ପ୍ରମୂଖ ଖବର
  • ରାୟଗଡ଼ା : ଲାଞ୍ଚ ନେବା ବେଳ ଭିଜିଲାନ୍ସ ହାତରେ ଧରାପଡିଲେ ସିଡିପିଓ, କିରାଣୀ
  • ||
  • ବାଲେଶ୍ୱର : ସାପ କାମୁଡ଼ାରେ ଅଷ୍ଟମ ଶ୍ରେଣୀ ଛାତ୍ରୀ ମୃତ
  • ||
  • ଖୋର୍ଦ୍ଧା : ବାଇକ୍‌ ପଛରେ ପିଟିହେଲା ମାଲବାହୀ ଟ୍ରକ୍‌; ମହିଳା ମୃତ, ଜଣେ ଆହତ
  • ||
  • ରଥ ଖଳା ହାଲ୍‌ଚାଲ୍... ରଥତ୍ରୟରେ ଲାଗିଲା ୧୨ ଦୁଆରଘଡ଼ା, କଳସ ଉଠି ଓଲଟ ଶୁଆ ସ୍ଥାପନ
  • ||
  • ୩ ବିଧାୟକଙ୍କୁ ବହିଷ୍କାର କଲା ସମାଜବାଦୀ ପାର୍ଟି, ଦଳ ବିରୋଧୀ କାର୍ଯ୍ୟ ପାଇଁ ଆକ୍ସନ
  • ||
  • ସୁନ୍ଦରଗଡ଼ : ବାଇକ୍‌କୁ ପଛରୁ ପିଟିଲା ଟ୍ରକ୍‌; ୨ ମୃତ, ଜଣେ ଗୁରୁତର
  • ||
  • ଅନବସର ତ୍ରୟୋଦଶୀ ତିଥି, ମହାପ୍ରଭୁଙ୍କୁ ଘଣା ଓ ଖଳି ପ୍ରସାଦ ଲାଗି ହେବ
  • ||
  • ସିରିଆର ଏକ ଚର୍ଚ୍ଚରେ ଆତ୍ମଘାତୀ ବିସ୍ଫୋରଣ, ୨୦ ମୃତ
  • ||
  • ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଯୁବ ଶକ୍ତି ସମାବେଶରେ ଦେବେ ଯୋଗ
  • ||
  • ୨୫ରେ ଆଉ ଏକ ଘୂର୍ଣ୍ଣିବଳୟ, ୨୭ଯାଏ ବର୍ଷା ସମ୍ଭାବନା: ଆଜି ୨୪ ଜିଲ୍ଲାକୁ ୟେଲୋ ଆଲର୍ଟ
  • ||

ଦିନକ ପରେ ରାହୁ-କେତୁଙ୍କ ମହାଚଳନ; ଜାଣନ୍ତୁ ସମସ୍ତ ରାଶି ଉପରେ ପଡିବ କି ପ୍ରଭାବ..

Published By : Harapriya Sethi | May 16, 2025 9:21 AM

ଜ୍ୟୋତିଷ ଗଣନାନୁସାରେ ରାହୁ-କେତୁ ଦେଢ ବର୍ଷକୁ ଥରେ ରାଶି ପରିବର୍ତ୍ତନ କରି ଥାନ୍ତି । ଏବେ ରାହୁ ମୀନ ରାଶିରେ ଓ କେତୁ କନ୍ୟା ରାଶିରେ ବିରାଜମାନ ରହିଛନ୍ତି । ମାତ୍ର  ମେ୧୮ ତାରିଖରେ ରାହୁ କୁମ୍ଭ ରାଶି ଓ କେତୁ ସିଂହ ରାଶିରେ ଚଳନ କରିବେ । ରାହୁ-କେତୁଙ୍କୁ ମାୟାବୀ ଓ ଛାୟା ଗ୍ରହ ବୋଲି କୁହାଯାଏ । ଏହାର ପ୍ରଭାବ ସମସ୍ତ ରାଶି ବ୍ୟକ୍ତି ବିଶେଷଙ୍କ ଉପରେ ପଡିଥାଏ । ଜାଣନ୍ତୁ ରାହୁ-କେତୁଙ୍କ ଚଳନରେ ୧୨ ରାଶି ଉପରେ ପଡିବ କି ପ୍ରଭାବ ..

ମେଷ – ସତର୍କ ରହି ସମସ୍ତ କାର୍ଯ୍ୟ କରନ୍ତୁ । ଅନେକ ସମସ୍ୟା ଆସିଲେ ମଧ୍ୟ ଧିରେ ଧିରେ ଦୂର ହେବା ସହ କାର୍ଯ୍ୟରେ ସଫଳତା ମିଳିବ । ପରିଶ୍ରମ କରି ସଫଳତା ହାସଲ କରିବେ ।

ବୃଷ- ନୂଆ ବ୍ୟବସାୟ ଆରମ୍ଭ କରିବାର ଯୋଗ ରହିଛି । ଦୀର୍ଘ ଦିନରୁୁ ଅଟକି ଥିବା କାମ ପୂରଣ ହେବ । ଭାବି ଚିନ୍ତି ନିଷ୍ପତ୍ତି ନିଅନ୍ତୁ । ପଦ-ପ୍ରତିଷ୍ଠା ହାସଲ କରିବେ ।

ମିଥୁନ- ବିଦେଶ ଯାତ୍ରାର ଯୋଗ ରହିଛି । ଧୈର୍ଯ୍ୟର ସହ କାମ କରି ସଫଳତା ପାଇବେ । ନୂଆ ସୁଯୋଗ ମିଳିବ । ନୂଆ କାମ ଆରମ୍ଭ କରିବେ ।

କର୍କଟ- ଟଙ୍କା ନିବେଶ କରିବେ । ମାତ୍ର ଧୈର୍ଯ୍ୟର ସହ କାର୍ଯ୍ୟ କରିବାକୁ ପଡିବ । ଆୟରେ ହଠାତ୍‌ ବୃଦ୍ଧି ହେବ । ଭାବି ଚିନ୍ତି ନିଷ୍ପତ୍ତି ନିଅନ୍ତୁ ।

ସିଂହ- ସମ୍ପର୍କରେ ସ୍ପଷ୍ଟତା ରଖନ୍ତୁ । ପରିଶ୍ରମ କରି ସଫଳତା ପାଇବେ । ଦୀର୍ଘ ଦିନରୁ ଅଟକି ଥିବା କାମ ପୂରଣ ହେବ । ପରିବାରରେ ସମସ୍ୟା ଆସିଲେ ମଧ୍ୟ ଦୂର ହେବ ।

କନ୍ୟା- ଜୀବନରେ ଉତ୍ଥାନପତନ ଦେଖା ଦେଇପାରେ । ସ୍ୱାସ୍ଥ୍ୟ ଓ କର୍ମକ୍ଷେତ୍ରରେ ଭାବି ଚିନ୍ତି ନିଷ୍ପତ୍ତି ନିଅନ୍ତୁ । ସମସ୍ତ କଥାରେ ପ୍ରତିକ୍ରିୟା ପ୍ରକାଶ କରନ୍ତୁ ନାହିଁ ।

ତୁଳା- ପ୍ରେମ ସମ୍ପର୍କରେ ସତର୍କତା ରଖନ୍ତୁ । ଯେକୌଣସି କାର୍ଯ୍ୟକୁ ଭାବି ଚିନ୍ତି କରନ୍ତୁ । ତରବରିଆ ଭାବେ ନିଷ୍ପତ୍ତି ନିଅନ୍ତୁ ନାହିଁ । ସତର୍କତା ଅବଲମ୍ବନ କରନ୍ତୁ ।

ବିଛା- ପରିବାରରେ ଅନେକ ଉତ୍ସବ ପାଳନ ହେବ । ପୁରୁଣା ସମସ୍ୟା ଦୂର ହେବ । ଦାୟିତ୍ୱ ବଢିବ । କାର୍ଯ୍ୟରେ ସଫଳତା ମିଳିବ ।

ଧନୁ- ଯାତ୍ରାର ଯୋଗ ରହିଛି । ଚିନ୍ତାଧାରା ସ୍ପଷ୍ଟ ରଖନ୍ତୁ । ଆର୍ଥିକ ସ୍ଥିତି ମଜଭୁତ ହେବ । ପରିବାରରେ ଥିବା ସମସ୍ୟା ଦୂର ହେବ ।

ମକର- ଖର୍ଚ୍ଚାନ୍ତ ହୋଇ ପାରନ୍ତି । ପରିବାର ସଦସ୍ୟଙ୍କ ସହଯୋଗ ମିଳିବ । ଜୀବନସାଥୀଙ୍କ ସହ ସୁଖମୟ ସମୟ ଅତିବାହିତ କରିବେ । ଅର୍ଥ ସମସ୍ୟା ଦୂର ହେବ ।

କୁମ୍ଭ- ଆତ୍ମବିଶ୍ୱାସ ବୃଦ୍ଧି ହେବ । ଭାବି ଚିନ୍ତି ନିଷ୍ପତ୍ତି ନେବେ । ପରିବାରରେ ହସଖୁସିର ବାତାବରଣ ରହିବ । ସହଯୋଗ ମିଳିବ ।

ମୀନ- ଆର୍ଥିକ ସମସ୍ୟା ଦୂର ହେବ । ଧ୍ୟାନ ଓ ଆତ୍ମବିଶ୍ୱାସ ବୃଦ୍ଧି ହେବ । ହଠାତ୍‌ ଧନ ମିଳିବା ସହ ଲାଗି ରହିଥିବା ସମସ୍ୟା ଦୂର ହେବ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.