସ୍ୱଜନରେ ବିବାଦ, ପଡ଼ୋଶୀଙ୍କ ସହ ତିକ୍ତତା ଏବଂ ଯାନବାହନରେ ଖର୍ଚ୍ଚାନ୍ତ ଏବଂ ଆର୍ଥିକ ଠକାମିରେ ପଡ଼ି ପାରନ୍ତି । ମୂଲ୍ୟବାନ ପଦାର୍ଥ ନଷ୍ଟ କିମ୍ବା ହଜି ଯାଇପାରେ ଏବଂ ଧନକୁ ନେଇ ବିବାଦ ଓ ମାଲି ମକଦ୍ଦମାରେ ପଡ଼ି ପାରନ୍ତି । ବାଣିଜ୍ୟ, ବ୍ୟବସାୟରେ କ୍ଷତି, ପରିବହନ ବ୍ୟବସାୟରେ ବିପର୍ଯ୍ୟୟ ଘଟିବ ଏବଂ କର୍ମରେ ବିଫଳତା ଓ ବାଧା ବିଘ୍ନ ଲାଗି ରହିବ ଯେଉଁମାନଙ୍କର ପୂର୍ବ ଭାଦ୍ର କୁମ୍ଭ ସେମାନେ ସତର୍କତା ଅବଲମ୍ବନ କରିବେ ।

ଶୁଭ ରଙ୍ଗ :ବାଇଗଣୀ, ସଂଖ୍ୟା :୩, ଆରାଧନା : ମା’ ଭୈରବୀ ।

ମୀନ : ତୃତୀୟ ଚନ୍ଦ୍ର ଓ ଚନ୍ଦ୍ର ଏବଂ ମଙ୍ଗଳ ଉଭୟଙ୍କ ନକ୍ଷତ୍ର ଭୋଗ ହେଉଥିବାରୁ ଅସମ୍ଭବକୁ ସମ୍ଭବ କରିବାରେ ସମର୍ଥ ହେବେ ଏବଂ ସମସ୍ତ ଆଶା, ଆକାଂକ୍ଷା ଓ ଅଭିଳାଷ ପୂର୍ଣ୍ଣ ହେବ । ମୂଲ୍ୟବାନ ଧାତୁ, ଭୂମି, ଯାନବାହନ କ୍ରୟ କରିବେ ଏବଂ ପୁତ୍ର, କନ୍ୟା, ଭ୍ରାତୃ, ଭଗ୍ନୀଙ୍କର ବୈବାହିକ କର୍ମର ଆୟୋଜନ କରିବେ । ମନରେ ଦୃଢ଼ ଇଚ୍ଛା ଶକ୍ତି, ଆତ୍ମ ବିଶ୍ୱାସ ପ୍ରକାଶ ପାଇବ ଏବଂ ମନୋବଳ ଦୃଢ଼ ହେବ । ସମସ୍ତ ଅଟକି ଥିବା କାମକୁ ସଫଳତାର ସହ ସମ୍ପାଦନ କରିବେ ଏବଂ ସମସ୍ତ କର୍ମ ଆଜି ଆପଣଙ୍କ ପାଇଁ ସହଜ ହେବ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଅତି ଉତ୍ତମ ହେବ । କର୍ମରେ ସଫଳତା ଓ ଉଚ୍ଚ, ସମ୍ମାନ, ଉଚ୍ଚ ପଦବୀ ପ୍ରାପ୍ତ ହେବ । ଯେଉଁମାନଙ୍କର ଉତ୍ତର ଭାଦ୍ର ମୀନ ସେମାନେ ଉପକୃତ ହେବେ ।

ଶୁଭ ରଙ୍ଗ : ଗୋଲାପୀ, ସଂଖ୍ୟା : ୯, ଆରାଧନା : ପ୍ରଭୁଶ୍ରୀଜଗନ୍ନାଥ ।

ଜ୍ୟୋତିର୍ବିଦ୍ : କୈଳାସ ଦାଶ

ଯୋଗାଯୋଗ : ୯୪୩୭୧୩୩୪୭୩