ପ୍ରମୂଖ ଖବର
  • ସମ୍ବଲପୁର ବୁର୍ଲା ଥାନା ଲଡୁଖାଇ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା, ଟ୍ରକକୁ ପିଟିଲା କାର୍‌, ୨ ମୃତ, ୨ ଗୁରୁତର
  • ||
  • ରବିବାର ଏନ୍‌ଡିଏ ମୁଖ୍ୟମନ୍ତ୍ରୀଙ୍କ ସମ୍ମିଳନୀ,ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ, ଫୋକସରେ ଭାରତ- ପାକ୍ ତିକ୍ତତା
  • ||
  • ମଞ୍ଚେଶ୍ୱର ଶିଳ୍ପାଞ୍ଚଳରେ ଅଗ୍ନିକାଣ୍ଡ: ହୁତୁହୁତୁ ହୋଇ ଜଳିଗଲା ଗଦି ତିଆରି କାରଖାନା, ୧୦କୋଟି ଟଙ୍କାର ସମ୍ପତ୍ତି ନଷ୍ଟ
  • ||
  • ୫ ଦିନରେ ଓଡ଼ିଶାରେ ମୌସୁମୀ: ଏବେ ଝିପିଝିପି, ୨୭ରୁ ୩୦ ଯାଏଁ ଅଧିକ ବର୍ଷା ସମ୍ଭାବନା, ଜୁନ୍ ପୁଣି ଗରମ
  • ||

ଶ୍ରେୟସ ଆୟରଙ୍କ ଦମଦାର ଅର୍ଦ୍ଧଶତକ, ଦିଲ୍ଲୀକୁ ୨୦୭ ରନ ଟାର୍ଗେଟ ଦେଲା ପଞ୍ଜାବ

Published By : Tapas Panda | May 24, 2025 9:44 PM

Image Courtesy: espncricinfo

ଜୟପୁର: ଦିଲ୍ଲୀ କ୍ୟାପିଟାଲ୍ସକୁ ୨୦୭ ରନ୍‌ର ଟାର୍ଗେଟ ଦେଇଛି ପଞ୍ଜାବ କିଙ୍ଗସ୍‌ । ଜୟପୁରରେ ଖେଳାଯାଉଥିବା ଏହି ମ୍ୟାଚ୍‌ରେ ଟସ୍‌ ହାରିବା ପରେ ପ୍ରଥମେ ବ୍ୟାଟିଂ କରିବାକୁ ଆସିଥିବା ପଞ୍ଜାବ କିଙ୍ଗସ୍‌ ୨୦ ଓଭରରେ ୮ ୱିକେଟ୍ ହରାଇ ୨୦୬ ରନ୍ କରିଛି । ଦଳ ପକ୍ଷରୁ ଶ୍ରେୟସ ଆୟର ୫୩ ଏବଂ ମାର୍କସ୍ ଷ୍ଟୋଇନିସ୍ ଅପରାଜିତ ୪୪ ରନ୍ କରିଛନ୍ତି । ଦିଲ୍ଲୀ ପକ୍ଷରୁ ମୁସ୍ତାଫିଜୁର ରହମାନ ତିନୋଟି ୱିକେଟ୍ ନେଇଥିବା ବେଳେ ବିପ୍ରଜ ନିଗମ ଏବଂ କୁଲଦୀପ ଯାଦବ ଦୁଇଟି ଲେଖାଏଁ ୱିକେଟ୍ ନେଇଛନ୍ତି । ସେହିଭଳି ମୁକେଶ କୁମାର ଗୋଟିଏ ଓ୍ବିକେଟ ଅକ୍ତିଆର କରିଛନ୍ତି । 

IPL 2025ର ୬୬ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ୍‌ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ମ୍ୟାଚ୍‌ ହେଉଛି। ଏହି ମ୍ୟାଚ୍ ଜୟପୁରର ସୱାଇ ମାନସିଂହ ଷ୍ଟାଡିୟମ୍‌ରେ ଖେଳାଯାଉଛି। ପଞ୍ଜାବ କିଙ୍ଗସ୍ ଦଳ ୧୨ ମ୍ୟାଚ୍ ଖେଳି ୧୭ ପଏଣ୍ଟ ସହିତ ଦ୍ୱିତୀୟ ସ୍ଥାନରେ ଅଛି। ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷରେ ଜିତି ଶ୍ରେଷ୍ଠ ୨ରେ ରହିବାକୁ ପଞ୍ଜାବ ଚେଷ୍ଟା କରିବ । ଦିଲ୍ଲୀ ଦଳ ପୂର୍ବରୁ ଟୁର୍ଣ୍ଣାମେଣ୍ଟରୁ ବାଦ ପଡ଼ିସାରିଛି। ମ୍ୟାଚ୍‌ରେ ଦିଲ୍ଲୀ କ୍ୟାପିଟାଲ୍ସ ଅଧିନାୟକ ଫାଫ୍ ଡୁ ପ୍ଲେସିସ୍ ଟସ୍ ଜିତିଥିଲେ ଏବଂ ତାଙ୍କ ଦଳ ପ୍ରଥମେ ବୋଲିଂ କରିବାକୁ ଆସିଥିଲା । ଏହି ମ୍ୟାଚ୍‌ରେ ପଞ୍ଜାବ ପ୍ରଥମେ ବ୍ୟାଟିଂ କରି ୮ ୱିକେଟ୍ ହରାଇ ୨୦୬ ରନ୍ କରିଥିଲା । ଶ୍ରେୟସ ଆୟର ୫୩ ରନର ଇନିଂସ ଖେଳିଥିଲେ। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.