ପ୍ରମୂଖ ଖବର
  • କୋଟିପତି MVI ଗୋଲାପ ଚନ୍ଦ୍ର ହାଁସଦା ଗିରଫ; ବାବୁଙ୍କର ୪୪ ପ୍ଲଟ୍‌, ଘରୁ କେଜିଏ ସୁନା ଜବତ
  • ||
  • ଏଣିକି ନାଇଟ୍‌ ସିଫ୍ଟ କରିପାରିବେ ମହିଳା; ସୁରକ୍ଷା ପାଇଁ ଉପଲବ୍ଧ ହେବ ଟୋଲ୍ ଫ୍ରି ନମ୍ୱର
  • ||
  • ଝାଡଖଣ୍ଡ ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବୁ ସୋରେନଙ୍କ ଦେହାନ୍ତ, ୮୧ ବର୍ଷ ବୟସରେ ଶେଷ ନିଶ୍ବାସ ତ୍ୟାଗ
  • ||
  • ସୋମବାରଠୁ ଶ୍ରୀକ୍ଷେତ୍ରରେ ଝୁଲଣ ଯାତ୍ରା, ମଠ ମନ୍ଦିର ଝୁଲଣ କୁଞ୍ଜରେ ଝୁଲିବେ ଦେବଦେବୀ
  • ||
  • ଏଫ୍‌ଏମ୍‌ ଛାତ୍ରୀ ଆତ୍ମାହୁତି ମାମଲାରେ ଆକ୍ସନ୍, ଦୁଇ ଛାତ୍ରଙ୍କୁ ଗିରଫ କରି ଜେଲ ପଠାଇଲା କ୍ରାଇମ୍‌ବ୍ରାଞ୍ଚ୍
  • ||
  • ୟେମେନରେ ମଝି ଦରିଆରେ ବୁଡ଼ିଗଲା ଡଙ୍ଗା, ୬୮ ମୃତ , ୭୪ଜଣଙ୍କର ମିଳୁନି ପତ୍ତା
  • ||
  • ବାୟାବରରେ ବଳଙ୍ଗା ପୀଡ଼ିତାଙ୍କ ଶେଷକୃତ୍ୟ ସଂପନ୍ନ, ଶୋକାକୂଳ ପରିବେଶରେ ଦିଆଗଲା କବର
  • ||
  • ଏଫଏମ୍ କଲେଜ ଛାତ୍ରୀ ଆତ୍ମାହୁତି ମାମଲା,କଲେଜର ଦୁଇ ଛାତ୍ର ଗିରଫ, ଆତ୍ମାହୁତି ପାଇଁ ଉସ୍‌କାଇଥିବା ଅଭିଯୋଗ
  • ||
  • ଆସନ୍ତା ୭ରେ ହୋଇପାରେ ଘୂର୍ଣ୍ଣିବଳୟ, ୯ ଯାଏ ପ୍ରବଳ ବର୍ଷା ନେଇ ପାଣିପାଗ ବିଭାଗର ପୂର୍ବାନୁମାନ
  • ||

ଚନ୍ଦନଯାତ୍ରା ନୀତି ନିର୍ଘଣ୍ଟ ନୀତି ସବ୍‌କମିଟିରେ ଅନୁମୋଦନ, ୧୮ରେ ବସିବ ଛତିଶା ନିଯୋଗ ବୈଠକ

Published By : Manoj | April 17, 2025 12:30 PM

ପୁରୀ, ୧୭/୦୪: ଚନ୍ଦନଯାତ୍ରାକୁ ଶୃଙ୍ଖଳିତ ଭାବେ  କରିବା ସହ ଏହି ସମୟରେ ଶ୍ରୀମନ୍ଦିର ଚତୁର୍ଦ୍ଧାମୂର୍ତ୍ତିଙ୍କ  ନୀତିକାନ୍ତିକୁ ଠିକ୍‌ ଭାବେ ସମ୍ପାଦନ ନିମନ୍ତେ ଆସନ୍ତା ୧୮  ତାରିଖରେ ବସିବ ଛତିଶା ନିଯୋଗ ବୈଠକ । ଏହା ପୂର୍ବରୁ  ବୁଧବାର ଅନୁଷ୍ଠିତ ହୋଇଯାଇଛି ନୀତି ସବ୍‌ କମିଟି ବୈଠକ ।  

ଜିଲ୍ଲାପାଳ ତଥା ଶ୍ରୀମନ୍ଦିର ଉପମୁଖ୍ୟ ପ୍ରଶାସକ ସିଦ୍ଧାର୍ଥ ଶଙ୍କର  ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ନୀତି ପ୍ରଶାସକ,  ଉନ୍ନୟନ ପ୍ରଶାସକ ଓ ବରିଷ୍ଠ ସେବାୟତମାନେ ଉପସ୍ଥିତ ଥିଲେ ।  ପ୍ରଶାସନ ପକ୍ଷରୁ ପ୍ରସ୍ତୁତ ନୀତି ନିର୍ଘଣ୍ଟ ନେଇ ବୈଠକରେ  ଆଲୋଚନା କରାଯାଇ ସେବାୟତଙ୍କ ପରାମର୍ଶକ୍ରମେ ଆବଶ୍ୟକ  ସଂଶୋଧନ ସହ ଅନୁମୋଦନ ହୋଇଛି । ୧୮ ତାରିଖରେ  ହେବାକୁ ଥିବା ଛତିଶା ନିଯୋଗ ବୈଠକ ନୀଳାଦ୍ରି ଭକ୍ତ ନିବାସ  ସମ୍ମିଳନୀ କକ୍ଷରେ ହେବ । ଏଥିରେ ମୁଖ୍ୟ ପ୍ରଶାସକ ଅଧ୍ୟକ୍ଷତା  କରିବେ ବୋଲି ଜଣାପଡ଼ିଛି

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.