ନୂଆଦିଲ୍ଲୀ – ରୁଷ୍‌ ଓ ୟୁକ୍ରେନ୍‌ ମଧ୍ୟରେ ଚାଲିଯିବା ବିପଜ୍ଜନକ ଯୁଦ୍ଧ ମଧ୍ୟରେ ଭ୍ଲାଦିମିର ପୁଟିନ ଗୁରୁବାର ଶାନ୍ତି ବୁଝାମଣା ଉପରେ ବଡ଼ ବୟାନ ଦେଇଛନ୍ତି। ସେ କହିଛନ୍ତି ଯେ, ଟ୍ରମ୍ପଙ୍କ ସହ ତାଙ୍କର ଗତ ୪ ବର୍ଷ ହେଲା କଥାବାର୍ତ୍ତା ହୋଇ ନାହିଁ, ତାଙ୍କୁ ଏହା ମଧ୍ୟ ଜଣା ନାହିଁ ଯେ ସେମାନଙ୍କର କେବେ ଭେଟ ହେବ , କିନ୍ତୁ ସେ ତାଙ୍କୁ କୌଣସି ବି ସମୟରେ କଥାବାର୍ତ୍ତା କରିବାକୁ ପ୍ରସ୍ତୁତ। ସାମ୍ୱାଦିକ ସମ୍ମିଳନୀରେ ପୁଟିନ କୁର୍ସ୍କ କ୍ଷେତ୍ରରେ ନିଜର ଅସଫଳତାକୁ ସ୍ୱୀକାର କରିବା ସହ କହିଛନ୍ତି, ସେ ଜାଣି ନାହାନ୍ତି , ତାଙ୍କ ସେନା କେବେ ସୁଦ୍ଧା ୟୁକ୍ରେନ ଠାରୁ ନିଜ ଅଞ୍ଚଳକୁ ମୁକ୍ତ କରି ପାରିବେ ? ପୁଟିନଙ୍କ ବୟାନ ଏମିତି ସମୟରେ ଆସିଛି,ଯେତେବେଳେ ତାଙ୍କର ନିକଟତମ ତଥା ପରମାଣୁ ଅସ୍ତ୍ରର ତଦାରଖ କରୁଥିବା କମାଣ୍ଡରକୁ ୟୁକ୍ରେନୀ ସେନା ରୁଷ୍‌ରେ ପଶି ମାରି ଦେଇଛନ୍ତି। ପୁଟିନଙ୍କ କମାଣ୍ଡରଙ୍କର ମୃତ୍ୟୁର ଗୋଟିଏ ଦିନ ପରେ ରୁଷୀୟ ସେନା ଗୋଟିଏ ଦିନରେ ୟୁକ୍ରେନ୍‌ ଭିତରେ ଆତଙ୍କ ଖେଳାଇଛି ଏବଂ ୪୦୦ରୁ ଅଧିକ ସୈନିକଙ୍କ ଜୀବନ ନେଇଛି। ୟୁକ୍ରେନ ଏହାକୁ ପୁଟିନଙ୍କର ପ୍ରତିଶୋଧ ମନେ କରିଛି। 


ନିକଟରେ ପୁଟିନ୍‌ ଓ ୟୁକ୍ରେନ୍‌ ରାଷ୍ଟ୍ରପତି ଭଲୋଡୋମିର ଜେଲେନସ୍କିଙ୍କ ସେନା ମଧ୍ୟରେ ଯୁଦ୍ଧ ଶୀର୍ଷ ସ୍ତରରେ ପହଞ୍ଚି ଯାଇଛି। ଆମେରିକାର ମଞ୍ଜୁରୀ ମିଳିବା ପରେ ୟୁକ୍ରେନୀ ସେନା ରୁଷ୍ ଭିତରେ ମିସାଇଲ ହମଲା ଆରମ୍ଭ କରି ଦେଇଛି। ପୁଟିନଙ୍କ ସେନା ମଧ୍ୟ ଉତ୍ତର କୋରିଆର ସୈନିକଙ୍କ ସାହାଯ୍ୟରେ ୟୁକ୍ରେନ ବିରୁଦ୍ଧରେ ମୋର୍ଚ୍ଚା ସମ୍ଭାଳିଛି। ପ୍ରଥମେ ଯେଉଁଠି ୟୁକ୍ରେନ୍‌ ନିଜର ଲ୍ୟାଣ୍ଡର ରକ୍ଷା କରିବାକୁ ଲଢେଇ କରୁଥିଲା , ଏବେ ରୁଷିଆ ସେନାକୁ ନିଜର ଲ୍ୟାଣ୍ଡର ରକ୍ଷା କରିବାକୁ ଲଢେଇ କରିବାକୁ ପଡ଼ୁଛି। 

କହି ରଖୁଛୁ କୁ , ଡୋନାଲ୍ଡ ଟ୍ରମ୍ପ ଆସନ୍ତା ୨୦ ଜାନୁୟାରୀରେ ହ୍ୱାଇଟ୍‌ ହାଉସ୍‌ ଫେରୁଛନ୍ତି। ତାଙ୍କର ଆମେରିକୀୟ ଶାସନକୁ ଫେରିବାକୁ ନେଇ କିଭ୍‌ ଆଶଙ୍କା ବ୍ୟକ୍ତି କରିଛି କି , ଟ୍ରମ୍ପ ଯୁଦ୍ଧ ରୋକିବା ପାଇଁ ୟୁକ୍ରେନ୍‌ ଉପରେ ବୁଝାମଣା ନେଇ ଚାପ ପକାଇ ପାରେ। ବର୍ଷର ଶେଷରେ ନିଜର ବାର୍ଷିକ ପ୍ରେସ୍ କନଫରେନ୍ସରେ କ୍ରେମଲିନ୍‌ ନେତା କହିଛନ୍ତି ଯେ ତାଙ୍କର ସୈନିକମାନେ ଯୁଦ୍ଧ ମୈଦାନରେ ଆମେ  ସବୁବେଳେ ଉପରେ ରହିଛନ୍ତି ,କିନ୍ତୁ ସେ ଏହା ମଧ୍ୟ ସ୍ୱୀକାରକରିଛନ୍ତି ଯେ ,ତାଙ୍କୁ ଜଣାନାହିଁ ପଶ୍ଚିମୀ କୁର୍ସ୍କ କ୍ଷେତ୍ରକୁ ରୁଷୀୟ ସେନା ୟୁ୍କ୍ରେନୀଙ୍କ ଠାରୁ କେବେ ସୁଦ୍ଧା ମୁକ୍ତ କରି ପାରିବେ?