ପ୍ରମୂଖ ଖବର
  • ବଲାଙ୍ଗୀର: ଭାରସାମ୍ୟ ହରାଇ ରାସ୍ତାକଡ଼ ଦୋକାନ ଭିତରକୁ ମାଡିଗଲା ଟ୍ରକ୍, ସିକ୍ୟୁରିଟି ଗାର୍ଡ ମୃତ
  • ||
  • କେରଳରେ ମର୍ମନ୍ତୁଦ ସଡକ ଦୁର୍ଘଟଣା, କାର୍-ବସ୍ ମୁହାଁମୁହିଁ ଧକ୍କାରେ ୫ ଡାକ୍ତରୀ ଛାତ୍ରଙ୍କ ଚାଲିଗଲା ଜୀବନ
  • ||
  • ଭିଜିଲାନ୍ସ ଜାଲରେ ସହକାରୀ ନିର୍ବାହୀ ଯନ୍ତ୍ରୀ ବିଶ୍ବନାଥ ପାତ୍ର, , ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗ ଚଢ଼ାଉ
  • ||
  • ସଂସଦରେ ସମ୍ବିଧାନ ଚର୍ଚ୍ଚା ପାଇଁ ବାଚସ୍ପତିଙ୍କ ସହମତି, ଆଜିଠୁ ସ୍ୱାଭାବିକ ହୋଇପାରେ ଗୃହ
  • ||
  • ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି: ୪ରେ ନୌସେନା ସମରାଭ୍ୟାସ ଦେଖିବେ, ୫ରେ ଜୁଡିସିଆଲ କମ୍ପେ୍ଲକ୍ସ ଉଦ୍‌ଘାଟନ କରିବେ
  • ||
  • ଚଳିତ ବର୍ଷ ରାଜ୍ୟରେ ଜାଡ଼ କମ୍, ଡିସେମ୍ବରରେ ତାପମାତ୍ରା ସ୍ୱାଭାବିକଠାରୁ ଅଧିକ ରହିବ
  • ||

ଘୋଡାର ଦାମ୍ ୧୧ କୋଟି, ତଥାପି ଏହି ମୂଲ୍ୟରେ ବିକ୍ରି କରିବାକୁ ରାଜି ନାହାଁନ୍ତି ଏହାର ମାଲିକ, ଜାଣନ୍ତୁ କାହିଁକି...

ନୂଆଦିଲ୍ଲୀ: ରାଜସ୍ଥାନର ପୁଷ୍କର ମେଳାରେ ୭୨ ଇଞ୍ଚର ଏକ ଘୋଡା ଆକର୍ଷଣର କେନ୍ଦ୍ର ପାଲଟିଛି । ଏହାକୁ ଦେଶର ସବୁଠାରୁ ଉଚ୍ଚତମ ଘୋଡା ବୋଲି କୁହାଯାଉଛି । ଏହି ଘୋଡାର ନାମ କର୍ମ ଦେବ । ଲୋକ ମାନେ ଏହାକୁ କିଣିବା ପାଇଁ ୧୧ କୋଟି ଟଙ୍କା ଦେବାକୁ ରାଜି ହୋଇଥିବା ବେଳେ, କିନ୍ତୁ ଘୋଡାର ମାଲିକ ଏହାକୁ ଏହି ଦାମ୍‌ରେ ବିକ୍ରୟ କରିବାକୁ ପ୍ରସ୍ତୁତ ନୁହଁନ୍ତି । ଏହି ଘୋଡା ଅନ୍ତର୍ଜାତୀୟ ପୁଷ୍କର ମେଳା ପାଇଁ ମୋହାଲି (ପଞ୍ଜାବ) ରୁ ଆସିଛି । ଘୋଡାର ମାଲିକ ଗୁରୁ ପ୍ରତାପ ସିଂ ଗିଲ କହିଛନ୍ତି ଯେ ଏଥର ସେ ମୋହାଲିରୁ ପୁଷ୍କର ମେଳା ପାଇଁ ୩୦ଟି ଘୋଡା ଆଣିଛନ୍ତି । ସମସ୍ତ ଘୋଡା ଉନ୍ନତ ପ୍ରଜାତିର ଅଟନ୍ତି । 

ଗୁରୁ ପ୍ରତାପ ସିଂ ଗିଲଙ୍କ ଅନୁଯାୟୀ, ତାଙ୍କ ଘୋଡା 'କର୍ମଦେବ' ଦେଶର ସବୁଠାରୁ ଉଚ୍ଚ ଘୋଡା, ଯାହାର ଉଚ୍ଚତା ୭୨ ଇଞ୍ଚ। ବର୍ତ୍ତମାନ ଏହି ଘୋଡାର ବୟସ ମାତ୍ର ୪ ବର୍ଷ ୬ ମାସ। ବର୍ତ୍ତମାନ ପର୍ଯ୍ୟନ୍ତ ଏହି ଘୋଡାର ମୂଲ୍ୟ ୧୧ କୋଟି ଟଙ୍କା ବୋଲି ଆକଳନ କରାଯାଇଛି, କିନ୍ତୁ ଗୁରୁ ପ୍ରତାପ ସିଂ ଗିଲ ଏହି ମୂଲ୍ୟରେ ଏହାକୁ ବିକ୍ରୟ କରିବାକୁ ପ୍ରସ୍ତୁତ ନୁହଁନ୍ତି।

ଘୋଡା ମାଲିକ ଗୁରୁ ପ୍ରତାପ ସିଂ ଗିଲ କର୍ମଦେବର ଖାଦ୍ୟ ବିଷୟରେ ମଧ୍ୟ କହିଛନ୍ତି। ସେ କହିଛନ୍ତି ଯେ, ତାର ଖାଦ୍ୟ ସନ୍ତୁଳିତ, ଯେଉଁଥିରେ ଚଣା, ସୋୟାବିନ୍, କ୍ୟାଲସିୟମ୍, ଭିଟାମିନ୍, ଜିଙ୍କ, କପର୍ ଇତ୍ୟାଦି ଅନ୍ତର୍ଭୁକ୍ତ। ଏସବୁର ମିଶ୍ରଣକୁ ଫୁଟାଯାଇ କର୍ମଦେବକୁ ଖାଇବାକୁ ଦିଆଯାଏ । ବର୍ତ୍ତମାନ ପର୍ଯ୍ୟନ୍ତ ଏହି କିସମର ୧୦-୧୧ ପିଲା ଆସିଛନ୍ତି ଏବଂ ସେମାନେ ଆଲିସାନ୍ ଲାଇନରେ ଅଛନ୍ତି।

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.