ନୂଆଦିଲ୍ଲୀ,୧୭/୧୨:ଅଲ୍ଲୁ ଅର୍ଜୁନଙ୍କ ଫିଲ୍ମ 'ପୁଷ୍ପା ୨ -ଦ ରୁଲ'। ବକ୍ସ ଅଫିସରେ କରୁଛି ଧମାକା। 'ପୁଷ୍ପା ୨'  ବମ୍ପର କଲେକ୍ସନ ସହ ହାସଲ କରୁଛି  ସଫଳତା । ତେବେ ରିଲିଜର ୧୨ଦିନରେ ୧୪ ଶହ କୋଟିରୁ ଅଧିକ କଲେକ୍ସନ କରିଛି ଫିଲ୍ମ ।'ପୁଷ୍ପା 2' ଏହାର ଦୁଇ ସପ୍ତାହ ପୂରଣ କରିବା ପୂର୍ବରୁ ୧୪ ଶହ  କୋଟିରୁ ଅଧିକ ବ୍ୟବସାୟ କରିଛି । ଏଥି ସହିତ ପୁଷ୍ପା 2 ଚଳଚ୍ଚିତ୍ର ଭାରତରେ ପାଖାପାଖି ଏକ ହଜାର କୋଟିରେ ପହଞ୍ଚିଛି । ପୁଷ୍ପା ୨ ଗତ ରବିବାର ଦିନ ଏହି ଫିଲ୍ମ ୭୬ କୋଟି ଟଙ୍କା ରୋଜଗାର କରିଥିଲା । 

ଭାରତରେ ଫିଲ୍ମର ମୋଟ ସଂଗ୍ରହ ୯୩୦ କୋଟିରେ ପହଞ୍ଚିଛି । ଯାହା ସାରା ବିଶ୍ୱରେ  ଚଳଚ୍ଚିତ୍ର ମୋଟ ଆୟ ୧୪୦୯ କୋଟି ଟଙ୍କା କରିଛି। ଏହି ଫିଲ୍ମ ବର୍ତ୍ତମାନ ଆରଆରଆର ଓ କେଜିଏଫ ୨ ଭଳି ସର୍ବାଧିକ ଆୟ କରିଥିବା ଫିଲ୍ମର ରେକର୍ଡ ଭାଙ୍ଗିଛି । ପ୍ରକାଶ ଥାଉକି, ନିର୍ଦ୍ଦେଶକ ସୁକୁମାରଙ୍କ 'ପୁଷ୍ପା ୨: ଦ ରୁଲ', 'ପୁଷ୍ପା: ଦ ରାଇଜ'ର ସିକ୍ବେଲ ଅଟେ । ଏଥିରେ ଅଲ୍ଲୁ ଅର୍ଜୁନ, ରଶ୍ମିକା ମନ୍ଦାନା, ଫାହାଦ୍ ଫସିଲ, ସୁନୀଲ, ଅଜୟ, ରାଓ ରମେଶ, ଅନାସୁୟା ଏବଂ ଅନ୍ୟ କଳାକାର ନଜର ଆସିଛନ୍ତି । ପ୍ରଥମ ଭାଗର ୩ ବର୍ଷ ପରେ 'ପୁଷ୍ପା ୨' ପରଦାକୁ ଆସିଥିବା ବେଳେ ଦର୍ଶକ ଏହାକୁ କରୁଛନ୍ତି ପସନ୍ଦ  । ସେହିପରି ଆସନ୍ତା ବର୍ଷ ଫିଲ୍ମଟି ଓଟିଟି ପ୍ଲାଟଫ୍ରମରେ ରିଲିଜେ ହେବା ନେଇ ସୂଚନା ମିଳିଛି ।