ପ୍ରମୂଖ ଖବର
  • ଚନ୍ଦନେଶ୍ଵର: କଟକଣା ନମାନିବା ପଡ଼ିଲା ମହଙ୍ଗା, ୨ବୋଟ ସହ ମାଲିକକୁ ଧରିଲା ପୁଲିସ
  • ||
  • ମାଲକାନିରି: ପୁଣି ୧୭ ମାଓବାଦୀଙ୍କ ଆତ୍ମସମର୍ପଣ, ୫୦ ହଜାର ଚେକ୍ ପ୍ରଦାନ କଲେ ଏସ୍‌ପି
  • ||
  • ପାକିସ୍ତାନରେ ଭୂକମ୍ପ ଝଟକା , ରେକ୍ଟର ସ୍କେଲରେ ୪.୨ ତୀବ୍ରତା ରେକର୍ଡ
  • ||
  • ବହୁର୍ଚ୍ଚିତ ନବ ଦାସ ହତ୍ୟା ଘଟଣା, ଗାନ୍ଧି ଛକ ଫଣ୍ଡିରେ କ୍ରାଇମ୍‌ବ୍ରାଞ୍ଚ ଖୋଳତାଡ଼
  • ||
  • ୩ ବର୍ଷ ପରେ ଅଙ୍କିତାଙ୍କୁ ମିଳିଲା ନ୍ୟାୟ; ୩ ଅଭିଯୁକ୍ତ ଦୋଷୀ ସାବ୍ୟସ୍ତ
  • ||
  • 'ପାକିସ୍ତାନ କାଶ୍ମୀରକୁ ଭୁଲିବନି କି ଛାଡ଼ିବନି '; ପାକ୍‌ ସେନାମୁଖ୍ୟ ଆସିମ୍‌ ମୁନୀରଙ୍କ ମୁହଁଫୁଟାଣି
  • ||
  • ସୁନ୍ଦରଗଡ଼ : ପ୍ଲାଣ୍ଟରେ ଶ୍ରମିକଙ୍କ ଉପରେ ମାଡ଼ିଗଲା ଆଇରନ୍‌ ବୋଝେଇ ଟ୍ରକ୍, କ୍ଷତିପୂରଣ ଦାବିରେ ଉତ୍ତେଜନା
  • ||
  • ରାୟଗଡ଼ା :ଯୁବ ବ୍ୟବସାୟୀଙ୍କ ଘରୁ ଚୋରି, ଲକ୍ଷାଧିକ ଟଙ୍କା ସହ ଅଳଙ୍କାର ଲୁଟି ନେଲେ ଦୁର୍ବୃତ୍ତ
  • ||
  • ସିକ୍କିମ ଦୁର୍ଘଟଣାରେ ବିଜେପି ନେତ୍ରୀ ଇତିଶ୍ରୀ ଜେନାଙ୍କ ପରିବାର ନିଖୋଜ
  • ||
  • ସମ୍ୱଲପୁର : ବସ୍‌କୁ ପଛରୁ ପିଟିଲା କୋଇଲା ବୋଝେଇ ଟ୍ରକ୍‌, ୨୦ ଆହତ
  • ||
  • ସିକ୍କିମରେ ଟୁରିଷ୍ଟ ଗାଡି ଦୁର୍ଘଟଣାରେ ଦୁଃଖ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ, ଯାତ୍ରୀଙ୍କ ସୁରକ୍ଷା ଓ ଚିକିତ୍ସା ପରିଚାଳନା ପାଇଁ ଓଡ଼ିଶାରୁ ଯିବ ଟିମ୍
  • ||
  • ନୟାଗଡ଼ : ବାଣୁଆ ଗୁଳିରେ ଆମ୍ୱ ଗୋଟାଳି ମୃତ, ଶିକାରୀକୁ ଅଟକ ରଖିଲେ ଗ୍ରାମବାସୀ
  • ||
  • ଶୁକ୍ରବାର ବିଏମ୍‌ସି ବୈଠକ: ଉଠିବ ବିଧାୟକଙ୍କ ପାଇଁ ଏସ୍‌ଓପି ଦାବି, ବିଜେଡି କର୍ପୋରେଟର ହୋ ହଲ୍ଲା କରିବେ
  • ||
  • ବଲାଙ୍ଗୀର : ବଜ୍ରାଘାତରେ ଯୁବକଙ୍କ ମୃତ୍ୟୁ
  • ||
  • IPL 2025: ଆଜି ମୁମ୍ବାଇ-ଗୁଜରାଟ ଏଲିମିନେଟର ଲଢ଼େଇ, ପରାଜିତ ଦଳ ହେବ ବିଦା
  • ||
  • ‘ଅପରେସନ ସିଲ୍ଡ’, ଆଜି ପାକିସ୍ତାନ ସୀମାରେ ଦ୍ୱିତୀୟ ନାଗରିକ ସୁରକ୍ଷା ମକ୍‌ଡ୍ରିଲ
  • ||
  • ଅନୁଗୁଳ : ଭିଜିଲାନ୍ସ ପଞ୍ଝାରେ RD ବିଭାଗର ମୁଖ୍ୟଯନ୍ତ୍ରୀ, ଏକକାଳୀନ ୪ଟି ସ୍ଥାନରେ ଚଢାଉ
  • ||
  • ପୂର୍ବତନ ବିଧାୟକ ପ୍ରସନ୍ନ ପଟ୍ଟନାୟକଙ୍କର ଦେହାନ୍ତ, ରାଜ୍ୟର ପ୍ରଥମ ବିଜେପି MLA ଥିଲେ
  • ||
  • ଗଭୀର ଅବପାତ ପଳେଇଲା, ବଡ଼ ବର୍ଷା ହେଲାନି: ଆଜିଠୁ କମିବ ବର୍ଷା, ଜୁନ୍ ୧ରୁ ୩ ଯାଏ ବଢ଼ିବ ତାପମାତ୍ରା
  • ||
  • ପାଣି ଟାଙ୍କିରେ ପଡ଼ି ନାବାଳିକା ମୃତ୍ୟୁ ଘଟଣା: ରାତି ଅଧରେ ହେଲା ଶବ ବ୍ୟବଚ୍ଛେଦ
  • ||

କଳାହାଣ୍ଡିରେ ରବି ଧାନ ମଣ୍ଡି ଶୁଭାରମ୍ଭ 

Published By : Prameya | May 20, 2025 1:30 PM

ଭବାନୀପାଟଣା/ଗୋଲାମୁଣ୍ଡା/ଜୁନାଗଡ,୨୦।୫: କଳାହାଣ୍ଡି ଜିଲ୍ଲାରେ ରବିଋତୁ ଧାନ କିଣା ଆରମ୍ଭ । ଆଜି ଗୋଲାମୁଣ୍ଡା ବ୍ଲକ୍ ଫରଙ୍ଗ, ଜୁନାଗଡ଼ ବ୍ଲକ୍ ଦାସୀ ଗାଁ ଓ ଭବାନୀପାଟଣା ବ୍ଲକ୍ କର୍ଲାପଡ଼ା ଠାରେ ଜିଲ୍ଲା ପ୍ରଶାସନ ପକ୍ଷରୁ ପୂର୍ବ ନିର୍ଦ୍ଧାରିତ ଅନୁଯାୟୀ, ରବି ଋତୁ ମଣ୍ଡି ଆରମ୍ଭ ହୋଇଛି । ଧର୍ମଗଡ଼ ଉପଜିଲ୍ଲାପାଳ ଧିମନ୍ ଚକମା ଓ ଭବାନୀପାଟଣା ଉପଜିଲ୍ଲାପାଳ ପ୍ରଭାତ ପରିଡ଼ା ମଣ୍ଡିଗୁଡ଼ିକର ଉଦଘାଟନ କରିଛନ୍ତି । ମଣ୍ଡିରେ କିପରି ଶୃଙ୍ଖଳା ସହିତ ଧାନ କିଣା ଯିବ ଏବଂ ଚାଷୀମାନେ ଯେପରି ହଇରାଣ ନ ହେବେ ସେ ବାବଦରେ ବିଭାଗୀୟ ଅଧିକାରୀମାନଙ୍କୁ ପରାମର୍ଶ ଦିଆଯାଇଛି । 

ତେବେ ଚଳିତ ଜିଲ୍ଲାର ୧୪୫ଟି ଧାନ ମଣ୍ଡିରେ ରବି ଧାନ ସଂଗ୍ରହ କରାଯିବ । ଧାନ ବିକ୍ରୟ ପାଇଁ ୪୮,୮୧୮ ଜଣ ଚାଷୀ ଅନଲାଇନ ମାଧ୍ୟମରେ ନିଜ ନାମ ପଞ୍ଜୀକରଣ କରିଛନ୍ତି । ୬୪ଟି ପାକ୍ସ ଓ ୨୫ଟି ସ୍ୱୟଂ ସହାୟକ ଗୋଷ୍ଠୀ ଧାନ ସଂଗ୍ରହ କରିବେ । ଜିଲ୍ଲାର ୮୮ଜଣ ମିଲର୍ସ ଟ୍ୟାଗ ହୋଇଥିବା ନେଇ ଜିଲ୍ଲାପାଳ ପାୱାର ସଚିନ୍ ପ୍ରକାଶ ସୂଚନା ଦେଇଛନ୍ତି। ଚଳିତ ରବି ଋତୁରେ ଏମଏସପି ସାଧାରଣ ଏଫଏକ୍ୟୁ ଧାନ କ୍ଵିଣ୍ଟାଲ ପିଛା ୨,୩୦୦ଟଙ୍କା ଏବଂ ଗ୍ରେଡ୍-ଏ ଏଫଏକ୍ୟୁ ଧାନ କ୍ଵିଣ୍ଟାଲ ପିଛା ୨,୩୨୦ ଟଙ୍କା ସହିତ ରାଜ୍ୟସରକାରଙ୍କ ବୋନସ୍ ୮୦୦ ଟଙ୍କା ମିଳିବ । ତେବେ ସର୍ବମୋଟ କ୍ଵିଣ୍ଟାଲ ପିଛା ଚାଷୀ ୩,୧୦୦ରୁ  ୩,୧୨୦ ଟଙ୍କା ପାଇବେ ବୋଲି ସୂଚନା ଦିଆଯାଇଛି । 

ସେହିପରି ୮୮ ମିଲର୍ସଙ୍କ ମଧ୍ୟରୁ ଉଷୁନା ଚାଉଳ ପାଇଁ ୭୦ ଥିବାବେଳେ ଅରୁଆ ଚାଉଳ ପାଇଁ ୧୮ଟି ରହିଛି । ମିଲର୍ସ ଚାଷୀଙ୍କୁ ଆବଶ୍ୟକ ଗନିବ୍ୟାଗ ଯୋଗାଇ ଦେବେ । ଗ୍ରୀଷ୍ମ ପ୍ରବାହ ଲାଗି ରହିଥିବାରୁ ଚାଷୀଙ୍କ ସୁରକ୍ଷା ଦୃଷ୍ଟିରୁ ସମସ୍ତ ମଣ୍ଡିରେ ଆବଶ୍ୟକ ପାନୀୟ ଜଳ, ଓଆରଏସ ପ୍ୟାକେଟ, ଜରୁରୀକାଳୀନ ସେବାର ବ୍ୟବସ୍ଥା କରିବାକୁ ସମ୍ପୃକ୍ତ ବିଭାଗୀୟ ଅଧିକାରୀମାନକୁ ଜିଲ୍ଲାପାଳ ନିର୍ଦେଶ ଦେଇଛନ୍ତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.