ମୁମ୍ବାଇ, ୧/୫ : ପଞ୍ଜାବ କିଙ୍ଗ୍ସ ନିଜ ଷ୍ଟାର ଖେଳାଳୀ ଗ୍ଲେନ ମ୍ୟାକ୍ସଓ୍ବେଲଙ୍କୁ ନେଇ ଏକ ବଡ଼ ଖୁଲାସା କରିଛି । ପଞ୍ଜାବ କିଙ୍ଗ୍ସର ଏହି ପୋଷ୍ଟରେ କୁହାଯାଇଛି କି ଏବେ ଗ୍ଲେନ ମ୍ୟାକ୍ସଓ୍ବେଲ୍ ଟିମ୍ ଲାଗି ଆଗାମୀ ମ୍ୟାଚରୁ ବାହାରେ ରହିବେ । ଟିମ୍ ତରଫରୁ ଜାରି କରାଯାଇଥିବା ସୋସିଆଲ ମିଡ଼ିଆ ପୋଷ୍ଟରେ କୁହାଯାଇଛି କି ଗ୍ଲେନ ମ୍ୟାକ୍ସଓ୍ବେଲଙ୍କ ଅଙ୍ଗୁଳିରେ ଆଘାତ ଲାଗିଛି । ଯାହା ଫଳରେ ସେ ଆଗାମୀ ମ୍ୟାଚରେ ଟିମ୍ ସହ ଖେଳିବେ ନାହିଁ ।
ଗ୍ଲେନ ମ୍ୟାକ୍ସଓ୍ବେଲଙ୍କ ଅଙ୍ଗୁଳି ଫ୍ୟାକ୍ଚର ହୋଇଯାଇଛି । ମ୍ୟାକ୍ସଓ୍ବେଲଙ୍କ ଅଙ୍ଗୁଳିରେ ଆଘାତ କୋଲକାତା ନାଇଟ ରାଇଡର୍ସ ବିପକ୍ଷରେ ଖେଳାଯାଇଥିବା ମ୍ୟାଚରେ ଲାଗିଥିଲା । ଏହି ମ୍ୟାଚରେ ମ୍ୟାକ୍ସଓ୍ବେଲ ୭ରନ୍ କରି ଆଉଟ ହୋଇଥିଲେ । ମ୍ୟାକ୍ସଓ୍ବେଲଙ୍କ ବ୍ୟାଟରୁ ଏହି ଆଇପିଏଲ ସିଜନରେ ରନ୍ ଆସିନାହିଁ । ପଞ୍ଜାବ କିଙ୍ଗ୍ସର ଏହି ଖେଳାଳୀ ଚଳିତ ସିଜନରେ ୭ମ୍ୟାଚରେ ୮ପ୍ରତିଶତରେ କେବଳ ୪୮ରନ୍ କରିଛନ୍ତି । ସେହିଭଳି ମ୍ୟାକ୍ସଓ୍ବେଲ ଏହି ୭ମ୍ୟାଚରେ କେବଳ ୪ଓ୍ବିକେଟ ହାସଲ କରିଛନ୍ତି ।