ନୂଆଦିଲ୍ଲୀ : ରୁଷ୍ ଓ ୟୁକ୍ରେନ ମଧ୍ୟରେ ଜାରି ଯୁଦ୍ଧକୁ ପାଖାପାଖି ୩ବର୍ଷ ହେବ। ଏହି ଯୁଦ୍ଧକୁ ଶେଷ କରିବା ପାଇଁ ରୁଷୀୟ ରାଷ୍ଟ୍ରପତି ପୁଟିନ ୟୁରୋପୀୟ ଦେଶ ସ୍ଲୋଭାକିଆର ମଧ୍ୟସ୍ଥତାର ପ୍ରସ୍ତାବ ଉପରେ କଥାବାର୍ତ୍ତା କରିବା ପାଇଁ ନିଜର ସହମତି ପ୍ରକାଶ କରିଛନ୍ତି। ସେ କହିଛନ୍ତି କି, ସ୍ଲୋଭାକିଆ ଏହି ସଂଘର୍ଷରେ ଆରମ୍ଭରେ ହିଁ ନିରବଦ୍ରଷ୍ଟାର ସ୍ଥିତି ଆପଣାଇଛି। ଗତ ୩ବର୍ଷରୁ ଜାରି ଏହି ଯୁଦ୍ଧର କାରଣରୁ ବୈଶ୍ୱିକ ରାଜନୀତିରେ ଖୁବ୍ କିଛି ବଦଳିଛି। ୟୁକ୍ରେନ ଓ ରୁଷ୍ ଉଭୟ ଏବେ ଯୁଦ୍ଧ ଶେଷ କରି ଶାନ୍ତି ସ୍ଥାପିତ କରିବାକୁ ଚାହାଁନ୍ତି, କିନ୍ତୁ ଉଭୟ ହିଁ ଚାହାଁନ୍ତି କି ,ଶାନ୍ତି ଚୁକ୍ତି ତାଙ୍କ ହିସାବରେ ହେଉ। ଏଥିରେ ୟୁକ୍ରେନ ନିଜର କୌଣସି ପାର୍ଟନର ଦେଶକୁ ଶାନ୍ତି ବାର୍ତ୍ତାରେ ସାମିଲ କରିବାକୁ ଚାହୁଁ ଥିବା ବେଳେ, ରୁଷ୍ ମଧ୍ୟ ନିଜର କୌଣସି ମିତ୍ର ଦେଶ ଦ୍ୱାରା ହିଁ ଏହି ଶାନ୍ତି ବାର୍ତ୍ତାକୁ ଆଗକୁ ବଢାଇବାକୁ ଚାହିଁଛି। ଏଥିରେ ରୁଷ୍ ସ୍ଲୋଭାକିଆର ଶାନ୍ତି ପ୍ରସ୍ତାବ ଉପରେ ସହମତି ଦେଖାଇ ଏକ ପାଦ ଆଗକୁ ବଢାଇଛି।
୨୨ଡିସେମ୍ୱରରେ ରୁଷ୍ରେ ପହଞ୍ଚି ଥିବା ସ୍ଲୋଭାକିଆର ପ୍ରଧାନମନ୍ତ୍ରୀ ରବର୍ଟ ଫିକୋ କ୍ରେମଲିନରେ ରୁଷୀୟ ରାଷ୍ଟ୍ରପତି ପୁଟିନଙ୍କ ସହ ସାକ୍ଷାତ୍ କରିଛନ୍ତି। ଏହି ସମୟରେ ପୁଟିନ୍ କହିଛନ୍ତି ଯେ, ରୁଷ୍ ଏହି ଯୁଦ୍ଧର ସମାଧାନ ବାହାର କରିବାକୁ ଚେଷ୍ଟା କରୁଛି। ଉକ୍ତ ମାମଲାରେ ସେ ସ୍ଲୋଭାକିଆର ମଧ୍ୟସ୍ଥତାକୁ ନେଇ ଦେଇଥିବା ଶାନ୍ତି ପ୍ରସ୍ତାବ ଉପରେ କଥାବାର୍ତ୍ତା କରିବା ପାଇଁ ପ୍ରସ୍ତୁତ।
ଏହା ପୂର୍ବରୁ ଗୁରୁବାର ରୁଷୀୟ ମିଡ଼ିଆ ଚ୍ୟାନେଲ୍କୁ ଦେଇଥିବା ସାକ୍ଷାତକାରରେ ପୁଟିନ କହିଛନ୍ତି , ସ୍ଲୋଭାକିଆର ପ୍ରଧାନମନ୍ତ୍ରୀ ମୋତେ କହିଥିଲେ କି, ସେ ୟୁକ୍ରେନ-ରୁଷ୍ ସଂଘର୍ଷକୁ ସମାପ୍ତ କରିବା ପାଇଁ ମଧ୍ୟସ୍ଥିର ଭୂମିକାରେ କାମ କରିବାକୁ ପ୍ରସ୍ତୁତ। ପୁଟିନ କହିଛନ୍ତି କି, ଯଦି ସେ ଏମିତି କରିବାକୁ ଚାହାନ୍ତି ତ , ଆମେ ମଧ୍ୟ ଏଥିପାଇଁ ପ୍ରସ୍ତୁତ। କାରଣ ଆମେ ଯୁଦ୍ଧର ଆରମ୍ଭରୁ ଦେଖିଛୁ କି, ଫିକୋଙ୍କ ସରକାର ଅନୁସାରେ ସ୍ଲୋଭାକିଆ ଏହି ଯୁଦ୍ଧକୁ ନେଇ ସର୍ବଦା ନିରବଦ୍ରଷ୍ଟା ପାଲଟିଛି।
ଆପଣଙ୍କୁ କହି ରଖୁଛି କି , ୟୁରୋପୀୟ ଦେଶ ସ୍ଲୋଭାକିଆ ଏକ ନାଟୋ ସଦସ୍ୟ ଦେଶ। ପାଶ୍ଚାତ ଦେଶ ଗୁଡ଼ିକର ରୁଷ୍କୁ ଅଲଗା କରିବା ପ୍ରୟାସ ସତ୍ତ୍ୱେ ସେ ଲଗାତାର ରୁଷ୍ ସହ ନିଜର ସଂପର୍କକୁ ମଜବୁତ୍ କରିବାରେ ଲାଗିଛି। ଗତ ବର୍ଷେ ହେଲା ସ୍ଲୋଭାକିଆ ଫିକୋଙ୍କ ସରକାର ଅନୁସାରେ ୟୁକ୍ରେନକୁ ସେନା ସାହାଯ୍ୟ କରିବାକୁ ମନା କରିଦେଇ ଥିଲା । ସେ ଲଗାତାର ଉଭୟ ପକ୍ଷକୁ ଶାନ୍ତିର ଅପିଲ କରି ଚାଲିଛି।
ଅନ୍ୟପଟେ ଜେଲେନସ୍କି କିନ୍ତୁ ଫିକୋଙ୍କ ଉପରେ ଅଭିଯୋଗ କରିଛନ୍ତି କି, ସେ ଯେଉଁ ନୀତି ଆପଣାଉଛନ୍ତି , ତାହା ସ୍ଲୋଭାକିଆର ହିତରେ ନୁହେଁ। ତାହା ୟୁରୋପର ଭବିଷ୍ୟତର ହିତରେ ନୁହେଁ ।