ନୂଆଦିଲ୍ଲୀ : ସଂସଦରେ ହୋଇଥିବା ଠେଲାପେଲାକୁ ନେଇ ଭାରତୀୟ ଜନତା ପାର୍ଟି ଲଗାତାର ରାହୁଲ ଗାନ୍ଧୀଙ୍କ ଉପରେ ଅନେକ ଟିପ୍ପଣୀ ଦେବା ଜାରି ରଖିଛି। କେନ୍ଦ୍ର ମନ୍ତ୍ରୀ ଗିରିରାଜ ସିଂହ କଂଗ୍ରେସ ନେତାଙ୍କୁ ଟାର୍ଗେଟ୍ କରି କହିଛନ୍ତି ବିଜେପି ସାଂସଦ ଓ ଇଣ୍ଡିଆ ବ୍ଲକ୍ର ସାଂସଦଙ୍କ ମଧ୍ୟରେ ସଂସଦରେ ହୋଇଥିବା ଠେଲାପେଲା ମଧ୍ୟରେ ରାହୁଲ ଗାନ୍ଧୀ ବାଉନ୍ସର ପରି ବ୍ୟବହାର କରୁଥିଲେ। ସେ ଲୋକଙ୍କୁ ଧକ୍କା ଦେଇଛନ୍ତି , ଯେଉଁଥି ପାଇଁ ବିଜେପିର ଦୁଇ ସାଂସଦ ଆହତ ହୋଇଛନ୍ତି।
ବିଜେପି ସାଂସଦ କହିଛନ୍ତି ଯେ, ମୁଁ ଆହତ ହୋଇଥିବା ଦୁଇ ସାଂସଦଙ୍କ ସହ କଥା ହୋଇଛି। ସେମାନେ ମୋତେ କହିଲେ କି ରାହୁଲ ଗାନ୍ଧୀ ସେଠାରେ ବାଉନ୍ସର ପରି ବ୍ୟବହାର କରୁଥିଲେ। ସେ ଜାଣିଶୁଣି ହାତାହାତି କରିବାକୁ ଚାହୁଁ ଥିଲେ , ସେ ଜାଣିଶୁଣି ତାଙ୍କ ଉପରେ ଆକ୍ରମଣ କରିଛନ୍ତି। କୌଣସି ଗଣତାନ୍ତ୍ରିକ ଦେଶରେ ଏହି ଘଟଣା ଲଜ୍ଜାଜନକ।
ଏହା ପୂର୍ବରୁ ବିଜେପି ଅଭିଯୋଗ କରିଛି କି, ରାହୁଲ ଗାନ୍ଧୀ କ୍ରୋଧିତ ହୋଇ ସାଂସଦ ମୁକେଶ ରାଜପୁତଙ୍କୁ ଧକ୍କା ଦେଇଥିଲେ , ଯେଉଁଥି ପାଇଁ ସେ ପ୍ରତାପ ଷଡ଼ଙ୍ଗୀଙ୍କ ଉପରେ ଖସି ପଡ଼ିଲେ । ଏଥିରେ ଦୁଇ ଜଣ ନତାଙ୍କୁ ଆଘାତ ଲାଗିଛି ।ମୁଁ ତାଙ୍କୁ ଭେଟିବାକୁ ଯାଇଥିଲି , ସେ ଦୁହେଁ ଏବେ ବି ଠିକ୍ ହୋଇ ପାରି ନାହାନ୍ତି। ହେଲେ ବିରୋଧୀ ଦଳ ଏହି ଅଭିଯୋଗକୁ ସ୍ପଷ୍ଟ ଭାବେ ଖାରଜ କରିଛନ୍ତି ଏବଂ ବିଜେପି ନେତାଙ୍କ ଉପରେ କଂଗ୍ରେସ ସଦସ୍ୟଙ୍କୁ ଧକ୍କା ଦେବାର ଅଭିଯୋଗ ଲଗାଇଛନ୍ତି।
ଉଲ୍ଲେଖନୀୟ ଯେ, ବିଜେପିର ଦୁଇ ସାଂସଦ ମୁକେଶ ରାଜପୂତ ଓ ପ୍ରତାପ ଷଡ଼ଙ୍ଗୀ ବର୍ତ୍ତମାନ ଦିଲ୍ଲୀର ରାମ ମନୋହର ଲୋହିଆ ହସ୍ପିଟାଲରେ ହିଁ ଭର୍ତ୍ତି ହୋଇଛନ୍ତି। ଏବେସୁଦ୍ଧା ଦୁହିଁଙ୍କୁ ଡିସଚାର୍ଜ କରାଯାଇ ନାହିଁ। ତାଙ୍କର ସ୍ଥିତି ବିଷୟରେ ସୂଚନା ଦେଇ ସିଂହ କହିଛନ୍ତି କି ସେ ଦୁହେଁ ଏବେ ବି ଠିକ୍ ନାହାନ୍ତି। ମୁକେଶ ରାଜପୂତଙ୍କ ମୁଣ୍ଡର ପଛ ଭାଗ ଫୁଲି ଯାଇଛି। ପ୍ରତାପ ଷଡ଼ଙ୍ଗୀଙ୍କୁ ଆଘାତ କାରଣରୁ ଲଗାତାର ଚକ୍କର ଆସୁଛି। ତାଙ୍କୁ କେବେ ଡିସଚାର୍ଜ କରାଯିବ ବା ଆଗକୁ କଣ କରିବାକୁ ହେବ ଏହାର ନିର୍ଣ୍ଣୟ ସେଠାର ଡାକ୍ତର ନେବେ।