ନୂଆଦିଲ୍ଲୀ : ମହାରାଷ୍ଟ୍ରର ୩୭ ବର୍ଷିୟ ଅଭିଯୁକ୍ତ ଦତ୍ତାତ୍ରେୟ ଗାଡେ ,୨୬ ବର୍ଷିୟ ମହିଳାଙ୍କୁ ଦୁଷ୍କର୍ମ କରିବ ପରେ ତିନି ଥର ଫାଶି ଦେବାକୁଚେଷ୍ଟା କରିଥିଲା, କିନ୍ତୁ ପ୍ରତି ଥର ତାଙ୍କର ଫାଶି ରଶି ଛିଣ୍ଡି ଯାଇ ଥିଲା। ୭୫ ଘଣ୍ଟାର ଦୀର୍ଘ ତଲାସୀ ଅଭିଯାନ ପରେ ଅଭିଯୁକ୍ତକୁ ଧରାଯାଇ ଥିଲା। ଶୁକ୍ରବାର ( ୨୮ ଫେବ୍ରୁଆରୀ)ପୁଣେ ପୁଲିସ ଆଧାରରେ ଏହି ଜାଣିବାକୁ ମିଳିଛି। 

ଗାଡେଙ୍କୁ ହେପାଜତକୁ ନେବା ବେଳେ ତା ବେକରେ ରଶି ଚିହ୍ନ ଥିବାର ପୁଲିସ ଦେଖି ଥିବା କହିଛି। ଗାଡେକୁ ସେହି ଚିହ୍ନ ବିଷୟରେ ପଚରାପଚରି କରିବାରୁ ସେ ପୁଲିସକୁ କହିଥିଲା ଯେ, ସେ (ଗୁରୁବାର )ବିଳମ୍ୱିତ ରାତିରେ ଆଖୁ କ୍ଷେତରେ ଥିବା ଏକ ଗଛରେ ଫାଶି ଲଗେଇବାକୁ ଚେଷ୍ଟା କରିଥିଲା, ଯେଉଁଠି ସେ ଗିରଫ ପୂର୍ବରୁ ଲୁଚି ଥିଲା। 

ଦତ୍ତାତ୍ରେୟ ଗାଡେକୁ ନ୍ୟାୟିକ ମାଜିଷ୍ଟ୍ରେଟ୍‌ଙ୍କ କୋର୍ଟକୁ ନିଆ ଯାଇଥିଲା । ପୁଲିସ କଥିତ ଦୁଷ୍କର୍ମର ଯାଞ୍ଚ ପାଇଁ ୧୪ଦିନର ରିମାଣ୍ଡର ଦାବି କରିଛି। ଗାଡେ ନାଁରେ ପୁଣେର ସ୍ୱର୍ଗେଟ୍ ବସ୍‌ ଷ୍ଟେସନରେ ,ଏକ ବସ୍‌ ଭିତରେ ଜଣେ ମହିଳାଙ୍କ ସହ ଦୁଷ୍କର୍ମ କରିବା ଅଭିଯୋଗ ରହିଛି- କିନ୍ତୁ ତାର ଓକିଲମାନେ ରିମାଣ୍ଡର ବିରୋଧ କରି ଦାବି କରିଥିଲେ କି, ଏହି ଦୁଷ୍କର୍ମ ନୁହେଁ ବରଂ ସହମତିରେ ହୋଇ ଥିବା ସମ୍ୱନ୍ଧ ଥିଲା। ପୁଣେ ପୁଲିସକୁ ଗାଡେର ୧୨ ମାର୍ଚ୍ଚ ଯାଏ ରିମାଣ୍ଡ ମଞ୍ଜୁରୀ କରାଯାଇଛି। 

ସୂଚନା ଆଧାରରେ, ତଲାସୀ ଅଭିଯାନରେ ୧୦୦ରୁ ଅଧିକ ପୁଲିସକର୍ମୀଙ୍କୁ ମୁତୟନ କରାଯାଇ ଥିଲା। ଟିମ୍‌ ଆଖୁ କ୍ଷେତକୁ ଘେରି ଯାଇ ଥିଲେ , ଯେଉଁଠି ଗାଡେ ଲୁଚି ଥିଲା।  ପୁଲିସ ଏକ ସାମ୍ୱାଦିକ ସମ୍ମିଳନୀରେ କହିଛି, ଶୁକ୍ରବାର ରାତି ପାଖାପାଖି ୧.୩୦ଟା ସମୟରେ ଯେବେ ସେ ଶୋଷ ଲାଗିବାକୁ କ୍ଷେତ ବାହାରକୁ ଆସିଲା ତ, ଆମ ଟିମ୍ ତାକୁ ଗିରଫ କରି ନେଇ ଥିଲା। ସେ ପାଖରେ ଥିବା ଏକ ଘରକୁ ଗଲା ଏବଂ ପାଣି ପିଇବାକୁ ମାଗିଲା। ଘରର ଲୋକେ ତାକୁ ଚିହ୍ନି ପାରି ଥିଲେ ଏବଂ ତାକୁ ପାଣି ପିଇବାକୁ ଦେଲେ। ଘରର ଲୋକେ ତୁରନ୍ତ ଜଣେ ପୁଲିସ କନଷ୍ଟେବଳଙ୍କୁ ସୂଚିତ କଲେ, ଯିଏକି ଆଖୁ କ୍ଷେତରେ ଥିବା ପୁଲିସ ଟିମ୍‌କୁ ଜଣାଇ ଥିଲେ। ଏହାପରେ ଆମ ଟିମ୍‌ ସେହି ଦିଗରେ ତଲାସୀ ଆରମ୍ଭ କଲା , ଯେଉଁଠିକୁ ସେ ଯାଇଥିଲା। ଏହାପରେ ସେ ଫେରାର ହେବାକୁ ଚେଷ୍ଟା କରୁ ଥିଲା, ଯେବେ ସ୍ଥାନୀୟ ଗ୍ରାମବାସୀ ଓ ପୁଲିସ ତାର ପିଛା କରି ତାକୁ ଧରି ଥିଲେ।

ପୁଲିସ କହିଛି , ପ୍ରାରମ୍ଭିକ ପଚରାପଚରି ବେଳେ ଗାଡେ ଆମ ଟିମ୍‌କୁ କହିଥିଲା କି, ସେ ଦୁଇ ଦିନ ଯାଏ କ୍ଷେତରେ ଆଖୁ ଓ ଟମାଟର ଖାଇଥିଲା। କିନ୍ତୁ ତାକୁ ପାଣି ପିଇବାକୁ ମିଳି ନଥିଲା, ଯେଉଁଥି ପାଇଁ ସେ ଆଖୁ କ୍ଷେତରୁ ବାହାରି ପିଇବାକୁ ଯାଇଥିଲା। ପୂର୍ବରୁ ଅପରାଧରେ ଲିପ୍ତ ଏହି ବ୍ୟକ୍ତି ସ୍ୱାରଗେଟ୍‌ ଷ୍ଟେସନରେ ,ରାଜ୍ୟ ପରିବହନ ବସ୍‌ ଭିତରେ ମହିଳାଙ୍କୁ ଦୁଷ୍କର୍ମ କରିଥିଲା। ସ୍ୱାରଗେଟ୍‌ ଷ୍ଟେସନ ମହାରାଷ୍ଟ୍ର ରାଜ୍ୟ ସଡ଼କ ପରିବହନ ନିଗମ(ଏମଏସଆରଟିସି)ର ସବୁଠୁ ବଡ଼ ବସ୍‌ ଡିପୋ ମଧ୍ୟରୁ ଗୋଟିଏ।

ଏହି ଘଟଣା ସେହି ସମୟରେ ଘଟିଛି , ଯେତେବେଳେ ମହିଳା ଜଣଙ୍କ ସକାଳ ୫.୪୫ରେ ବସ୍‌କୁ ଅପେକ୍ଷା କରିଥିଲେ। ପୀଡ଼ିତା ପୁଲିସକୁ କହିଛନ୍ତି ଯେ , ଅଭିଯୁକ୍ତ ଗାଡେ ତାଙ୍କ ସହ କଥାବାର୍ତ୍ତା ହେବାକୁ ଚେଷ୍ଟା କଲା ଏବଂ ତାଙ୍କର ଭଉଣୀକୁ ଫୋନ୍ କଲା। ଏହାପରେ ସେ କହିଲା କି ତାଙ୍କର ବସ୍‌ ଅନ୍ୟ ପ୍ଲାଟଫର୍ମରେ ଆସି ଯାଇଛି। ପରେ ସେ ତାଙ୍କୁ ସେଠାରେ ଠିଆ ହୋଇଥିବା ଏକ ଖାଲି ବସ୍‌କୁ ନେଇଗଲା, ସେଠାରେ ସେ ତାଙ୍କୁ ଦୁଷ୍କର୍ମ କରିଥିଲା। ମହିଳା ଜଣଙ୍କ କହିଛନ୍ତି କି ସେ ବସ୍‌ରେ ଚଢିବାକୁ ମନା କରୁ ଥିଲେ ,କାରଣ ବସ୍‌ର ଲାଇଟ୍‌ ବନ୍ଦ ଥିଲା, ହେଲେ ଗାଡେ ତାଙ୍କୁ ବସ୍‌ରେ ଚଢିବାକୁ ବାଧ୍ୟ କରିଥିଲା।