ନୂଆଦିଲ୍ଲୀ,୬।୧୦:ରୁଷର ଘନ ଘନ ଏୟାରଷ୍ଟ୍ରାଇକ୍‌ ପରେ ୟୁରୋପ ନିଜର ସୁରକ୍ଷାକୁ ନେଇ ବିପଦ ଅନୁଭବ କରୁଛି।  କିଛି ସପ୍ତାହ ତଳେ ନାଟୋ ସହଯୋଗୀଙ୍କ ବିରୋଧରେ ରୁଷର ଏୟାରଷ୍ଟ୍ରାଇକ୍ ପରେ ୟୁରୋପରେ ପୁଟିନ୍‌ଙ୍କ ରଣନୀତିକୁ ନେଇ ଚର୍ଚ୍ଚ ବଢି ଯାଇଛି। ବ୍ରିଟେନର ପୂର୍ବତନ ଗୁଇନ୍ଦା ଅଧିକାରୀ ଓ ପ୍ରତିରକ୍ଷା ବିଶେଷଜ୍ଞ ଫିଲିପ୍ ଇନଗ୍ରାମ୍ ରୁଷ ଅନୁପ୍ରବେଶକୁ ପୁଟିନ୍‌ଙ୍କ ବିପଦଜନକ ଚାଲ୍ ବୋଲି କହିଛନ୍ତି। ଇନଗ୍ରାମଙ୍କ କହିବା ଅନୁସାରେ, ଏହା ପଛରେ କ୍ରେମାଲିନର ପ୍ରକୃତ ଉଦେଶ୍ୟ ହେଉଛି ଆତଙ୍କ ସୃଷ୍ଟି କରିବା। ପୁଟିନ୍‌ ୟୁରୋପକୁ ଅକ୍ଟୋପସ୍‌ ଭଳି ଚାରିଆଡୁ ଚାପିଦେବାକୁ ଚାହାନ୍ତି।

ବିଶେଷଜ୍ଞଙ୍କ ମତରେ ରୁଷ ଅନୁପ୍ରବେଶକାରୀ ଏକ ଛଳନା । ପୁଟିନ୍ ୟୁକ୍ରେନ୍‌ରେ ଚାଲିଥିବା ଯୁଦ୍ଧ ବାହାନାରେ ପାଶ୍ଚାତ୍ୟ ଧନ ଓ ସମ୍ବଳକୁ କମ୍ କରିବାର ଚେଷ୍ଟା କରୁଛନ୍ତି। ଫିଲିକ୍ କହିଛନ୍ତି, ୟୁରୋପୀୟ ନେତା ବୈଠକରେ ଏହା ଜାଣିବାକୁ ଚେଷ୍ଟା କରୁଛନ୍ତି, କିଭଳି ଜବାବ୍ ଦିଆଯିବ। ଅନ୍ୟପକ୍ଷେ ରୁଷ ଲଗାତାର ମଜବୁତ ହେବାରେ ଲାଗଛି। ସେ ଦାବି କରିଛନ୍ତି, ପୁଟିନଙ୍କ ଉକସାଇବା ଭଳି ଗତିବିଧି ନାଟୋକୁ  ପ୍ରଭାବିତ କରିବାର ଏକ ଚାଲ୍।

ବ୍ରିଟିସ୍ ମିଡିଆ ଆଉଟଲେଟ୍ ‘ଦ ସନ୍’ର କାର୍ଯ୍ୟକ୍ରମ ବ୍ୟାଟଲ୍ ପ୍ଲାନ୍ସ ଏକ୍ସପୋଜଡ୍‌’ ରେ ଫିଲିପ୍ କହିଛନ୍ତି , ଆମେ ନାଟୋର ବାୟୁସୀମାକୁ ଉଲଂଘନ କରୁଥିବା ରୁଷ ବିମାନ ସଂଖ୍ୟାରେ ବୃଦ୍ଧି ଦେଖିବାକୁ ପାଇଛୁ। ଯାହାଦ୍ବାରା ମେଣ୍ଟର ରାଜନୀତି ଓ ସେନା ଉଭୟ ସୀମା ପାର ହୋଇଯାଇଛନ୍ତି। ଏହାର ପରୀକ୍ଷା ହେଉଛି। ସେ କହିଛନ୍ତି, ରୁଷ ମିଗ୍-୩୧ ଯୁଦ୍ଧ ବିମାନ ଏଷ୍ଟୋନିଆ ବାୟୁକ୍ଷେତ୍ରରେ ୧୨ ମିନିଟ୍‌ ପର୍ଯ୍ୟନ୍ତ ଅନୁପ୍ରବେଶ କରିଥିଲା, ଯାହାଦ୍ବାରା ପୁରା ୟୁରୋପ ଭୟଭୀତ ହୋଇ ପଡିଥିଲା। ଗତ ଦୁଇ ସପ୍ତାହରେ ୟୁରେଗ ଯୁଦ୍ଧ ବିମାନ ମୁହାଁମୁହିଁ ହେବା, ରହସ୍ୟମୟ ଡ୍ରୋନ୍ ଓ ସାଇବର ଆଟାକକୁ ଦେଖି ପ୍ରମୁଖ ବିମାନ ବନ୍ଦରେ ପରିଚାଳନା ଠପ୍ ହୋଇଯାଇଥିଲା। ଏଥିରେ ଡେନମାର୍କ ମଧ୍ୟ ରହିଛି, ଯେଉଁଠି ଡ୍ରାନ୍ ଚାଲିବା କାରଣ ତାଙ୍କର ଏକ ବିମାନ ବନ୍ଦର ଘଣ୍ଟା ଘଣ୍ଟା ପର୍ଯ୍ୟନ୍ତ ବନ୍ଦ କରିବାକୁ ପଡିଥିଲା।ଫିଲିପ୍ କହିଛନ୍ତି, ନିକଟରେ ଅନୁପ୍ରବେଶକୁ ରୋକିବା ପାଇଁ ୟୁରୋପ ଡ୍ରୋନ୍ ଓ୍ବାଲ ନାମକ ସୁରକ୍ଷା ବଳୟ ତିଆରି କରିବକୁ ଯୋଜନା କରୁଛି। ଏହା ବହୁ ସ୍ତରୀୟ ଏୟାର ଡିଫେନ୍ସ ସିଷ୍ଟମ ଭଳି ହେବ। ଏହା ଆକ୍ରମଣ କରିବାକୁ ଆସୁଥିବା ଡ୍ରୋନ୍କୁ ଟ୍ରାକ୍ କରିବା ସହ ତାକୁ ନଷ୍ଟ କରିବ।