ଚଣ୍ଡୀଗଡ,୮।୩: ମହିଳାମାନଙ୍କୁ ଆର୍ଥିକ ଭାବରେ ସଶକ୍ତ କରିବା ପାଇଁ ସମୟ ସମୟରେସ ରକାର ବିଭିନ୍ନ ଯୋଜନା ଆରମ୍ଭ କରନ୍ତି। ଏହି ଯୋଜନାଗୁଡ଼ିକ ମହିଳାମାନଙ୍କୁ ପରିବାର ଖର୍ଚ୍ଚରେ ସାହାଯ୍ୟ କରିବା ଏବଂ ସେମାନଙ୍କୁ ଆର୍ଥିକ ଭାବରେ ଅଧିକ ସ୍ୱାବଲମ୍ବୀ କରିବା ପାଇଁ କରାଯାଇଥା। ଏହି ଦିଗରେ, ପଞ୍ଜାବ ସରକାର ଏକ ନୂତନ ଆର୍ଥିକ ସହାୟତା ଯୋଜନା ଘୋଷଣା କରିଛନ୍ତି।। ଅନ୍ତର୍ଜାତୀୟ ମହିଳା ଦିବସରେ ପଞ୍ଜାବ ସରକାର ଆର୍ଥିକ ବର୍ଷ ୨୦୨୬ ପାଇଁ ୨,୩୬,୦୮୦ କୋଟି ଟଙ୍କାର ବଜେଟ୍ ବିଧାନସଭାରେ ଆଗତ କରିଛନ୍ତି। ବଜେଟ୍ରେ ମହିଳାଙ୍କ ପାଇଁ ମିଳିଛି ବଡ଼ ଉପହାର। ଯେଉଁଥିରେ ମହିଳାଙ୍କୁ ପ୍ରତିମାସ ଆର୍ଥିକ ସହାୟତା ପ୍ରଦାନ କରାଯିବ।
୨୦୨୬-୨୭ ଆର୍ଥିକ ବର୍ଷର ବଜେଟ୍ ଉପସ୍ଥାପିତ କରି ଅର୍ଥମନ୍ତ୍ରୀ କହିଛନ୍ତି ଆଜିର ବଜେଟ୍ ବହୁ ଦିଗରୁ ଐତିହାସିକ। କାରଣ ଅନ୍ତର୍ଜାତୀୟ ମହିଳା ଦିବସ ଶୁଭ ଅବସରରେ ଏହା ଉପସ୍ଥାପିତ କରାଯାଉଛି` ରାଜ୍ୟର ପ୍ରତି ମହିଳାଙ୍କୁ ମାସିକ ୧୦୦୦ ଟଙ୍କା ମିଳିବ। ସେଭଳି ଅନୁସୂଚିତ ଜାତି ବର୍ଗର ମହିଳାଙ୍କୁ ମାସିକ ୧୫୦୦ ଟଙ୍କା ପ୍ରତିମାସ ମିଳିବ। ଏନେଇ ଅର୍ଥମନ୍ତ୍ରୀ ହରପାଲ ସିଂହ ଚିମା ବିଧାନସଭାରେ ବଡ଼ ଘୋଷଣା କରିଛନ୍ତି। ଏହି ଯୋଜନାର ଲାଭ ପାଇବା ପାଇଁ, ମହିଳାଙ୍କ ବୟସ ଅତି କମରେ ୧୮ ବର୍ଷ କିମ୍ବା ତା’ଠାରୁ ଅଧିକ ହୋଇଥିବା ଆବଶ୍ୟକ।
ଯେଉଁ ମହିଳମାନେ ପୂର୍ବରୁ ବୃଦ୍ଧାବସ୍ଥା ପେନସନ୍,ବିଧବା ଭତ୍ତା କିମ୍ବା ଦିବ୍ୟାଙ୍ଗ ଭତ୍ତା ପାଉଛନ୍ତି ସେମାନେ ବି ଏହି ଯୋଜନାର ଯୋଗ୍ୟ ହୋଇପାରିବେ। ତେବେ କିଛି ମହିଳାଙ୍କୁ ଏଥିରେ ସାମିଲ କରାଯାଇ ନାହିଁ। ଯେପରିକି ସରକାରୀ କର୍ମଚାରୀ କିମ୍ବା ପେନସନ ପାଉଥିବା ମହିଳାମାନେ ଏହି ଯୋଜନାର ଅନ୍ତର୍ଭୁକ୍ତ ନୁହଁନ୍ତି। ଏହା ବ୍ୟତୀତ, ଆୟକର ଦେଉଥିବା ମହିଳା ଏବଂ ବର୍ତ୍ତମାନର କିମ୍ବା ପୂର୍ବତନ ବିଧାୟକ ଏବଂ ସାଂସଦମାନେ ମଧ୍ୟ ଯୋଗ୍ୟ ନୁହଁନ୍ତି। ଏହି ଟଙ୍କା ସେହି ମହିଳାମାନଙ୍କୁ ଦିଆଯିବ, ଯେଉଁମାନେ ସବୁଠାରୁ ଅଧିକ ଆର୍ଥିକ ସହାୟତାର ଆବଶ୍ୟକ କରନ୍ତି।