ପୁରୀ, ୧୭/୦୪: ଚନ୍ଦନଯାତ୍ରାକୁ ଶୃଙ୍ଖଳିତ ଭାବେ  କରିବା ସହ ଏହି ସମୟରେ ଶ୍ରୀମନ୍ଦିର ଚତୁର୍ଦ୍ଧାମୂର୍ତ୍ତିଙ୍କ  ନୀତିକାନ୍ତିକୁ ଠିକ୍‌ ଭାବେ ସମ୍ପାଦନ ନିମନ୍ତେ ଆସନ୍ତା ୧୮  ତାରିଖରେ ବସିବ ଛତିଶା ନିଯୋଗ ବୈଠକ । ଏହା ପୂର୍ବରୁ  ବୁଧବାର ଅନୁଷ୍ଠିତ ହୋଇଯାଇଛି ନୀତି ସବ୍‌ କମିଟି ବୈଠକ ।  

ଜିଲ୍ଲାପାଳ ତଥା ଶ୍ରୀମନ୍ଦିର ଉପମୁଖ୍ୟ ପ୍ରଶାସକ ସିଦ୍ଧାର୍ଥ ଶଙ୍କର  ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ନୀତି ପ୍ରଶାସକ,  ଉନ୍ନୟନ ପ୍ରଶାସକ ଓ ବରିଷ୍ଠ ସେବାୟତମାନେ ଉପସ୍ଥିତ ଥିଲେ ।  ପ୍ରଶାସନ ପକ୍ଷରୁ ପ୍ରସ୍ତୁତ ନୀତି ନିର୍ଘଣ୍ଟ ନେଇ ବୈଠକରେ  ଆଲୋଚନା କରାଯାଇ ସେବାୟତଙ୍କ ପରାମର୍ଶକ୍ରମେ ଆବଶ୍ୟକ  ସଂଶୋଧନ ସହ ଅନୁମୋଦନ ହୋଇଛି । ୧୮ ତାରିଖରେ  ହେବାକୁ ଥିବା ଛତିଶା ନିଯୋଗ ବୈଠକ ନୀଳାଦ୍ରି ଭକ୍ତ ନିବାସ  ସମ୍ମିଳନୀ କକ୍ଷରେ ହେବ । ଏଥିରେ ମୁଖ୍ୟ ପ୍ରଶାସକ ଅଧ୍ୟକ୍ଷତା  କରିବେ ବୋଲି ଜଣାପଡ଼ିଛି