ପ୍ରମୂଖ ଖବର
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ମାମଲାରେ ଆକ୍ସନ୍‌, ୫ ଜଣଙ୍କୁ ନିଲମ୍ବନ କଲା ରାଜ୍ୟ ବିଜେପି
  • ||
  • ଜୁଲାଇ ୧୪​‌ରେ ଓଡ଼ିଶା ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଏମ୍‌ସ ସମାବର୍ତ୍ତନ ଉତ୍ସବରେ ଦେବେ ଯୋଗ
  • ||
  • କେମିକାଲ ଫ୍ୟାକ୍ଟ୍ରିରେ ବିସ୍ଫୋରଣ ଘଟଣା: ମୃତ୍ୟୁ ସଂଖ୍ୟା ୩୮କୁ ବୃଦ୍ଧି, ଆହୁରି ବଢ଼ିପାରେ
  • ||
  • ତେଲେଙ୍ଗାନା ରାସାୟନିକ ଫ୍ୟାକ୍ଟ୍ରିରେ ବିସ୍ଫୋରଣ; ୩୫କୁ ବଢିଲା ମୃତ୍ୟୁସଂଖ୍ୟା
  • ||
  • ବୁଧବାରଠୁ ଇଂଲଣ୍ଡ- ଭାରତ ଦ୍ୱିତୀୟ ଟେଷ୍ଟ: ଆର୍ଚରଙ୍କୁ ମିଳିଲାନି ସ୍ଥାନ, ଅପରିବର୍ତ୍ତିତ ବେନ୍‌ ସେନା
  • ||
  • ପୁରୀ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଅପରାହ୍ନରେ ସେବାୟତଙ୍କ ସହ ଆଲୋଚନା
  • ||
  • ମଙ୍ଗଳବାର ହେରାପଞ୍ଚମୀ: ନନ୍ଦିଘୋଷ ଭାଙ୍ଗିବେ ମାଆ ଲକ୍ଷ୍ମୀ ସାଆନ୍ତାଣୀ, ରାତି ସାଢ଼େ ୯ଟାରେ ଶରଧାବାଲିକୁ ବିଜେ କରିବେ
  • ||
  • ଆସନ୍ତା ୫ ଦିନ ଯାଏ ବର୍ଷା ସମ୍ଭାବନା, ଉତ୍ତର-ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷିବ: ୧୨ ଜିଲ୍ଲାରେ ଅଧିକ, ୧୫ରେ ସ୍ୱାଭାବିକ
  • ||
  • ପାରାଦୀପ: ତେଲ ଟ୍ୟାଙ୍କର -କାର୍ ମୁହାଁମୁହିଁ ଧକ୍କା, ଘଟଣାସ୍ଥଳରେ କାର୍ ଡ୍ରାଇଭରଙ୍କ ମୃତ୍ୟୁ
  • ||
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା , ସମୂହ ଛୁଟି ନିଷ୍ପତ୍ତିରୁ ଓହରିଲା ଓଏଏସ ସଂଘ
  • ||

ମିସ୍‌ ଗ୍ରାଣ୍ଡ ଇଣ୍ଟରନ୍ୟାସନାଲ ମୁକୁଟ ପିନ୍ଧିଲେ ରାଚେଲ ଗୁପ୍ତା, ଟାଇଟଲ ଜିତିବାରେ ପ୍ରଥମ ଭାରତୀୟ

Published By : Krishna Priya | October 27, 2024 10:39 AM

ନୂଆଦିଲ୍ଲୀ ୨୭/୧୦: ଭାରତ ଲାଗି ଇତିହାସ ରଚିଛନ୍ତି ପଞ୍ଜାବ ଜଳନ୍ଧରର ରାଚେଲ ଗୁପ୍ତା । ଶୁକ୍ରବାର ଥାଇଲାଣ୍ଡର ବ୍ୟାଙ୍କକ୍‌ରେ ଆୟୋଜିତ ମିସ୍‌ ଗ୍ରାଣ୍ଡ ଇଣ୍ଟରନ୍ୟାସନାଲ୍‌ (ଏମ୍‌ଜିଆଇ)- ୨୦୨୪ ପ୍ରତିଯୋଗିତାର ଟାଇଟଲ ଜିତି ଭାରତକୁ ଗୌରବାନ୍ୱିତ କରିଛନ୍ତି ସେ । ଏମ୍‌ଜିଆଇ ହଲ୍‌ରେ ଫିନାଲେ ସମୟରେ ପେରୁର ଲୁସିୟାନା ଫଷ୍ଟର ତାଙ୍କୁ ମୁକୁଟ ପିନ୍ଧାଇଥିଲେ । ସବୁଠୁ ବଡ଼ କଥା ହେଲା ଏହି ଟାଇଟଲ ଜିତିବାରେ ସେ ପ୍ରଥମ ଭାରତୀୟ । 

ଏହି କାର୍ଯ୍ୟକ୍ରମରେ ଫିଲିପିନ୍ସର କ୍ରିଷ୍ଟିନ୍‌ ଜୁଲିଆନ୍‌ ଓପିଆଜା ଫାର୍ଷ୍ଟ ରନର-ଅପ୍‌ ରହିଥିଲେ । ମ୍ୟାମାଁରର ଥାଇ ସୁନ୍ୱେଇମ୍‌, ଫ୍ରାନ୍ସର ସାଫିଟୋ କବେଙ୍ଗେଲେ ଓ ବ୍ରାଜିଲର ତଲିତା ହାର୍ଟମ୍ୟାନ୍‌ ଶୀର୍ଷ ୫ ପ୍ରତିଯୋଗୀଙ୍କ ମଧ୍ୟରେ ସାମିଲ ଥିଲେ । ଜଳନ୍ଧରରେ ବଢ଼ିଥିବା ରାଚେଲଙ୍କ ଉଚ୍ଚତା ପ୍ରାୟ ୫ ଫୁଟ ୧୦ ଇଞ୍ଚ । ବୟସ ୨୦ ବର୍ଷ । ମଡେଲିଂ ଓ ଅଭିନୟ କ୍ଷେତ୍ରରେ କ୍ୟାରିୟର କରୁଛନ୍ତି ସେ । ହିନ୍ଦୀ, ଇଂରାଜୀ ଓ ପଞ୍ଜାବୀ ଭାଷାରେ ତାଙ୍କର ଦକ୍ଷତା ରହିଛି । ପ୍ରତିଯୋଗିତାରେ ରାଚେଲ ୪ଟି ବିଶେଷ ପୁରସ୍କାର ମଧ୍ୟ ଜିତିଛନ୍ତି । ତାହା ହେଲା ମିସ୍‌ ଟପ୍‌ ମଡେଲ, ମିସ୍‌ ବ୍ୟୁଟି ୱିଥ୍‌ ଏ ପରପଜ୍‌, ବେଷ୍ଟ ଇନ୍‌ ର‌୍ୟାମ୍ପୱାକ୍‌ ଓ ବେଷ୍ଟ ନ୍ୟାସନାଲ କଷ୍ଟ୍ୟୁମ ।

ଟାଇଟଲ ଜିତିବା ପରେ ରାଚେଲ ଖୁସିରେ ଆତ୍ମହରା ହେବା ସହିତ କହିଛନ୍ତି, ଅତ୍ୟଧିକ ଜନସଂଖ୍ୟା ଓ ସୀମିତ ସଂଶାଧନ କାରଣରୁ ଆଜି ଗରିବୀ ହେଉଛି ସବୁଠୁ ଗୁରୁତ୍ୱପୂର୍ଣ୍ଣ ସମସ୍ୟା । ବିଶ୍ୱ ନେତାମାନଙ୍କୁ ବୈଶ୍ୱିକ ସ୍ତରରେ ଜନ୍ମ ନିୟନ୍ତ୍ରଣ ଉପାୟକୁ ପ୍ରୋତ୍ସାହିତ କରି ସମସ୍ତଙ୍କ ଲାଗି ପର୍ଯ୍ୟାପ୍ତ ସଂଶାଧନକୁ ସୁନିଶ୍ଚିତ କରିବାର ଦାୟିତ୍ୱ ନେବାର ଆବଶ୍ୟକତା ରହିଛି । ମୁଁ ଭାରତ ଭଳି ଦେଶରୁ ଆସିଛି ଯେଉଁଠାରେ ସମସ୍ତଙ୍କ ନିକଟରେ ଖାଦ୍ୟ, ପାଣି, ଶିକ୍ଷା ଓ ମୌଳିକ ସୁବିଧା ନାହିଁ । ଏବଂ ଏହା ବିଶ୍ୱର ଅନେକ ଅଞ୍ଚଳ ଲାଗି ଏକ ସତ୍ୟ କଥା । ବର୍ତ୍ତମାନ ସମୟ ଆସିଛି ଆମେ ପରସ୍ପର ସହିତ ଲଢ଼ିବା ବନ୍ଦ କରି ପରସ୍ପରକୁ ସମ୍ମାନ ଦେବା ଆରମ୍ଭ କରିବା । ଏହି ଗ୍ରହରେ ସମସ୍ତଙ୍କ ଲାଗି ପର୍ଯ୍ୟାପ୍ତ ସଂଶାଧନକୁ ସୁନିଶ୍ଚିତ କରିବା ।

ମିସ୍‌ ଗ୍ରାଣ୍ଡ ଇଣ୍ଟରନ୍ୟାସନାଲ ପ୍ରତିଯୋଗିତା ବିଶ୍ୱର ଅଗ୍ରଣୀ ସୌନ୍ଦର୍ଯ୍ୟ ପ୍ରତିଯୋଗିତା ମଧ୍ୟରୁ ଅନ୍ୟତମ । ସାରା ବିଶ୍ୱରେ ଏହାର ୫ ନିୟୁତରୁ ଅଧିକ ଫଲୋଅର୍ସ ଅଛନ୍ତି । ୨୦୨୨ରେ ମିସ୍‌ ସୁପର ଟ୍ୟାଲେଣ୍ଟ ଅଫ୍‌ ଦ ୱର୍ଲଡ ହୋଇଥିବା ରାଚେଲ୍‌ ଚଳିତବର୍ଷ ଅଗଷ୍ଟ ମାସରେ ଜୟପୁରରେ ଆୟୋଜିତ ଜାତୀୟ ସ୍ତରର ପ୍ରତିଯୋଗିତାରେ ମିସ୍‌ ଗ୍ରାଣ୍ଡ ଇଣ୍ଡିଆ ଟାଇଟାଲ ଜିତିବା ପରେ ଅନ୍ତର୍ଜାତୀୟ ମଞ୍ଚରେ ନିଜ ପାଇଁ ସ୍ଥାନ ସୃଷ୍ଟି କରିଥିଲେ । ପରବର୍ତ୍ତୀ ସମୟରେ ୭୦ରୁ ଅଧିକ ଦେଶର ପ୍ରତିଯୋଗୀଙ୍କ ସହିତ ପ୍ରତିଯୋଗିତାରେ ସେ ଉଲ୍ଲେଖନୀୟ ପ୍ରଦର୍ଶନ କରିଥିଲେ । ଆରମ୍ଭରୁ ଶେଷ ଯାଏ ସେ ଟାଇଟଲର ଶୀର୍ଷ ଦାବିଦାରଙ୍କ ମଧ୍ୟରେ ସାମିଲ ରହିଥିଲେ । ବର୍ତ୍ତମାନ ଟାଇଟଲ ଜିତିବା ପରେ ରାଚେଲ ଏମ୍‌ଜିଆଇ ଲାଗି ବୈଶ୍ୱିକ ରାଷ୍ଟ୍ରଦୂତ ଭାବେ କାମ କରିବେ । ବିଶ୍ୱରେ ଶାନ୍ତି ଓ ସ୍ଥିରତାକୁ ସେ ପ୍ରୋତ୍ସାହିତ କରିବେ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.