ନୂଆଦିଲ୍ଲୀ,୩୧/୫ : ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ରାବଡ଼ୀ ଦେବୀଙ୍କୁ ତାଙ୍କର ୨୧ବର୍ଷର ପୁରୁଣା କୋଠାକୁ ଖାଲି କରିବାକୁ ନୋଟିସ ଦିଆଯାଇଛି । ରାବଡ଼ୀ ଦେବୀଙ୍କ୧୦ନମ୍ବର ସରକାରୀ ବଙ୍ଗଳା ଏବେ ଖାଲି କରିବାକୁ ହେବ । ଏଥିଲାଗି ତାଙ୍କୁ ୩୯ ହାର୍ଡିଙ୍ଗ ରୋଡ଼ ସ୍ଥିତ ବଙ୍ଗଳା ଦିଆଯାଇଛି । ଯାହାକି ୧୦ନମ୍ବର ବଙ୍ଗଳା ଏବେ ସରକାର ବିହାର ସରକାରର ମନ୍ତ୍ରୀ ନନ୍ଦିକିଶୋର ରାମଙ୍କୁ ଆବଣ୍ଟିତ କରିଛନ୍ତି । ଏହାକୁ ନେଇ ବିହାରରେ ରାଜନୈତିକ ବୟାନବାଜି ଜୋରଦାର ଜାରି ରହିଛି । ଗୋଟିଏ ପଟେ ରାବଡ଼ୀ ଦେବୀ କହିଛନ୍ତି କି ସରକାର ପୁଲିସ ପଠାଇ ଏହି ବଙ୍ଗଳାକୁ ଖାଲି କରିଛନ୍ତି, କିନ୍ତୁ ଏହି ବଙ୍ଗଳା ଖାଲି କରିବି ନାହିଁ।

ଏହାର କିଛି ଘଣ୍ଟା ପରେ ପାଟନା ସଚିବାଳୟ ପୋଲିସ ରାବଡ଼ୀ ଦେବୀଙ୍କ ବାସଭବନରେ ପହଞ୍ଚିଥିଲା। ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଆଗାମୀ ୧୫ଦିନ ମଧ୍ୟରେ ବଙ୍ଗଳା ଖାଲି କରିବାକୁ ଅନୁରୋଧ କରାଗଲା । ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ରାବଡ଼ୀ ଦେବୀଙ୍କୁ ବିରୋଧୀ ଦଳ ନେତା ଭାବରେ ଆବଣ୍ଟିତ ହୋଇଥିବା ବଙ୍ଗଳା ହେଉଛି ୩୯ ହାର୍ଡିଙ୍ଗ ରୋଡ୍। ଏହି ବଙ୍ଗଳା ଆରମ୍ଭ ହେବା ଦିନରୁ ଦୁର୍ଭାଗ୍ୟଜନକ ବୋଲି ବିବେଚନା କରାଯାଉଛି, ଏବଂ ଏହା ହିଁ ଏକ କାରଣ ଯାହାଦ୍ୱାରା ରାବଡ଼ୀ ଦେବୀ ଏଠାକୁ ଯିବାକୁ ଅନିଚ୍ଛୁକ।

ପୂର୍ବତନ ମନ୍ତ୍ରୀ ଭୁପେନ୍ଦ୍ର ପ୍ରସାଦ ବର୍ମା - ଆରଜେଡି

ପୂର୍ବତନ ମନ୍ତ୍ରୀ ମଦନ ମୋହନ ଝା - କଂଗ୍ରେସ

ପୂର୍ବତନ ମନ୍ତ୍ରୀ ଶମିମ ଅହମ୍ମଦ - ଆରଜେଡି

ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ଚନ୍ଦ୍ର ମୋହନ ରାୟ - ବିଜେପି

ପୂର୍ବତନ ମନ୍ତ୍ରୀ ବିନୋଦ ନାରାୟଣ ଝା - ବିଜେପି

ପୂର୍ବତନ ମନ୍ତ୍ରୀ ରାମସୁରତ ରାୟ - ବିଜେପି

ଉପରେ ଯେଉଁ ନେତାମାନଙ୍କ ନାମ ପଢ଼ୁଛନ୍ତି ସେମାନେ ସମସ୍ତେ ପୂର୍ବରୁ ୩୯ ହାର୍ଡିଙ୍ଗ ରୋଡରେ ଅବସ୍ଥିତ ଏହି ବାସଭବନରେ ରହୁଥିଲେ ଏବଂ ତା’ପରେ ସେମାନଙ୍କର ରାଜନୈତିକ କ୍ୟାରିଅର ତଳକୁ ଖସିଗଲା। ବଙ୍ଗଳାକୁ ଯିବା ପରେ, ଏହି ନେତାମାନେ ଆଉ କେବେ ମନ୍ତ୍ରୀ ହୋଇପାରିନଥିଲେ। ଏହି ବଙ୍ଗଳା ଭିତରେ ଏକ ସମାଧି ମଧ୍ୟ ଅଛି ଯାହା ବହୁତ ପୁରୁଣା । ଅନ୍ୟପକ୍ଷରେ, ଏହି ବଙ୍ଗଳାର ଅନ୍ୟ ପାର୍ଶ୍ୱରେ ହଜ୍ ଭବନ ଅଛି ଏବଂ ଏହି ବଙ୍ଗଳା ପଛରେ ଏକ ମସଜିଦ ମଧ୍ୟ ଅଛି । ସେଠାରେ ରହୁଥିବା ସ୍ଥାନୀୟ ଲୋକମାନେ ବିଶ୍ୱାସ କରନ୍ତି ଯେ ଏହି ବଙ୍ଗଳା ଶୁଭ ନୁହେଁ।