ପ୍ରମୂଖ ଖବର
  • ରାୟଗଡ଼ା : ଟ୍ରେଲର ଧକ୍କାରେ ମହିଳା କନେଷ୍ଟବଳଙ୍କ ମୃତ୍ୟୁ, ୨ ଗୁରୁତର
  • ||
  • 'ରାଜ୍ୟରେ ଏବେ ବନ୍ୟା ପରିସ୍ଥିତି ନାହିଁ, ବିପଦ ସଙ୍କେତ ତଳେ ଜଳସ୍ତର': ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ
  • ||
  • ବୌଦ୍ଧ : ଭାରସାମ୍ୟ ହରାଇ ଓଲଟିଲା ସିମେଣ୍ଟ ବୋଝେଇ ଟ୍ରକ୍‌, ଡ୍ରାଇଭର ଆହତ
  • ||
  • ବାହୁଡ଼ା ଯାତ୍ରା ପାଇଁ ଜନସମୁଦ୍ର ବଡ଼ଦାଣ୍ଡ, ଘଣ୍ଟଘଣ୍ଟା ନାଦରେ ପ୍ରକମ୍ପିତ ଶ୍ରୀକ୍ଷେତ୍ର
  • ||
  • ଜନ୍ମବେଦୀରୁ ବାହୁଡ଼ିବେ ଦାରୁବ୍ରହ୍ମ, ଶରଧାବାଲିରେ ରଥାରୂଢ ଚତୁର୍ଦ୍ଧାମୂର୍ତ୍ତି
  • ||
  • ବୌଦ୍ଧ : ରେଳ ଧାରଣାରେ ଶୋଇ ରିଲ୍ସ ବନାଇଲେ ନାବାଳକ, ସୋସିଆଲ ମିଡିଆରେ ଭିଡିଓ ଭାଇରାଲ
  • ||
  • ନୌସେନାରେ ପ୍ରଥମ ମହିଳା ଫାଇଟର ପାଇଲଟ ହେଲେ ଆସ୍ଥା ପୁନିଆ, ମିଳିଲା ୱିଙ୍ଗ୍ ଅଫ୍‌ ଗୋଲ୍ଡ
  • ||
  • ବାହୁଡ଼ିବେ ଦାରୁଦିଅଁ, ସୁରକ୍ଷା ବଳୟରେ ଶ୍ରୀକ୍ଷେତ୍ର: ପହଣ୍ଡିରେ ୨, ରଥ ସୁରକ୍ଷାରେ ୬ ଆଇପିଏସ୍‌କୁ ଦାୟିତ୍ୱ
  • ||
  • ଆହୁରି ୩ ଦିନ ଭିଜିବ ଓଡ଼ିଶା, ବାହୁଡ଼ାରେ ବର୍ଷା ସମ୍ଭାବନା; ୬ ଜିଲ୍ଲାକୁ ଆଲର୍ଟ
  • ||

ରିୟଲ ଇଷ୍ଟେଟର ହଟ୍‌ସ୍ପଟ୍‌ ପାଲଟିଲା ପୁରୀ, ସାରା ଦେଶରେ ଦ୍ୱିତୀୟ

Published By : Prameya | December 5, 2024 10:14 AM

ଭୁବନେଶ୍ୱର,୦୫/୧୨: ଦେଶ ମଧ୍ୟରେ ଧାର୍ମିକ ପର୍ଯ୍ୟଟନ ଯୋଗୁ ଏବେ ଧାର୍ମିକ ସ୍ଥଳ ଗୁଡିକରେ ବାସଗୃହ ଚାହିଦାରେ ଦ୍ରୁତ ପରିବର୍ତ୍ତନ ହୋଇଛି । ରାଜ୍ୟର ପୁରୀରେ ଏହାର ପ୍ରତିଫଳନ ଦେଖାଯାଇଛି । ପୁରୀରେ ଏବେ ଲୋକମାନେ ଘର କିଣିବାକୁ ବିଶେଷ ଆଗ୍ରହ ଦେଖାଉଛନ୍ତି । ଫଳରେ ଏହା ରିୟଲ ଇଷ୍ଟେଟର ହଟ୍‌ସ୍ପଟ ପାଲଟିଛି । ଏଠାରେ ଘର ଚାହିଦା ସହ ପ୍ରପର୍ଟି ଦାମ  ମଧ୍ୟ ବଢ଼ୁଥିବା ମ୍ୟାଜିକ ବ୍ରିକ୍ସର ଏକ  ରିପୋର୍ଟରୁ ଜଣାପଡିଛି । 

ଏହି ରିପୋର୍ଟ ମୁତାବକ,  ପୁରୀରେ ଘର ଚାହିଦା ଏବେ ୫୨% ବୃଦ୍ଧି  ହୋଇଛି । ଏଠାରେ ବର୍ଗଫୁଟ ପିଛା ଦର  ୬୧୧୪ ଟଙ୍କା । ବର୍ଷକ ମଧ୍ୟରେ ଏହି ଦରରେ  ୩୦% ବୃଦ୍ଧି ପରିଲକ୍ଷିତ ହୋଇଛି । ଫଳରେ  ବାସଗୃହ ଚାହିଦା ବୃଦ୍ଧିରେ ପୁରୀ ଦ୍ୱିତୀୟ  ସ୍ଥାନରେ ରହିଛି । ଲୋକେ କେବଳ ରହିବା  ଲାଗି ଘର କିଣୁ ନାହାନ୍ତି । ଦୀର୍ଘକାଳୀନ  ନିବେଶ, ଭଡା, ହଲିଡେ ହୋମ, ସ୍ୱଳ୍ପକାଳୀନ  ରହଣୀ ଗୃହ ଭାବେ ବ୍ୟବହାର କରିବାକୁ  ଏଭଳି ଘର କିଣୁଛନ୍ତି ଲୋକେ । ବାସଗୃହ  କ୍ଷେତ୍ରରେ ନିବେଶ ଏକ ଆକର୍ଷଣୀୟ ବିକଳ୍ପ  ଭାବେ ଉଭା ହୋଇଛି । 

ଧାର୍ମିକ ପର୍ଯ୍ୟଟନ ଯୋଗୁ ରିୟଲ ଇଷ୍ଟେଟର ହଟସ୍ପଟ ପାଲଟିଥିବା ଅନ୍ୟ ସହର ଗୁଡିକ  ମଧ୍ୟରେ ଉତ୍ତର ପ୍ରଦେଶର ପ୍ରୟାଗରାଜ,  ବନାରସ ଏବଂ ମହାରାଷ୍ଟ୍ରର ସିରିଡି ରହିଛି ।  ପ୍ରୟାଗରାଜରେ ବାସଗୃହ ଚାହିଦା ୨୮%  ବଢ଼ିଛି । ବର୍ଗଫୁଟ ପିଛା ପ୍ରପର୍ଟି ମୂଲ୍ୟ  ୧୨୨% ବୃଦ୍ଧି ହୋଇ ୬୬୪୫ ଟଙ୍କା ରହିଛି ।  ସେହିଭଳି ବନାରସ ଏହା ୧୮% ବୃଦ୍ଧି ହୋଇ  ୬୧୨୮ ଟଙ୍କା ଏବଂ ସିରିଡିରେ ୬୭% ବୃଦ୍ଧି  ହୋଇ ୪୦୨୮ ଟଙ୍କା ରହିଥିବା ମ୍ୟାଜିକ ବ୍ରିକ୍ସ  ରିପୋର୍ଟରୁ ଜଣାପଡିଛି । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.