ନୂଆଦିଲ୍ଳୀ,୨୦।୫:  କଂଗ୍ରେସ ସାଂସଦ ଓ ଲୋକସଭାର ବିରୋଧିୀ ଦଳ ନେତା ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କେନ୍ଦ୍ରଗୃହମନ୍ତ୍ରୀ ଅମିତ ଶାହଙ୍କୁ ନେଇ ଦେଇଛନ୍ତି ବିବାଦୀୟ ବୟାନ ।ସେ ପ୍ରଧାନମନ୍ତ୍ରୀ ମୋଦି ଓ ଦେଶର ଗୃହମନ୍ତ୍ରୀଙ୍କୁ ‘ବିଶ୍ବାସଘାତକ’ ବୋଲି କହିଚନ୍ତି। ରାୟବରେଲିର ଏକ ସଭାକୁ ସମ୍ବୋଧିତ କରି ରାହୁଲ କହିଛନ୍ତି ବୀରା ପାସି ଜୀ, ଆମ୍ବେଦକରଜୀ କହିଥିଲେ ଭାରତରେ ପ୍ରତ୍ୟେକ ନାଗରିକ ସମାନ। ସମସ୍ତଙ୍କୁ ସମାନ ଅଧିକାର ମିଳିବା ଦରକାର। ରାହୁଲଙ୍କ ଏହି ବୟାନ ଉପରେ ବିଜେପି ପାଲଟା ଆକ୍ରମଣ କରିଛି। ବିଜେପି କହିଛି, ରାହୁଲ ପାକିସ୍ତାନର ଭାଷା କହୁଛନ୍ତି। ତାଙ୍କର ଚିନ୍ତାଧାରା ‘ଅର୍ବାନ ନକ୍ସଲ’ ଭଳି ରହିଛି।

ରାହୁଲ କହିଛନ୍ତି, ଏହି ଦେଶ ସମସ୍ତଙ୍କର,କୌଣସି ଜାତି କିମ୍ବା ସଂଗଠନର ନୁହେଁ। ଏହି କଥା ଦେଶର ସମ୍ବିଧାନରରେ ଲେଖା ଅଛି। ସମ୍ବିଧାନରେ ଭାରତର ଲୋକଙ୍କର ଆବାଜ ରହିଛି। ସମ୍ବିଧାନର ରକ୍ଷା କରିବା ଆମ ସମସ୍ତଙ୍କର କର୍ତ୍ତବ୍ୟ। ବିଜେପି ଦେଶକୁ ବିକ୍ରି କରିବାର କାମ କରୁଛି। ଯେତେବେଳେ ବି ବିଜେପି-ଆରଏସଏସ ଲୋକ ଆପଣଙ୍କ ଆଗକୁ ଆସିବେ ଓ ନରେନ୍ଦ୍ର ମୋଦି-ଅମିତ ଶାହଙ୍କ କଥା କହିବେ ତେବେ ଆପଣ ତାଙ୍କୁ ଖୋଲିକ କୁହନ୍ତୁ ମୋଦି-ଶାହ ବିଶ୍ୱାସଘାତକ। ବିଜେପି ଆରଏସଏସ ବିଶ୍ୱାସଘାତକ, କାରଣ ଆପଣମାନେ ମିଶିକି ଦେଶକୁ ବିକ୍ରି କରିବାର କାମ କରିଛନ୍ତି। ବିଜେପି ଓ ଆରଏସଏସ ସମ୍ବିଧାନ ଉପରେ, ବୀରା ପାସି, ଗାନ୍ଧିଜୀ ଏବଂ ଆମ୍ବେଦରଜୀଙ୍କ ପ୍ରତି ଆକ୍ରମଶ କରିଛନ୍ତି।

ରାହୁଲ କହିଛନ୍ତି, ପ୍ରଧାନମନ୍ତ୍ରୀ ଜନତାଙ୍କୁ ସୁନା ନ କିଣିବାକୁ, ବିଦେଶ ଯାତ୍ରା ନ କରିବାକୁ ଏବଂ ଇଲେକ୍ଟ୍ରିକ୍ ଗାଡିରେ ଯାତ୍ରା କରିବାକୁ ଅନୁରୋଧ କରୁଛନ୍ତି। ଏସବୁ କହିବା ପରେ ତୁରନ୍ତ ନରେନ୍ଦ୍ର ମୋଦି ହଜାର ହଜାର କୋଟି ଟଙ୍କାର ଏକ ବିମାନରେ ବିଦେଶ ଚାଲିଯାଆନ୍ତି। ଜନତା ବି ଚୁପଚାପ୍ ଦେଖୁଛନ୍ତି। ଦେଶ ଏକ ଆର୍ଥିକ ଝଡ଼ର ସମ୍ମୁଖୀନ ହେଉଥିବା ବେଳେ ଦେଶବାସୀ ମହଙ୍ଗା ମାଡ଼ରେ ଅସ୍ତବ୍ୟସ୍ତ ହୋଇଛନ୍ତି। ବିଜେପି ରାହୁଲଙ୍କ ବୟାନର କଡ଼ା ଜବାବ ଦେଇଛି। ରାହୁଲଙ୍କ ଏହି ବୟାନ ଉପରେ ବିଜେପି କଡା ପ୍ରତିକ୍ରିୟା ପ୍ରକାଶ କରିଛି। ବିଜେପି କହିଛି ଯେ ରାହୁଲ ପ୍ରଧାନମନ୍ତ୍ରୀ କିମ୍ବା ଗୃହମନ୍ତ୍ରୀଙ୍କୁ ‘ଦେଶଦ୍ରୋହୀ’ କହି ନାହାଁନ୍ତି, ବରଂ ୧୪୦ କୋଟି ଦେଶବାସୀଙ୍କୁ କହିଛନ୍ତି। ରାହୁଲଙ୍କ ମାନସିକତା ନକ୍ସଲବାଦୀଙ୍କ ପରି। ତାଙ୍କର ଚିନ୍ତାଧାରା ଜଣେ ସହରୀ ନକ୍ସଲବାଦୀଙ୍କ ପରି। ରାହୁଲ ପାକିସ୍ତାନର ଭାଷା କୁହନ୍ତି।

ଆହୁରି ପଢନ୍ତୁ : PM Modi Trump Meeting: ଇରାନ ଯୁଦ୍ଧ ମଧ୍ୟରେ ମୋଦୀ-ଟ୍ରମ୍ପ ମହାମିଳନ ! ଜୁନ୍ ମାସରେ ଫ୍ରାନ୍ସରେ ହେବ ବଡ଼ ବୈଠକ