ପୁରୀ,୦୯/୦୩: ମହାପ୍ରଭୁଙ୍କ ରଥଯାତ୍ରାକୁ ୟୁନେସ୍କୋ ଦ୍ୱାରା ବିଶ୍ୱ ସାଂସ୍କୃତିକ ଐତିହ୍ୟ ମାନ୍ୟତା ପ୍ରଦାନ  ନେଇ ପ୍ରକ୍ରିୟା ଆରମ୍ଭ କରିଛି ଶ୍ରୀମନ୍ଦିର  ପ୍ରଶାସନ । ଏନେଇ ନାମାଙ୍କନପତ୍ର  ପ୍ରସ୍ତୁତି ପ୍ରକ୍ରିୟା ଚାଲିଥିବା ବେଳେ  ଖୁବ୍‌ଶୀଘ୍ର ଏହା ଦାଖଲ କରାଯିବ ।  

ନିକଟରେ ଶ୍ରୀମନ୍ଦିର ମୁଖ୍ୟ  ପ୍ରଶାସକ ଡ. ଅରବିନ୍ଦ ପାଢ଼ୀ  ଦିଲ୍ଲୀ ଗସ୍ତ ଅବସରରେ କେନ୍ଦ୍ର ସଂସ୍କୃତି ମନ୍ତ୍ରଣାଳୟର ବରିଷ୍ଠ  ଅଧିକାରୀମାନଙ୍କ ସହିତ ଏନେଇ  ଆଲୋଚନା କରିଥିଲେ । ରଥଯାତ୍ରା  ଭଳି ମହାର୍ଘ୍ୟ ବୈଶ୍ୱିକ ଯାତ୍ରାର ମହାନତା ଉପଲବ୍ଧି କରି କର୍ତ୍ତୃପକ୍ଷ  ଶୀଘ୍ର କାର୍ଯ୍ୟାନୁଷ୍ଠାନ ନେବେ ବୋଲି  ପ୍ରଶାସନ ଆଶା ରଖିଥିବା ଶ୍ରୀମନ୍ଦିର  ପ୍ରଶାସନ ପକ୍ଷରୁ ସୂଚନା ମିଳିଛି ।