ପୁରୀ,୨୪/୦୩: ବଡ଼ଦାଣ୍ଡରୁ  ଉଠାଦୋକାନୀଙ୍କୁ puri  bada danda road side shop Excavation matter in nhrc  କରାଯିବା ଘଟଣାରେ ଜାତୀୟ ମାନବାଧିକାର  ଆୟୋଗ(ଏନ୍‌ଏଚ୍‌ଆରସି)ଙ୍କ ଦ୍ୱାରସ୍ଥ  ହୋଇଛନ୍ତି ମାନବାଧିକାର କର୍ମୀ ମନୋଜ  କୁମାର ଜେନା । ମାନବାଧିକାର ଆୟୋଗ ଏହି ଆବେଦନକୁ ଗ୍ରହଣ କରି ଆସନ୍ତା ୧୫ ଦିନ ମଧ୍ୟରେ ରିପୋର୍ଟ ଦେବାକୁ  ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । 

ଶ୍ରୀ  ଜେନା ତାଙ୍କ ଅଭିଯୋଗରେ ଦର୍ଶାଇଛନ୍ତି,  ପ୍ରୋଟେକ୍ସନ୍‌ ଅଫ୍‌ ଲାଇଭ୍ଲିହୁଡ ଆଣ୍ଡ୍‌  ରେଗୁଲେସନ ଅଫ୍‌ ଷ୍ଟ୍ରିଟ୍‌ ଭେଣ୍ଡିଂ ଆକ୍ଟ  ୨୦୧୪ ଅନୁଯାୟୀ ପଦକ୍ଷେପ ଗ୍ରହଣ  କରାଯାଇନାହିଁ । ଏପରିକି ଦୋକାନୀମାନଙ୍କୁ  ମାସିକ ୧୫ ହଜାର ଟଙ୍କା ପ୍ରଦାନ କରାଯିବା  ଲାଗି ପ୍ରଶାସନ ଦେଇଥିବା ପ୍ରତିଶ୍ରୁତରୁ  ମଧ୍ୟ ହୁଡ଼ି ଯାଇଛି । ଗତ ୬ ମାସ ହେବ  ପ୍ରଶାସନ ଏହାକୁ ବନ୍ଦ କରି ଦେଇଛି