ପ୍ରମୂଖ ଖବର
  • ବାଟବାଟୀ ବ୍ୟାଟଲ ; ଟସ୍ ଜିତି ଇଂଲଣ୍ଡର ବ୍ୟାଟିଂ ନିଷ୍ପତ୍ତି, ବୋଲିଂ କରିବ ଭାରତ, ଫେରିଲେ କୋହଲି
  • ||
  • ଯାଜପୁର : ଶୋଇଥିବା ବେଳେ ଷ୍ଟୁଡିଓ ମାଲିକଙ୍କୁ ନିର୍ମମ ହତ୍ୟା, ପୋଲିସର ତଦନ୍ତ ଆରମ୍ଭ
  • ||
  • ଛତିଶଗଡ଼ ବିଜାପରୁରେ ଏନ୍‌କାଉଣ୍ଟ, ଯବାନଙ୍କ ଗୁଳିରେ ଟଳିଲେ ୧୨ ମାଓବାଦୀ
  • ||
  • ନକଲି ଗୁଟଖା ଫ୍ୟାକ୍ଟ୍ରିରେ ଦିଲ୍ଲୀ, ଆନ୍ଧ୍ର ଜିଏସ୍‌ଟି ଟିମ୍‌ର ଚଢ଼ାଉ, ବିଭିନ୍ନ ସାମଗ୍ରୀ ଜବତ
  • ||
  • ଜଗତସିଂହପୁର ପିଏନ୍‌ବି ବ୍ୟାଙ୍କରେ ଅଗ୍ନିକାଣ୍ଡ, ନିଆଁ ଆୟତ୍ତ କରିବାକୁ ଉଦ୍ୟମ ଜାରି
  • ||
  • ହେଲିକପ୍ଟର ଯୋଗେ କଟକ ଯିବେ ମୁଖ୍ୟମନ୍ତ୍ରୀ, ବାରବାଟୀରେ ଭାରତ- ଇଂଲଣ୍ଡ ଲଢ଼େଇ ଦେଖିବେ
  • ||
  • ବାରବାଟୀ ଲଢ଼େଇ: ସୁପର ସନ୍‌ଡେ'ରେ ଭାରତ-ଇଂଲଣ୍ଡ ଦ୍ୱିତୀୟ ଦିନିକିଆ, ଟିମ୍‌କୁ ଫେରିବେ କୋହଲି, ରିଷଭ
  • ||
  • ରବିବାରଠୁ ଉପରମୁହାଁ ହେବ ପାରଦ,୨ରୁ ୪ ଡିଗ୍ରୀ ବଢ଼ିବ ରାତି ତାପମାତ୍ରା
  • ||

ମହାକୁମ୍ଭରେ ଦଳାଚକଟା ଘଟଣାକୁ ନେଇ ବର୍ଷିଲେ ବିରୋଧୀ; ଏମିତି କହିଲେ ରାହୁଲ

Published By : Ankita S | January 29, 2025 11:58 AM

ନୂଆଦିଲ୍ଲୀ,୨୯ /୦୧: ପ୍ରୟାଗରାଜ ମହାକୁମ୍ଭ ମେଳାରେ ବଡ ଅଘଟଣ ଘଟି ଯାଇଛି । ମୌନୀ ଅମାବାସ୍ୟାରେ ଅମୃତ ସ୍ନାନ ପାଇଁ ଭିଡ ଜମାଇଥିଲେ ଶ୍ରଦ୍ଧାଳୁ । ଏହି ସମୟରେ ଦଳଚକଟା ଘଟି ୨୦ ଜଣଙ୍କର ମୃତ୍ୟୁ ହୋଇଛି । ମୃତ୍ୟୁସଂଖ୍ୟା ଆହୁରି ବଢିବା ଆଶଙ୍କା କରାଯାଉଛି । ଏହାକୁ ନେଇ ରାଜନୈତିକ ବୟାନବାଜି ଆରମ୍ଭ ହୋଇଛି । ଯୋଗୀ ସରକାରଙ୍କୁ ଟାର୍ଗେଟ କରିଛନ୍ତି ବିରୋଧୀ । କୁମ୍ଭମେଳାରେ ଶ୍ରଦ୍ଧାଳୁଙ୍କୁ କମ୍ ଭିଆଇପିଙ୍କୁ ଧ୍ୟାନ ଦିଆଯାଉଥିବା କହିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ ।

ମହାକୁମ୍ଭ ଦଳାଚକଟା ଘଟଣାକୁ ନେଇ ଯୋଗୀ ସରକାରଙ୍କୁ ଟାର୍ଗେଟ କରି ରାହୁଲ ଗାନ୍ଧୀ କହିଛନ୍ତି, ଏହି ଘଟଣାକୁ ନେଇ ଦୁଃଖିତ । ମେଳାରେ ଶ୍ରଦ୍ଧାଳୁଙ୍କୁ କମ୍ ଭିଆଇପିମାନଙ୍କ ଉପରେ ପ୍ରଶାସନ ବିଶେଷ ଧ୍ୟାନ ଦେଉଥିଲା । ଫଳରେ ଏହି ଅଘଟଣ ଘଟିଛି । ଏବେ ମହାକୁମ୍ଭର ବହୁତ ସମୟ ଅଛି । ଆଗକୁ ମହାସ୍ନାନ ହେବ । ଆଜି ଯେପରି ଅଘଟଣ ହେଲା ଆଗକୁ ଯେପରି ନ ହେଉ ସେ ଦିଗରେ ସରକାରଙ୍କୁ ବ୍ୟବସ୍ଥାରେ ସୁଧାର ଆଣିବାକୁ ହେବ । ଭିଆଇପି କଲ୍ଚର ଉପରେ ଲଗାମ ଲଗାଇବାକୁ ହେବ । ସରକାରଙ୍କୁ ସାଧାରଣ ଜନତା ଶ୍ରଦ୍ଧାଳୁଙ୍କ ଆବଶ୍ୟକତାକୁ ଅଧିକ ଧ୍ୟାନ ଦେବାକୁ ହେବ । ସୁବ୍ୟବସ୍ଥା କରିବାକୁ ହେବ ।

ଅଘଟଣରେ ମୃତକଙ୍କ ପରିବାର ପ୍ରତି ସମବେଦନା ଜଣାଇବା ସହ ଅମର ଆତ୍ମାର ସଦଗତି କାମନା କରିଛନ୍ତି ରାହୁଲ ଗାନ୍ଧୀ । ଆହତଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି । ପୀଡିତଙ୍କ ପରିବାରକୁ ସହାୟତା କରିବାକୁ କଂଗ୍ରେସ କର୍ମୀଙ୍କୁ ଆହ୍ବାନ କରିଛନ୍ତି ।

ସେହିପରି ଉତ୍ତରପ୍ରେଦଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା  ସପା ନେତା ଅଖିଳେଶ ଯାଦବ ମଧ୍ୟ ଘଟଣାକୁ ନେଇ ଯୋଗୀ ସରକାରଙ୍କ ଉପରେ ବର୍ଷିଛନ୍ତି । ପ୍ରଶାସନ ତ ଭିଆଇପିଙ୍କ ସୁରକ୍ଷାରେ ବ୍ୟସ୍ତ ଥିଲେ ଶ୍ରଦ୍ଧାଳୁଙ୍କ ଗୁରୁତ୍ବ ଦିଆଯାଉନାହିଁ । ତେଣୁ ଏହି ଅଘଟଣ ଘଟିଛି ।

ଏହା ବି ପଢନ୍ତୁ...ମହାକୁମ୍ଭରେ ବଡ ଅଘଟଣ ; ଦଳଚକଟାରେ ୧୫ ମୃତ, ଅମୃତ ସ୍ନାନ ପାଇଁ ଜମିଥିଲା ଭିଡ

ସେହିପରି ମହାକୁମ୍ଭ ଦଳାଚକଟା ଘଟଣାକୁ ନେଇ ଶିବସେନା ସାଂସଦ ସଞ୍ଜୟ ରାୱତ କହିଛନ୍ତି, କୁମ୍ଭ ବିଶ୍ବାସର ମେଳା । ଏଠାରେ କୋଟି କୋଟି ଲୋକଙ୍କ ସମାଗମ ହୋଇଛି । ସେଠାରେ ଶ୍ରଦ୍ଧାଳୁଙ୍କ ପାଇଁ କି ବ୍ୟବସ୍ଥା ହୋଇଛି । ବିଜେପି ସେମାନଙ୍କୁ ଡାକି ମାର୍କେଟିଂ କରୁଛି । ସେମାନଙ୍କୁ ଦେଖେଇବାକୁ ଚାହୁଁଛି ଯେ ଦେଖ ଆମେ କଣ କରିଛୁ । ସେଠାରେ ଶ୍ରଦ୍ଧାଳୁଙ୍କ ପାଇଁ କୌଣସି ବ୍ୟବସ୍ଥା ହୋଇନାହିଁ । ମହିଳାମାନେ ରାସ୍ତାରେ ଶୋଉଛନ୍ତି । ଅଖିଳେଶ ଯାଦବଙ୍କ ସରକାର ସମୟରେ କୁମ୍ଭମେଳାରେ ସର୍ବୋତ୍ତମ ବ୍ୟବସ୍ଥା ହୋଇଥିଲା ।  କେବଳ ଭିଆଇପିଙ୍କୁ ଧ୍ୟାନ ଦିଆଯାଉଛି । ଏହି ଅଘଟଣ ପ୍ରଶାସନ ଦ୍ବାରା କରାଯାଇଥିବା ହତ୍ୟା । ଯେଉଁଥିରେ ନିରୀହ ଜୀବନ ଚାଲିଯାଇଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.