ମୁମ୍ବାଇ, ୯/୪ : ପଞ୍ଜାବ କିଙ୍ଗ୍ସର ଅଲରାଉଣ୍ଡର ଖେଳାଳୀ ଗ୍ଲେନ ମ୍ୟାକ୍ସଓ୍ବେଲ ଚେନ୍ନାଇ ସୁପର କିଙ୍ଗ୍ସ ବିପକ୍ଷ ମ୍ୟାଚରେ ଆଇପିଏଲର ନିୟମ ଉଲ୍ଲଘଂନ କରିଛନ୍ତି । ବିସିସିଆଇ ମ୍ୟାକ୍ସଓ୍ବେଲଙ୍କ ମ୍ୟାଚ୍ ଫିସ୍ ୨୫ପ୍ରତିଶତ ଜରିମାନା ରୂପରେ କାଟିବ । ଏହାସହ ତାଙ୍କୁ ଏକ ଡିମେରିଟ ଅଙ୍କ ବି ଦିଆଯାଇଛି । ଏହି ମ୍ୟାଚକୁ ପଞ୍ଜାବ ୧୮ରନରେ ଜିତିଥିଲା।  ପ୍ରିୟଂଶା ଆର୍ଯ୍ୟ ୪୨ବଲରେ ୧୦୩ରନର ପାଳି ଖେଳିଥିଲେ । ଯେଉଁଥିପାଇଁ ତାଙ୍କୁ ପ୍ଲେୟର ଅଫ ଦ ମ୍ୟାଚ ଭାବେ ଚୟନ କରାଯାଇଥିଲା ।

ଆଇପିଏଲ୍ ଦ୍ବାରା ଜାରି କରାଯାଇଥିବା ଅଫିସିଆଲ ବୟାନରେ କୁହାଯାଇଛି କି, ପଞ୍ଜାବ କିଙ୍ଗ୍ସର ଅଲରାଉଣ୍ଡର ଗ୍ଲେନ ମ୍ୟାକ୍ସଓ୍ବେଲଙ୍କ ଉପରେ ମଙ୍ଗଳବାର ନ୍ୟୁ ଚଣ୍ଡିଗଡ଼ର ନ୍ୟୁ ପିସିଏ ଷ୍ଟାଡିୟମରେ ଚେନ୍ନାଇ ସୁପରକିଙ୍ଗ୍ସ ବିପକ୍ଷରେ ନିଜ ଟିମର ମ୍ୟାଚ୍ ସମୟରେ ଆଇପିଏଲ୍ ଆଚାର ସଂହିତା ଉଲ୍ଲଂଘନ ଲାଗି ମ୍ୟାଚ୍ ଫିସର ୨୫ପ୍ରତିଶତ ଜରିମାନା ଲଗାଯାଇଛି ଏହାସହ ଏକ ଡିମେରିଟ ଅଙ୍କ ବି ଅର୍ଜନ କରିଛନ୍ତି । ଗ୍ଲେନ ମ୍ୟାକ୍ସଓ୍ବେଲ ଅନୁଚ୍ଛେଦ ୨.୨ ମାଧ୍ୟମରେ ଲେବଲ ୧ ଅପରାଧକୁ ସ୍ବୀକାର କରାଯାଇଛି ଏବଂ ମ୍ୟାଚ ରେଫରୀ ସଜାକୁ ସ୍ବୀକାର କରିଛନ୍ତି । ଆଚାର ସଂହିତାର ଲେବୁଲ ୧ ଉଲ୍ଲଂଘନ ଲାଗି ମ୍ୟାଚ୍ ରେଫରୀର ନିର୍ଣ୍ଣୟ ଅନ୍ତିମ ଏବଂ ବାଧ୍ୟକାରୀ ହେବ । 

ଗ୍ଲେନ ମ୍ୟାକ୍ସଓ୍ବେଲଙ୍କ ବ୍ୟାଟ୍ ଏବେ ପର୍ଯ୍ୟନ୍ତ ଆଇପିଏଲ୍ ୨୦୨୫ରେ ଚାଲି ନାହିଁ । ସେ ୩ପାଳିରେ ୩୧ରନ୍ କରିଛନ୍ତି । ସେ ରାଜସ୍ଥାନ ରୟାଲ୍ସ ବିପକ୍ଷରେ ୩୦ରନ କରିଥିଲେ। ଯାହାକି ଗୁଜୁରାଟ ଟାଇଟନ୍ସ ବିପକ୍ଷ‌ରେ ଖାତା ବି ଖୋଲି ପାରିନଥିଲେ ଏବଂ ଚେନ୍ନାଇ ସୁପରକିଙ୍ଗ୍ସ ବିପକ୍ଷରେ ଖେଳାଯାଇଥିବା ମ୍ୟାଚରେ ସେ ୧ରନ କରି ଆଉଟ ହୋଇଯାଇଥିଲେ । ମାତ୍ର ସେ ବୋଲିଂରେ ଭଲ ଯୋଗଦାନ କରୁଛନ୍ତି ସେ ଏବେ ପର୍ଯ୍ୟନ୍ତ ଟୁର୍ଣ୍ଣାମେଣ୍ଟରେ ୩ଓ୍ବିକେଟ ନେଇଛନ୍ତି ।

ଶ୍ରେୟସ ଅୟରଙ୍କ ଅଧିନାୟକତ୍ବାଧିନ ପଞ୍ଜାବ କିଙ୍ଗ୍ସର ପ୍ରଦର୍ଶନ ଏହି ସିଜନରେ ଏବେ ପର୍ଯ୍ୟନ୍ତ ବହୁତ ଭଲ ରହିଛି । ଆରମ୍ଭ ୨ମ୍ୟାଚ୍ ଜିତିବା ପରେ ସେ ତୃତୀୟ ମ୍ୟାଚ୍ ହାରିଥିଲେ ଏବଂ ଚତୁର୍ଥରେ ଚେନ୍ନାଇ ସୁପରକିଙ୍ଗ୍ସକୁ ୧୮ରନରେ ହରାଇଥିଲେ । ୪ରେ ୩ବିଜୟ ସହ ପଞ୍ଜାବ କିଙ୍ଗ୍ସର ତାଲିକାରେ ଏବେ ଚତୁର୍ଥ ନମ୍ବର‌ରେ ଅଛି ।