ସାହାଜପାଲ,୨୦।୫ :  ବୌଦ୍ଧ ସଦର ବ୍ଲକ ତାଳଶରଡ଼ା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ସାହାଜପାଲ ଜଗନ୍ନାଥ ମନ୍ଦିର ନିକଟରେ ଥିବା ବିଶୁଦ୍ଧ ଥଣ୍ଡା ପାନୀୟ ପ୍ରକଳ୍ପ ମରାମତି କରାଯାଇଛି। ଏ ନେଇ  ’ ପ୍ରମେୟ’ରେ ଖବର ପ୍ରକାଶ ପାଇବା ପରେ ସ୍ଥାନୀୟ ସରପଞ୍ଚ ଓ କାର୍ଯ୍ୟନିର୍ବାହୀ ଅଧିକାରୀ ପଦକ୍ଷେପ ନେଇଛନ୍ତି।

ବୌଦ୍ଧ ସଦର ବ୍ଲକ ତାଳଶରଡ଼ା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ସାହାଜପାଲ ଜଗନ୍ନାଥ ମନ୍ଦିର ନିକଟରେ ଥିବା ବିଶୁଦ୍ଧ ଥଣ୍ଡା ପାନୀୟ ପ୍ରକଳ୍ପ ଆଜକୁ ୬ ମାସରୁ ଊର୍ଦ୍ଧ୍ବ ହେବ ଅଚଳ ହୋଇପଡିଥିଲା। ଏ ନେଇ ପ୍ରମେୟରେ ଖବର ପ୍ରକାଶିତ ହୋଇଥିଲା। ସ୍ଥାନୀୟ ପ୍ରତିନିଧି ସୁଶାନ୍ତ ଘଡେଇ, କାର୍ଯ୍ୟ ନିର୍ବାହୀ ଅଧିକାରୀ ସୌଦାମିନୀ ନାଏକ ଓ ସ୍ଥାନୀୟ ସରପଞ୍ଚ ସସ୍ମିତା ପାଣ୍ଡେ ବିଶୁଦ୍ଧ ଥଣ୍ଡା ପାନୀୟ ପ୍ରକଳ୍ପ କୁ ସଚଳ କରିବା ପାଇଁ ପଦକ୍ଷେପ ନେଇଥିଲେ। ନୂତନ ବୋରିଂ କରି  ସେଥିରୁ ବିଶୁଦ୍ଧ ଥଣ୍ଡା ପାନୀୟ ପ୍ରକଳ୍ପ ପାଣି ସଂଯୋଗୀ କରଣ କରିଥିବା  ଦେଖିବାକୁ ମିଳିଛି।