ନୂଆଦିଲ୍ଲୀ : ଏଆଇ ଇମ୍ପାକ୍ଟ ସମିଟ୍ ବେଳେ ୨୦ ଫେବ୍ରୁଆରୀରେ ଭାରତ ମଣ୍ଡପମରେ ହୋଇଥିବା ବିରୋଧ ପ୍ରଦର୍ଶନ ମାମଲାରେ ଦିଲ୍ଲୀ ପୁଲିସ ଭାରତୀୟ ଯୁବ କଂଗ୍ରେସର ରାଷ୍ଟ୍ରୀୟ ଅଧ୍ୟକ୍ଷ ଉଦୟ ଭାନୁ ଚିବଙ୍କ ସମେତ ମୋଟ ୮ ଜଣ ସଦସ୍ୟଙ୍କୁ ଗିରଫ କରିଛି। ଉକ୍ତ କାର୍ଯ୍ୟାନୁଷ୍ଠାନକୁ ନେଇ କଂଗ୍ରେସ ନେତା ଓ ଲୋକସଭାରେ ବିରୋଧୀ ନେତା ରାହୁଲ ଗାନ୍ଧୀ ପୁଲିସର କାର୍ଯ୍ୟାନୁଷ୍ଠାନର ସମାଲୋଚନା କରିଛନ୍ତି ଏବଂ ଭାରତୀୟ ଯୁବ କଂଗ୍ରେସକୁ ସମର୍ଥନ କରିଛନ୍ତି। ସୋସିଆଲ ମିଡ଼ିଆ ପୋଷ୍ଟରେ ସେ ଯୁବ କଂଗ୍ରେସର ସଦସ୍ୟଙ୍କୁ ନିର୍ଭୟ କହିବା ସହ ତାଙ୍କର ଶାନ୍ତିପୂର୍ଣ୍ଣ ବିରୋଧର ପ୍ରଶଂସା କରିଛନ୍ତି।
- ଆହୁରି ମଧ୍ୟ ପଢନ୍ତୁ : ବଦଳିଲା ଦକ୍ଷିଣ ଭାରତୀୟ ରାଜ୍ୟ ‘କେରଳ’ର ନାଁ, ପ୍ରସ୍ତାବକୁ କେନ୍ଦ୍ର କ୍ୟାବିନେଟ୍ର ମଞ୍ଜୁରୀ
ସୋସିଆଲ ମିଡ଼ିଆ ଏକ୍ସରେ ରାହୁଲ ଗାନ୍ଧୀ ଲେଖିଛନ୍ତି ଯେ, ଶାନ୍ତିପୂର୍ଣ୍ଣ ବିରୋଧ ଆମର ଐତିହାସିକ ଐତିହ୍ୟ। ଏହା ଆମର ରକ୍ତରେ ରହିଛି ଏବଂ ପ୍ରତି ଭାରତୀୟଙ୍କର ଗଣତାନ୍ତ୍ରିକ ଅଧିକାର ରହିଛି। ମୁଁ ଯୁବ କଂଗ୍ରେସର ନିଜର ବବର ସେର୍ ସାଥିଙ୍କୁ ନେଇ ଗର୍ବ ଅନୁଭବ କରୁଛି,ଯାହାଙ୍କୁ ‘COMPROMISED PM’ ଙ୍କ ବିରୋଧରେ ନିର୍ଭୟ ହୋଇ ଦେଶର ହିତରେ ସ୍ୱର ଉଠାଇଛନ୍ତି।
शांतिपूर्ण विरोध हमारी ऐतिहासिक धरोहर है। यह हमारे खून में है और हर भारतीय का लोकतांत्रिक अधिकार है।
— Rahul Gandhi (@RahulGandhi) February 24, 2026
मुझे युवा कांग्रेस के अपने बब्बर शेर साथियों पर गर्व है, जिन्होंने ‘COMPROMISED PM’ के खिलाफ निडर होकर देश के हित में आवाज़ उठाई है।
अमेरिका के साथ हुए Trade Deal में देश के…
ସେ ଆହୁରି କହିଛନ୍ତି ଯେ, ଆମେରିକା ସହ ଟ୍ରେଡ୍ ଡିଲ୍ରେ ଦେଶର ହିତରେ ଚୁକ୍ତିନାମା କରାଯାଇଛି। ଏହି ଚୁକ୍ତି ଆମର ଚାଷୀ ଓ ଟେକ୍ସଟାଇଲ ଉଦ୍ୟୋଗକୁ ନଷ୍ଟ କରିବ ତଥା ଆମର ଡାଟାକୁ ଆମେରିକା ହାତରେ ପ୍ରଦାନ କରିବେ। ଏହି ସତକୁ ଦେଶ ସମ୍ମୁଖରେ ରଖିବା ପାଇଁ ଯୁବ କଂଗ୍ରେସର ଅଧ୍ୟକ୍ଷ ଉଦୟ ଭାନୁ ଚିବ ଓ IYCର ଅନ୍ୟ ସାଥିଙ୍କ ଗିରଫଦାରୀ ଏକଛତ୍ରବାଦୀ ପ୍ରବୃତ୍ତି ଓ ଭୀରୁତାର ପ୍ରମାଣ।
କଂଗ୍ରେସ ଦଳ ଓ ମୁଁ ନିଜର ବବର ସେର୍ ସାଥିଙ୍କ ସହ ଦୃଢ ଭାବେ ଠିଆ ହୋଇଛୁ। କ୍ଷମତାକୁ ସତର ଆଇନା ଦେଖାଇବା ଅପରାଧ ନୁହେଁ , ବରଂ ଦେଶଭକ୍ତି। ରାହୁଲ ଗାନ୍ଧୀ କହିଥିଲେ ଯେ, ଡ଼ର ନାହିଁ ,ସତ ଓ ସମ୍ୱିଧାନ ଆରମ୍ଭ ସାଥିରେ ଅଛନ୍ତି।