ପ୍ରମୂଖ ଖବର
  • ବ୍ରହ୍ମପୁର ରେଳ ଷ୍ଟେସନରୁ ୨ ଜଣଙ୍କ ମୃତଦେହ ଉଦ୍ଧାର, ବିଷ ପିଇ ଜୀବନ ହାରିଥିବା ସନ୍ଦେହ
  • ||
  • ନୀଳଗିରି ବ୍ଲକ ତେଲିପାଳ ପଞ୍ଚାୟତ ଋଷିଆ କେନାଲରେ ଅଘଟଣ, ବଜ୍ରପାତରେ ୩ ମୃତ
  • ||
  • କଟକ: ଓସିଏ କନ୍‌ଫରେନ୍ସ ହଲ୍‌ରେ ଅଗ୍ନିକାଣ୍ଡ , କାରଣ ଅସ୍ପଷ୍ଟ
  • ||
  • ଅସହ୍ୟ ହେଲା ଅଧ୍ୟାପକଙ୍କ ନିର୍ଯାତନା, ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଲେ ଛାତ୍ରୀ, ଉଦ୍ଧାର କରିବାକୁ ଯାଇ ଛାତ୍ର ଗୁରୁତର
  • ||
  • ରାୟଗଡ଼ା : କଞ୍ଜାମଯୋଡି ଗ୍ରାମରେ କଙ୍ଗାରୁକୋର୍ଟ ଘଟଣା: ରାୟଗଡ଼ା ଉପଜିଲ୍ଲାପାଳଙ୍କ ତଦନ୍ତ ନିର୍ଦ୍ଦେଶ
  • ||
  • ଅନୁଗୁଳ : ସାପ କାମୁଡ଼ାରେ ନାବାଳକ ମୃତ
  • ||
  • କଟକ : ପାରିବାରିକ କଳହର କରୁଣ ପରିଣତି, ମୁଣ୍ଡଳୀ ବ୍ରିଜ୍‌ରେ ଗାଡ଼ି ରଖି ମହାନଦୀକୁ ଡେଇଁ ପଡ଼ିଲେ ଯୁବକ!
  • ||
  • ମୁମ୍ବାଇରୁ ଓଡ଼ିଶା ଫେରିବେ ବିରୋଧୀ ଦଳ ନେତା ନବୀନ, ସ୍ୱାଗତ ପାଇଁ ବିଜେଡି ନେତା ଓ କର୍ମୀ ପ୍ରସ୍ତୁତ
  • ||
  • ଡ୍ରାଇଭର ମହାସଂଘ ହାତ ଛାଡ଼ିଲେ ବସ୍‌ ମାଲିକ, ରାଜ୍ୟରେ ସ୍ୱାଭାବିକ ହେଲା ଘରୋଇ ବସ୍‌ ଚଳାଚଳ
  • ||
  • ଦିଲ୍ଲୀରେ ଭୁଶୁଡ଼ିଲା ୪ ମହଲା ବିଲ୍ଡିଂ, ୧୨ ଜଣ ଚାପି ହୋଇଥିବା ଆଶଙ୍କା
  • ||
  • ଦୁର୍ବଳ ହେଉଛି ମାଓ ସଙ୍ଗଠନ, ଆତ୍ମସମର୍ପଣ କଲେ ୨୨ ମାଓବାଦୀ
  • ||
  • ଭୁବନେଶ୍ୱର : ପୁଲିସ ଭବନ ସମ୍ମୁଖରେ ସିରିଜ୍ ଦୁର୍ଘଟଣା, ଡ୍ରାଇଭର ଗୁରୁତର
  • ||
  • କେନ୍ଦୁଝର: ଗୋଠଛଡ଼ା ଦନ୍ତା ଆକ୍ରମଣରେ ଜଣେ ମୃତ, ଜଣେ ଗୁରୁତର
  • ||
  • ଅହମ୍ମଦାବାଦ ପ୍ଲେନ୍‌ କ୍ରାସ୍‌ର ଆସିଲା ତଦନ୍ତ ରିପୋର୍ଟ, ଉଡ଼ାଣର ୯୦ ସେକେଣ୍ଡରେ ବନ୍ଦ ହୋଇଥିଲା ବିମାନ ଇଞ୍ଜିନ୍‌
  • ||
  • ମେଗା ରୋଜଗାର ମେଳା, ଆଜି ୫୧ ହଜାର ନିଯୁକ୍ତିପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ଘୂର୍ଣ୍ଣିବଳୟ ସକ୍ରିୟ: ଆଜି ୧୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୩ରୁ ଅଧିକ ବର୍ଷା ହୋଇପାରେ
  • ||

ଅମୃତସର ହାଓ୍ବଡା ଟ୍ରେନରେବିସ୍ଫୋରଣ, ଏମର୍ଜେନ୍ସି ଡୋରରୁ ତଳକୁ ଡେଇଁଲେ ଯାତ୍ରୀ

Published By : Anindita Ratha | November 3, 2024 1:09 PM

ନୂଆଦିଲ୍ଲୀ,୦୩/୧୧:  ଅମୃତସରରୁ ହାଓ୍ବଡା ଯାଉଥିବା ଟ୍ରେନରେ ଅଘଟଣ। ବିରାଟକାୟ ଶବ୍ଦ ଶୁଣି ବିସ୍ଫୋରଣ ଆଶଙ୍କାରେ ଯାତ୍ରୀ ପ୍ରାଣ ବିକଳରେ କଲେ ଧାଆଁ ଦୌଡ । ଫଳରେ ୪ ଜଣ ଆହତ ହୋଇଥିବା ସୂଚନା। ତେବେ  ସମସ୍ତ ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ଚିକିତ୍ସା ଜାରି କରାଯାଇଛି। ତେବେ ଏହା କୌଣସି ବୋମା ବିସ୍ଫୋରଣ ହୋଇ ନ ଥିବା ନେଇ ସୂଚନା ମିଳିଛି। ତେବେ ଫତେହଗଡ ସାହିବର ସରହିନ୍ଦ ଷ୍ଟେସନ ନିକଟରେ ଅମୃତସର ହାଓ୍ବଡା ରେଳର ଏକ ଡବାରେ ଥିବା ବାଣ ବିସ୍ଫୋରଣ ହୋଇଥିବା ନେଇ ଜଣାପଡିଛି ।

ସୂଚନା ମୁତାବକ, ଟ୍ରେନ ବ୍ରାହାଣଣମାଜରା ରେଳ ପୋଲ ନିକଟରେ ପହଞ୍ଚିବା ବେଳକୁ ବଗିରେ ଗୋଟିଏ ପରେ ଗୋଟିଏ ବିସ୍ଫୋରଣ ହୋଇଥିଲା । ଫଳରେ ବଗି ଭିତରେ ଧୂଆଁ ଭରିଯାଇଥିଲା । ଟ୍ରେନ ସରହିନ୍ଦ ଜଙ୍କଶନରୁ ବାହାରୁଥିବାରୁ ଟ୍ରେନର ଗତି କମ ଥିଲା । ବିସ୍ଫୋରଣ ହେବାରୁ ଭୟରେ ଯାତ୍ରୀ ଯିଏ ଯୁଆଡେ ଚାହିଁଲେ ଧାଇଁଲେ । ପ୍ରାଣ ବିକଳରେ କିଛି ଏମର୍ଜେନ୍ସି ଡୋର ଖୋଲି ତଳକୁ ଡେଇଁବା ଆରମ୍ଭ କରିଥିଲେ । ଯାହା ଫଳରେ  ୪ ଜଣ ଆହତ ହୋଇଛନ୍ତି । ତେବେ ଏହି ସୂଚନା ପାଇ ତୁରନ୍ତ ସେଠାରେ ଜିଆରପି ଅଧିକାରୀ ପହଞ୍ଚିଥିଲେ । ପ୍ରାଥମିକ ଯାଞ୍ଚରୁ ସାମ୍ନାକୁ ଆସିଥିଲା କି, ଜଣେ ଯାତ୍ରୀ କିଛି ବାଣ ନେଇ ଯାଉଥିଲେ । ବାଣ ରଖିଥିବା ସ୍ଥାନରେ ବିଦ୍ୟୁତ ସର୍ଟ ସର୍କିଟ ହୋଇ ନିଆଁ ଧାସ ବାଣ ଉପରେ ପଡିଥିଲା ଓ ବାଣ ଫାଟିବା ଆରମ୍ଭ କରିଥିଲା । ଆହତଙ୍କ ମଧ୍ୟରେ ଏକ ଦମ୍ପତି ରହିଛନ୍ତି । ଏହି ଦମ୍ପତି ଲକ୍ଷ୍ନୌ ଯାଉଥିଲା ।


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.