ପ୍ରମୂଖ ଖବର
  • ଭଦ୍ରକ ମେଡିକାଲରେ ଅଘଟଣ, ଲିଫ୍ଟରେ ଚାପି ହୋଇ ଚାଲିଗଲା ରୋଗୀଙ୍କ ଜୀବନ
  • ||
  • ବାଲେଶ୍ୱର : ବାସଭବନରେ ପହଞ୍ଚିଲା ପ୍ରଶାନ୍ତଙ୍କ ପ୍ରାର୍ଥିବ ଶରୀର, ଶୋଭାଯାତ୍ରା ପରେ ହେବ ଅନ୍ତିମ ସଂସ୍କାର
  • ||
  • IPL 2025: ଆଜି ବେଙ୍ଗାଲୁରୁକୁ ଭେଟିବ ରାଜସ୍ଥାନ, ଘରୋଇ ଗ୍ରାଉଣ୍ଡରେ ଆରସିବିର ପ୍ରଥମ ବିଜୟ ଲକ୍ଷ୍ୟ
  • ||
  • ଢେଙ୍କାନାଳ : କୁଖ୍ୟାତ ଅପରାଧୀ ହୁଣ୍ଡକୁ ଏନକାଉଣ୍ଟର୍‌, ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି
  • ||
  • ଗୁରୁବାର ଜାତୀୟ ପଞ୍ଚାୟତିରାଜ ଦିବସ: ସବୁ ପଞ୍ଚାୟତରେ ହେବ ସ୍ୱତନ୍ତ୍ର ଗ୍ରାମସଭା, ଆଭାସୀ ମାଧ୍ୟମରେ ଯୋଗଦେବେ ପ୍ରଧାନମନ୍ତ୍ରୀ
  • ||
  • ଗୁରୁବାର ଭୀଷଣ ଗ୍ରୀଷ୍ମ ପ୍ରକୋପ, ୨୬ ଯାଏ ଆକାଶରୁ ଅଗ୍ନିବର୍ଷା: ଉପକୂଳରେ ଅସହ୍ୟ ହେବ ତାତି, ଗୁଳୁଗୁଳି
  • ||

IPL-2025: ପଞ୍ଜାବର ଚମତ୍କାର ପ୍ରଦର୍ଶନ; ହାଇଦ୍ରାବାଦକୁ ଦେଲା ୨୪୬ ରନର ଟାର୍ଗେଟ

Published By : Bijay Swain | April 12, 2025 9:41 PM

ନୂଆଦିଲ୍ଲୀ: ଆଇପିଏଲର ୨୭ତମ ମ୍ୟାଚରେ ପଞ୍ଜାବ କିଗ୍ସ, ସନରାଇଜର୍ସ ହାଇଦ୍ରାବାଦକୁ ୨୪୬ ରନର ଟାର୍ଗେଟ ଦେଇଛି। ହାଇଦ୍ରାବାଦର ରାଜିବ ଗାନ୍ଧୀ ଷ୍ଟାଡିୟମରେ ଟସ୍ ଜିତି ପଞ୍ଜାବ ପ୍ରଥମେ ବ୍ୟାଟିଂ କରିବାକୁ ଚୟନ କରିଥିଲା। ଦଳ ୬ ୱିକେଟ ବିନିମୟରେ ୨୪୫ ରନ ସଂଗ୍ରହ କରିଥିଲା। ଶ୍ରେୟସ ଆୟର ଦଳ ପକ୍ଷରୁ ସର୍ବାଧିକ ୮୨ ରନ ସଂଗ୍ରହ କରିଛନ୍ତି। ହାଇଦ୍ରାବାଦ ପକ୍ଷରୁ ହର୍ଷଲ ପଟେଲ ୪ ୱିକେଟ ହାତେଇବାରେ ସକ୍ଷମ ହୋଇଛନ୍ତି। 

ଶେଷ ଓଭରରେ ମାର୍କସ ଷ୍ଟୋୟନିଶ, ମହମ୍ମଦ ଶାମିଙ୍କ ବିପକ୍ଷରେ ଲଗାତାର ୪ ଛକା ମାରି ଦଳକୁ ୨୪୫ ରନରେ ପହଞ୍ଚାଇ ଦେଇଥିଲେ। ଷ୍ଟୋୟନିଶ ୧୧ ବଲରେ ମୋଟ ୩୪ ରନ ସଂଗ୍ରହ କରିଥିଲେ। ପ୍ରଭସୀମରନ ସିଂହ ୪୨ ଓ ପ୍ରିୟାଂଶ ଆର୍ୟା ୩୬ ରନ ସଂଗ୍ରହ କରିଛନ୍ତି। ହାଇଦ୍ରାବାଦ ପକ୍ଷରୁ ଇଶାନ ମାଲିଙ୍ଗାଙ୍କୁ ୨ଟି ୱିକେଟ ମିଳିଛି। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.