ଧର୍ମଶାଳା : ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ) ୨୦୨୫ରେ ପଞ୍ଜାବ କିଙ୍ଗସ (ପିବିକେଏସ) ଓ ଦିଲ୍ଲୀ କ୍ୟାପିଟାଲ୍ସ (ଡିସି)ର ମୁତାବିଲା ଭାରତ-ପାକିସ୍ତାନ ଉତ୍ତେଜନା କାରଣରୁ ରଦ୍ଦ କରି ଦିଆଯାଇଛି। ଉଭୟ ଟିମ୍‌ ମଧ୍ୟରେ ଏହି ମୁକାବିଲ ୮ ମେ (ବୁଧବାର) ଧର୍ମଶାଳାର ହିମାଚଳ ପ୍ରଦେଶ କ୍ରିକେଟ୍‌ ଆସୋସିଏସନ ଷ୍ଟାଡିୟମରେ ଥିଲା । ଏହି ମୁକାବିଲରେ ପଞ୍ଜାବ କିଙ୍ଗସ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ଓହ୍ଲାଇ ଥିଲା , ହେଲେ ୧୦.୧ ଓଭରର ଖେଳ ପରେ ମ୍ୟାଚକୁ ରଦ୍ଦ କରି ଦିଆଯାଇଛି।

ପଞ୍ଜାବ କିଙ୍ଗସର ପ୍ଲେଇଂ -୧୧ : ପ୍ରିୟାଂଶ ଆର୍ୟ, ପ୍ରଥସିମରନ ସିଂହ , ଶ୍ରେୟସ ଆୟର (ଅଧିନାୟକ) , ଜୋଶ୍‌ ଇଙ୍ଗିଲିସ୍‌ (ୱିକେଟକିପର) , ଶଂଶାଙ୍କ ସିଂହ, ନେହାଲ ବଢେରା , ମାର୍କସ ଷ୍ଟୋଇନିସ , ଅଜମତୁଲ୍ଲାହ ଉମରଜଇ , ମାର୍କୋ ଜାନସେନ ,ଜୁଜଭେନ୍ଦ୍ର ଚହଲ  , ଅର୍ଶଦୀପ ସିଂହ

ଦିଲ୍ଲୀ କ୍ୟାପିଟାଲ୍ସର ପ୍ଲେଇଂ-୧୧ : ଫାଫ୍‌ ଡୁ ପ୍ଲେସିସ୍‌ , ଅଭିଷେକ ପୋରେଲ, କେଏଲ ରାହୁଲ (ୱିକେଟକିପର) ,ସମୀର ରିଜଭି , ଅକ୍ଷର ପଟେଲ (ଅଧିନାୟକ) , ଟ୍ରିଷ୍ଟନ ଷ୍ଟବ୍ସ, ମାଧବ ତିୱାରୀ , ମିଚେଲ ଷ୍ଟାର୍କ , ଦୁଷ୍ମନ୍ଥା ଚମିରା , କୁଳଦୀପ ଯାଦବ , ଟି ନଟରାଜନ ।