ଅନଲାଇନ ଠକେଇ ପାଇଁ ଆତ୍ମହତ୍ୟା ଉଦ୍ୟମ…

ସୁଇସାଇଡ ନୋଟରୁ ମିଳିଲା ଏମିତି ତଥ୍ୟ…

ଅନଲାଇନ ଠକେଇର ଶିକାର ପୋଲିସ ବାବୁ…

ନୂଆଦିଲ୍ଲୀ : ପଞ୍ଜାବର ପଟିଆଲାରୁ ଏକ ଅଭାବନୀୟ ଘଟଣା ଏବେ ସାମ୍ନାକୁ ଆସିଛି, ଜଣେ ପୂର୍ବତନ ଆଇପିଏସ୍ ଅଧିକାରୀ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ସେ ନିଜ ଛାତିକୁ ନିଜେ ଗୁଳି କରି ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ତେବେ ତାଙ୍କ ସ୍ବାସ୍ଥ୍ୟବସ୍ଥା ବର୍ତ୍ତମାନ କିଭଳି ରହିଛି ,ତାହା ଏବେ ଅସ୍ପଷ୍ଟ ରହିଛି ।

ସୂଚନା ମୁତାବକ ପଟିଆଲାର ପୂର୍ବତନ ଆଇପିଏସ୍ ଅଧିକାରୀ ଏବଂ ପୂର୍ବତନ ଆଇଜି ଅମର ସିଂହ ଚହଲ ସୋମବାର ଦିନ ନିଜ ରିଭଲଭରରେ ନିଜକୁ ନିଜେ ଗୁଳି କରି ଆତ୍ମହତ୍ୟା ଉଦ୍ୟମ କରିଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ପୋଲିସ ଘଟଣାସ୍ଥଳରୁ ଏକ ସୁଇସାଇଡ ନୋଟ୍ ଜବତ କରିଛି, ଯେଉଁଥିରେ ଏକ ଅନଲାଇନ୍ ଠକେଇରୁ ଆର୍ଥିକ କ୍ଷତି ବିଷୟରେ ଉଲ୍ଲେଖ କରାଯାଇଛି।

ଡିଜିପିଙ୍କୁ ଲେଖିଥିଲେ ୧୨ ପୃଷ୍ଠାର ନିବେଦନ…

ଅମର ସିଂହ ଚହଲଙ୍କ ଆତ୍ମହତ୍ୟା ପ୍ରୟାସ ସମ୍ପର୍କରେ ପଞ୍ଜାବ ଡିଜିପି ଗୌରବ ଯାଦବଙ୍କ ନିକଟରେ ୧୨ ପୃଷ୍ଠାର ଶେଷ ଆବେଦନ ସାମ୍ନାକୁ ଆସିଛି। ଅନଲାଇନ୍ ଠକମାନେ ତାଙ୍କୁ ୮ କୋଟି ଟଙ୍କା ଠକିଛନ୍ତି।

ପୋଲିସ୍ କ’ଣ କହିଛି ?

ପୋଲିସ କହିଛି ଯେ ଘଟଣାସ୍ଥଳରୁ ଏକ ନୋଟ୍ ମିଳିଛି, ଯାହା ଦର୍ଶାଉଛି ଯେ ସେ ଆର୍ଥିକ ଠକେଇର ଶିକାର ହୋଇଛନ୍ତି । ଏହାର ବିସ୍ତୃତ ତଦନ୍ତ ଚାଲିଛି। ପଟିଆଲାର ବରିଷ୍ଠ ପୋଲିସ ଅଧିକ୍ଷକ ବରୁଣ ଶର୍ମା କହିଛନ୍ତି, "ଆମେ ଗୁଳିକାଣ୍ଡ ବିଷୟରେ ସୂଚନା ପାଇବା ମାତ୍ରେ ପୋଲିସ ଦଳ ତାଙ୍କ ଘରକୁ ଯାଇଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲକୁ ନିଆଯାଇଥିଲା।"