ପ୍ରମୂଖ ଖବର
  • ରୁଷକୁ ଟ୍ରମ୍ପଙ୍କ ଅଲ୍ଟିମେଟମ୍, ୫୦ ଦିନ ମଧ୍ୟରେ ଯୁଦ୍ଧ ବନ୍ଦ ନକଲେ ଲଗାଇବେ ଶତ ପ୍ରତିଶତ ଶୁଳ୍କ
  • ||
  • ଛୋଟ ଛୋଟ କଥାରେ ବିବାଦ ଯୋଗୁଁ ବିପଦରେ ପଡ଼ୁଛି ହିନ୍ଦୁ ବିବାହ, ଚିନ୍ତା ପ୍ରକାଶ କଲେ ବମ୍ବେ ହାଇକୋର୍ଟ
  • ||
  • ବାରଙ୍ଗ ବ୍ଲକ ଛକରେ ଆମ ବସ୍ ଧକ୍କାରେ ଯୁବକ ମୃତ, ଘଟଣାସ୍ଥଳରେ ଉତ୍ତେଜନା, ରାସ୍ତାରୋକ
  • ||
  • ଏଫଏମ କଲେଜ ଛାତ୍ରୀ ଆତ୍ମାହୁତି ଉଦ୍ୟମ ଘଟଣା, ଏମ୍ସରେ ପୀଡିତାଙ୍କୁ ଭେଟିଲେ ରାଷ୍ଟ୍ରପତି
  • ||
  • ଛାତ୍ରୀ ଆତ୍ମାହୁତି ଉଦ୍ୟମ ଘଟଣାରେ ଏଫଏମ କଲେଜ ଅଧ୍ୟକ୍ଷ ଗିରଫ
  • ||
  • ମାଲକାନଗିରି: ଲ୍ୟାଣ୍ଡମାଇନ୍‌ ବିସ୍ଫୋରଣରେ ୩ ଗୁରୁତର, -ଜଙ୍ଗଲକୁ ଛତୁ ସଂଗ୍ରହ ପାଇଁ ଯାଇଥିବା ବେଳେ ଫୁଟିଲା ଲ୍ୟାଣ୍ଡମାଇନ୍‌
  • ||
  • କେନ୍ଦୁଝର : ଲଗାଣ ବର୍ଷାରେ ଅସ୍ତବ୍ୟସ୍ତ ତେଲକୋଇ, ପିଟାନାଳି ପୋଲ ଉପରେ ୩ ଫୁଟର ବନ୍ୟା ଜଳ ପ୍ରବାହିତ
  • ||
  • ଭୁବନେଶ୍ୱର : ମୃତ୍ୟୁ ସହ ସଂଘର୍ଷ କରୁଛି ଝିଅ, ସୁସ୍ଥ ହେବା ପାଇଁ ପ୍ରାର୍ଥନା କରନ୍ତୁ କହିଲେ ଏଫଏମ୍ କଲେଜ ପୀଡ଼ିତାଙ୍କ ବାପା
  • ||
  • ଗଞ୍ଜାମ : ମନ୍ଦିର ଗେଟ୍‌ରେ ପିଟିହେଲା ବାଇକ୍‌, ୨ ମୃତ
  • ||
  • ମହାମହିମଙ୍କ ଗସ୍ତ ପାଇଁ କମିଶନରେଟ୍‌ ପୁଲିସ ପକ୍ଷରୁ ଟ୍ରାଫିକ୍ କଟକଣା, ସହର ଭିତରକୁ ୨ ଦିନ ପାଇଁ ଭାରୀଯାନ ମନା
  • ||
  • ପାରାଦ୍ଵୀପର ପରିବା ମାର୍କେଟ୍‌ରେ ଅଗ୍ନିକାଣ୍ଡ, ୬ରୁ ଉର୍ଦ୍ଧ୍ଵ ଦୋକାନ ପୋଡ଼ି ପାଉଁଶ
  • ||
  • ଏଫଏମ୍‌ କଲେଜରେ ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା, ଆଜି ବାଲେଶ୍ୱର ଗସ୍ତ କରିବ ପିସିସି ଅନୁଧ୍ୟାନ କମିଟି
  • ||
  • ଶ୍ରାବଣ ସୋମବାର ଉପଲକ୍ଷେ ସୁଦର୍ଶନ ପଟ୍ଟନାୟକଙ୍କ ବାଲୁକା କଳା, ବାଲିରେ ଝଲସିଲେ ଦେବ ଦେବ ମହାଦେବ
  • ||
  • ଭେଣ୍ଟିଲେଟରରେ ମୃତ୍ୟୁ ସହ ଲଢୁଛନ୍ତି FM କଲେଜ ଛାତ୍ରୀ, ଭର୍ଚୁଆଲରେ ଦିଲ୍ଲୀ ଏମ୍ସର ପରାମର୍ଶରେ ଚାଲିଛି ଡାୟାଲିସିସ୍‌
  • ||
  • ଡେଲାଙ୍ଗରେ ବ୍ୟାପିଛି ବାର୍ଡ ଫ୍ଲୁ, ଚିକେନ୍ ପ୍ରେମୀଙ୍କ ମନରେ ଛନକା, ଦୁଇ ଦିନରେ ମରାଗଲାଣି ୬,୭୩୧ କୁକୁଡ଼ା
  • ||
  • ମହାକାଶରୁ ଶୁଭାଂଶୁଙ୍କ ମେସେଜ୍, କହିଲେ ସାରେ ଜହାଁ ସେ ଅଛା, ହିନ୍ଦୁସ୍ତାନ ହମାରା, ଆଜି ମହାକାଶରୁ ପୃଥିବୀ ଅଭିମୁଖେ ଯାତ୍ରା
  • ||
  • ଲଣ୍ଡନ ସାଉଥ୍‌ଏଣ୍ଡ୍ ଏୟାରପୋର୍ଟରେ ବିମାନ ଦୁର୍ଘଟଣା, ଉଡ଼ାଣର କିଛି ସମୟ ଭିତରେ ଜଳିଗଲା ବିଚ୍‌କ୍ରାଫ୍ B200 ସୁପରକିଙ୍ଗ୍
  • ||
  • ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି: ଏମ୍‌ସ, ରେଭେନ୍ସା ବିଶ୍ୱବିଦ୍ୟାଳୟ ସମାବର୍ତ୍ତନ ସମାରୋହରେ ଦେବେ ଯୋଗ
  • ||
  • ବଙ୍ଗୋପସାଗରରେ ଯୋଡ଼ା ଲଘୁଚାପ ସକ୍ରିୟ: ଆଜି ୬ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୯ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି
  • ||
  • ଶ୍ରାବଣ ମାସର ପ୍ରଥମ ସୋମବାରରେ ଚଳଚଞ୍ଚଳ ଧବଳେଶ୍ଵରଙ୍କ ପୀଠ, ଶ୍ରାବଣୀ ଲିଙ୍ଗରେ ଜଳଲାଗି କଲେ କାଉଡ଼ିଆ
  • ||

କେନ୍ଦ୍ର ସହ ଆଲୋଚନାର ନିମନ୍ତ୍ରଣ ପରେ ୧୨୧ କୃଷକ ଭାଙ୍ଗିଲେ ଅନଶନ, ଡଲେଓ୍ବାଲଙ୍କ ସମର୍ଥନରେ କରୁଥିଲେ ବିକ୍ଷୋଭ

Published By : Harapriya Biswal | January 19, 2025 7:46 PM

ନୂଆଦିଲ୍ଲୀ,୧୯।୧:  କୃଷକ ନେତା ଜଗଜିତ ସିଂହ ଡଲେୱାଲ  ୫୦ ଦିନରୁ ଅଧିକ ସମୟ ଧରି ଅନଶନରେ ବସିଛନ୍ତି। ତାଙ୍କ ସମର୍ଥନରେ, ଖାନୌରି ସୀମାରେ ଅନଶନରେ ଥିବା ୧୨୧ ଜଣ ଚାଷୀ ରବିବାର ଅନିର୍ଦ୍ଦିଷ୍ଟ କାଳ ପାଇଁ ଧର୍ମଘଟ ପ୍ରତ୍ୟାହାର କରିଛନ୍ତି। ଡଲେୱାଲ ଚିକିତ୍ସା ସହାୟତା ଯୋଗାଇବାକୁ ରାଜି ହୋଇଥିଲେ ଏବଂ ପରେ ଚାଷୀମାନେ ସେମାନଙ୍କର ଅନଶନ ଭାଙ୍ଗିଥିଲେ। ସେ ନଭେମ୍ବର ୨୬ ତାରିଖରେ ଅନଶନ ଆରମ୍ଭ କରିବା ପରଠାରୁ ଡାକ୍ତରୀ ସହାୟତା ନେବାକୁ ମନା କରି ଆସୁଥିଲେ।

ପିଟିଆଇର ଏକ ରିପୋର୍ଟ ଅନୁଯାୟୀ, ଶୁକ୍ରବାର କେନ୍ଦ୍ର ସରକାର ଚାଷୀମାନଙ୍କୁ ସେମାନଙ୍କ ଦାବି ଉପରେ ଫେବୃଆରୀ ୧୪ ରେ ଆଲୋଚନା ପାଇଁ ନିମନ୍ତ୍ରଣ କରିଥିଲେ, ଯାହା ପରେ ଡଲେୱାଲ ଡାକ୍ତରୀ ସହାୟତା ନେବାକୁ ରାଜି ହୋଇଥିଲେ। ଡଲେୱାଲଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ହେବା ଏବଂ ସରକାରଙ୍କ ଦାବି ଗ୍ରହଣ ନକରିବା ଯୋଗୁଁ, ୧୧୧ ଜଣ କୃଷକଙ୍କ ଏକ ଗୋଷ୍ଠୀ ୧୫ ଜାନୁଆରୀରେ ଅନଶନ ଆରମ୍ଭ କରିଥିଲେ। ଜାନୁଆରୀ ୧୭ ତାରିଖରେ, ଆଉ ୧୦ ଜଣ ଚାଷୀ ପ୍ରତିବାଦ ଆରମ୍ଭ କରିଥିଲେ। ଯିଏ କି ହରିୟାଣାର ବାସିନ୍ଦା ଥିଲେ।

ଏହି ୧୨୧ କୃଷକ ଡେପୁଟି ପୋଲିସ ଇନ୍ସପେକ୍ଟର ଜେନେରାଲ ମନଦୀପ ସିଂହ ସିଦ୍ଧୁ ଏବଂ ପଟିଆଲାର ବରିଷ୍ଠ ପୋଲିସ ସୁପରିଣ୍ଟେଣ୍ଡେଣ୍ଟ ନାନକ ସିଂହଙ୍କ ଉପସ୍ଥିତିରେ ୧୨୧ ଜଣ ଚାଷୀ ଜୁସ୍ ପିଇ ସେମାନଙ୍କର ଅନଶନ ଭାଙ୍ଗିଥିଲେ। କେନ୍ଦ୍ର କୃଷି ମନ୍ତ୍ରଣାଳୟର ଯୁଗ୍ମ ସଚିବ ପ୍ରିୟରଞ୍ଜନଙ୍କ ନେତୃତ୍ୱରେ ଏକ ଉଚ୍ଚସ୍ତରୀୟ ଦଳ ଶନିବାର କୃଷକ ନେତା ଡଲେୱାଲ ଏବଂ ସଂଯୁକ୍ତ କିଷାନ ମୋର୍ଚ୍ଚା (ଅଣରାଜନୈତିକ) ଏବଂ କିଷାନ ମଜଦୁର ମୋର୍ଚ୍ଚାର ପ୍ରତିନିଧିଙ୍କୁ ଭେଟିଥିଲେ। ତାଙ୍କୁ ଚଣ୍ଡିଗଡ଼ରେ ପୁଣି ଆଲୋଚନା ଆରମ୍ଭ କରିବାକୁ ନିମନ୍ତ୍ରଣ କରାଯାଇଥିଲା। ପ୍ରସ୍ତାବିତ ବୈଠକ ଘୋଷଣା ହେବା ପରେ, ଡଲେୱାଲ ଡାକ୍ତରୀ ସହାୟତା ନେବାକୁ ରାଜି ହେଲେ। ତାଙ୍କୁ ଇନଟ୍ରୋଭେସନ୍ ଡ୍ରିପ୍ ଦିଆଯାଉଛି। ତଥାପି, ଫସଲ ଉପରେ ସର୍ବନିମ୍ନ ସହାୟକ ମୂଲ୍ୟର ଆଇନଗତ ଗ୍ୟାରେଣ୍ଟି ନପାଇବା ପର୍ଯ୍ୟନ୍ତ ନିଜର ଅନଶନ ଶେଷ କରିବେ ନାହିଁ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.