ପ୍ରମୂଖ ଖବର
  • ଶ୍ରୀଲିଙ୍ଗରାଜଙ୍କ ପୁଷ୍ୟାଭିଷେକ ନୀତି: ୧୦୮ ଗରା ତୀର୍ଥ ଜଳରେ ସ୍ନାନ କରିବେ ମହାପ୍ରଭୁ
  • ||
  • ଘନ କୁହୁଡିରେ ଲୁଚିଗଲା ସୂର୍ଯ୍ୟମନ୍ଦିର, ସୂକ୍ଷ୍ମ କାରୁକାର୍ଯ୍ୟ ଦେଖି ପାରିଲେନି ପର୍ଯ୍ୟଟକ
  • ||
  • କରଞ୍ଜିଆ : ଚିକିତ୍ସାଧିନ ଅବସ୍ଥାରେ ପ୍ରାଣ ହରାଇଲା ‘ମହେନ୍ଦ୍ର’ ହାତୀ, ବ୍ୟବଚ୍ଛେଦ ପରେ ହେବ ଶବ ସଂସ୍କାର
  • ||
  • ଶ୍ରୀମନ୍ଦିରରେ ଦେବାଭିଷେକ ନୀତି: ଆଜି ମହାପ୍ରଭୁଙ୍କ ରାଜାଧିରାଜ ଓ ନବାଙ୍କ ବେଶ
  • ||
  • ସୁବର୍ଣ୍ଣପୁର : ଇଥାନଲ ପ୍ଲାଣ୍ଟ ମେସିନରେ ଚାପି ହୋଇ ଶ୍ରମିକଙ୍କ ମୃତ୍ୟୁ
  • ||

ସରିଲା ପି.ଭି ସିନ୍ଧୁଙ୍କ ନିର୍ବନ୍ଧ; ଜାଣନ୍ତୁ କିଏ ହେବେ ତାଙ୍କ ଭାବି ସ୍ୱାମୀ...?

Published By : Bijay Swain | December 14, 2024 8:32 PM

Image courtesy: newstrack

ନୂଆଦିଲ୍ଲୀ: ବ୍ୟାଡମିଣ୍ଟନ ଖେଳରେ ଭାରତକୁ ଦୁଇଟି ଅଲମ୍ପିକ ପଦକ ଦେଇଥିବା ପି.ଭି ସିନ୍ଧୁଙ୍କ ଶନିବାର ଦିନ ନିର୍ବନ୍ଧ ହୋଇଯାଇଛି। ବିଶିଷ୍ଟ ବ୍ୟବସାୟୀ ଭେଙ୍କଟ ଦତ୍ତା ସାଇଙ୍କ ସହ ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଉଛନ୍ତି ସିନ୍ଧୁ। ଲକ୍ଷ୍ନୋରେ ସୟୈଦ ମୋଦି ଇଣ୍ଟରନେସନାଲରେ ସିନ୍ଧୁ ବିଜୟୀ ହେବା ପରେ ନିଜ ବିବାହ ତାରିଖ ଘୋଷଣା କରିଥିଲେ। ସିଦ୍ଧୁ ୨୨ ଡିସେମ୍ବରରେ ଉଦୟପୁରରେ ବାହାହେବେ ବୋଲି ଘୋଷଣା କରିଛନ୍ତି। ପିଭି ସିନ୍ଧୁ ନିର୍ବନ୍ଧ ବେଳର ଫଟୋକୁ ସାମାଜିକ ଗଣମାଧ୍ୟମରେ ଶେୟାର କରିଛନ୍ତି। 

ଗତ ରବିବାର ଦିନ ଲକ୍ଷ୍ନୋରେ ହେଉଥିବା ସୟୈଦ ମୋଦି ଇଣ୍ଟରନେସନାଲ ଖେଳରେ ସିନ୍ଧୁ ଜିତିଥିଲେ। ମ୍ୟାଚ ଜିତିବା ପରେ ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟେଇ ନିଜ ବାହାଘର ସମ୍ପର୍କରେ ଘୋଷଣା କରିଥିଲେ। ହାଇଦ୍ରାବାଦରେ ରହୁଥିବା ଭେଙ୍କଟ ଦତ୍ତା ସାଇଙ୍କୁ ସେ ବିବାହ କରିବାକୁ ଯାଉଛନ୍ତି ବୋଲି ଘୋଷଣା କରିଥିଲେ। ଏହା ପୂର୍ବରୁ ସେ ନିଜ ବାହାଘରକୁ ସଚିନ ତେନ୍ଦୁଲକର, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଗୃହମନ୍ତ୍ରୀ ଅମିତ ଶାହଙ୍କୁ ନିମନ୍ତ୍ରଣ କରୁଥିବା ଖବର ସାମ୍ନାକୁ ଆସିଥିଲା। 

ସୂଚନା ଅନୁଯାୟି, ସିନ୍ଧୁ ଭାରତ ପାଇଁ ୨୦୧୯ ରେ ସ୍ୱର୍ଣ୍ଣ ସହିତ ଏଯାଏ ବିଶ୍ୱ ଚାମ୍ପିୟନସିପରୁ ମୋଟ ୫ଟି ପଦକ ଜିତିଛନ୍ତି। ଅନ୍ୟପଟେ ସେ ଅଲମ୍ପିକ୍ସରୁ ରୈପ୍ୟ ଓ କାଂସ୍ୟ ପଦକ ମଧ୍ୟ ଜିତିଛନ୍ତି। ୨୦୧୭ରେ ବୈଶ୍ୱିକ ସ୍ତରରେ ସେ ସର୍ବଶ୍ରେଷ୍ଠ ପ୍ରଦର୍ଶନ କରି ୨ ନମ୍ବର ସ୍ଥାନ ଅଧିକାର କରିଥିଲେ। 

ଭେଙ୍କଟ ଦତ୍ତା ସାଇ କିଏ...?

ସିଦ୍ଧୁଙ୍କୁ ଭାବି ସ୍ୱାମୀ  ଭେଙ୍କଟ ଦତ୍ତା ସାଇ ପୋସାଇଡେକ୍ସ ଟେକ୍ନୋଲୋଜିର କାର୍ଯ୍ୟକାରୀ ନିର୍ଦ୍ଦେଶକ ଭାବେ କାମ କରୁଛନ୍ତି। ସେ ଭାରତର ଜଣେ ଉଦ୍ୟମି ବ୍ୟବସାୟି ଭାବେ ପରିଗଣିତ ହୁଅନ୍ତି। ଫାଇନାନ୍ସ, ଡାଟା ସାଇନ୍ସ ଏବଂ ଏସେଟ ମ୍ୟାନେଜମେଣ୍ଟ କ୍ଷେତ୍ରରେ ସେ କାମ କରନ୍ତି। ଭେଙ୍କଟ ଫ୍ଲେମ ୟୁନିଭରସିଟିରୁ ଆକାଉଣ୍ଟିଙ୍ଗ ଓ ଫାଇନାନ୍ସ କ୍ଷେତ୍ରରେ ବିବିଏ କରିଛନ୍ତି। ସେ ଅନ୍ତରାଷ୍ଟ୍ରିୟ ସୂଚନା ପ୍ରାଦୈଗିକ ସଂସ୍ଥାନ, ବେଙ୍ଗାଲୁରୁରୁ ଡା଼ଟା ସାଇନ୍ସ ଓ ମସିନ ଲର୍ଣ୍ଣୀରେ ମାଷ୍ଟର ଡିଗ୍ରୀ ମଧ୍ୟ ହାସଲ କରିଛନ୍ତି।

ମିଳିଥିବା ସୂଚନା ଅନୁଯାୟି ଭେଙ୍କଟ ଦତ୍ତାଙ୍କ ମୋଟ ସମ୍ପତ୍ତି ପ୍ରାୟ ୧୫୦ କୋଟି ଟଙ୍କା ହେବ ବୋଲି ଜଣାପଡିଛି। ଅନ୍ୟାପଟେ ପିଭି ସିନ୍ଧୁଙ୍କ ମୋଟ ସମ୍ପତ୍ତିର ପରିମାଣ ୫୯ କୋଟି ରହିଛି। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.