ନୂଆଦିଲ୍ଲୀ,୫।୧୧: ବିହାର ବିଧାନସଭା ନିର୍ବାଚନ ଦିନକ ପୂର୍ବରୁ ଭୋଟ ଚୋରି ଅଭିଯୋଗ। ଏଭଳି ସଙ୍ଗୀନ ଅଭିଯୋଗ ଆଣିଛନ୍ତି କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ। ‘ଏଚ୍-ଫାଇଲ୍ସ ’ ରୂପରେ ନିର୍ବାଚନ କମିଶନ୍ ଓ ବିଜେପି ଉପରେ ପକାଇଛନ୍ତି ହାଇଡ୍ରୋଜେନ୍ ବମ୍। ଏଆଇସିସି ମୁଖ୍ୟାଳୟରେ ସାମ୍ବାଦିକ ସମ୍ମିଳନୀ ଡାକି ରାହୁଲ କହିଛନ୍ତି ହରିୟାଣାରେ ନିର୍ବାଚନ ନୁହେଁ , ଭୋଟ ଚୋରି ହୋଇଛି। ଠିକ୍ ସେଭଳି ଭଳି ବିହାରରେ ମଧ୍ୟ ଘଟିବାକୁ ଯାଉଛି।
#WATCH | Delhi: When asked if the Opposition would unitedly launch a movement or move the Supreme Court against SIR, Lok Sabha LoP Rahul Gandhi says, "Every single party understands this. There is nothing hidden here. The fundamental question of an election is the integrity of a… pic.twitter.com/YTnuYoFo8x
— ANI (@ANI) November 5, 2025
ହରିୟାଣାରେ ୨୫ ଲକ୍ଷରୁ ଅଧିକ ଫେକ୍ ଭୋଟିଂ ହୋଇଛି। ମତଦାନ ସୂଚୀରେ ଭରି ରହିଛି ନକଲି ନାଁ। ସବୁ କିଛି ନିର୍ବାଚନ କମିଶନ୍ ଜାଣନ୍ତି। ଏଭଳି କିଛି ବଡ଼ ଦାବି କରିଛନ୍ତି କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ । ହରିୟାଣା ଭଳି ବିହାର ଭୋଟର ଲିଷ୍ଟରେ ବହୁ ପରିମାଣରେ ନାଁ କାଟି ଦିଆଯାଇଛି। ମତଦାନ ସୂଚୀରୁ ଶେଷ ସମୟରେ ନାଁ ବାଦ୍ ଦିଆଯାଇଛି, ଯାହାଦ୍ବାରା ଯାଞ୍ଚ ଓ ଆପତ୍ତି କରିବାର ସୁଯୋଗ ମଧ୍ୟ ମିଳିନାହିଁ। ରାହୁଲ କହିଛନ୍ତି, ହରିୟାଣାରେ ବ୍ରାଜିଲର ଜଣେ ମଡେଲ ୨୨ ଥର ଭୋଟ୍ ଦେଇଛନ୍ତି । ତାଙ୍କୁ ୨୨ଟି ବୁଥରେ ଦେଖିବାକୁ ମିଳିଛି । ନିର୍ବାଚନ କମିଶନ୍ ଏହାକୁ ଲୁଚାଇବାକୁ ସିସିଟିଭି ଫୁଟେଜ୍ ମଧ୍ୟ ଡିଲିଟ୍ କରି ଦେଇଛନ୍ତି । ଏହି ମଡେଲଙ୍କ ଫଟୋର ବ୍ୟବହାର କରି ନକଲି ଭୋଟ୍ ଦିଆଯାଇଛି। ଏହା ସହ ସେ ପ୍ରଶ୍ନ କରିଛନ୍ତି ଏ ବ୍ରାଜିଲର ମଡେଲ୍ ଭୋଟର ଲିଷ୍ଟକୁ କିପରି ଆସିଲେ ? କେବେ ସ୍ବିଟି ତ କେବେ ସୀମା ଓ ଆଉ କେବେ ସରସ୍ବତୀ ହୋଇ ଭୋଟ୍ ଦେଇଛନ୍ତି। ହରିୟାଣାରେ ୨ କୋଟି ଭୋଟର ଅଛନ୍ତି । ଆଉ ତା ଭିତରୁ ଏଥର ୨୫ ଲକ୍ଷ ଭୋଟ୍ ଚୋରି ହୋଇଛି । ବିଜେପିର ହଜାର ହଜାର ଲୋକ ୟୁପିରେ ଭୋଟ୍ ଦେଉଛନ୍ତି, ଆଉ ସେମାନେ ର ହରିୟାଣାରେ ମଧ୍ୟ ଭୋଟ୍ ଦେଉଛନ୍ତି । ୟୁପିରେ ଭୋଟ୍ ଦେବା ପରେ, ବାପାଙ୍କ ନାଁ ବଦଳାଇ ହରିୟାଣାରେ ଭୋଟ୍ ଦେଇଥିବା ନେଇ ପ୍ରମାଣ ଦେଖାଇଛନ୍ତି ରାହୁଲ ଗାନ୍ଧୀ ।
ଏହା ସହ ରାହୁଲ କହିଛନ୍ତି, ହରିୟାଣାରେ ପ୍ରତି ୮ ଜଣରେ ଜଣେ ଭୋଟର ଫେକ୍। ସେଠାରେ କୌଣସି ନିର୍ବାଚନ ହୋଇନି, କେବଳ ଭୋଟ ଚୋରି ହୋଇଛି। ଆମ ପାଖରେ ଏହାର ସ୍ପଷ୍ଟ ପ୍ରମାଣ ଅଛି। ଆମ ନିକଟରେ ‘ଏଚ୍ ଫାଇଲ୍ସ’ ରହିଛି। ଏହା ହେଉଛି ହାଇଡ୍ରୋଜେନ ବମ୍, ଯାହାକି ନିର୍ବାଚନୀ ସିଷ୍ଟମର ଗୁମର ଖୋଲି ଦେବ। ଆମକୁ ସନ୍ଦେହ ଥିଲା ଏହା କେବଳ ଗୋଟିଏ ନିର୍ବାଚନ କ୍ଷେତ୍ର ନୁହେଁ, ବଂର ରାଜ୍ୟସ୍ତର ଓ ଜାତୀୟ ସ୍ତରରେ ହେଉଛି। ଆମେ ମଧ୍ୟ ପ୍ରଦେଶ, ଛତିଶଗଡ, ମହାରାଷ୍ଟ୍ରରେ ଏହା ଅନୁଭବ କରିଥିଲୁ। କିନ୍ତୁ ଆମେ ହରିୟାଣା ଉପରେ ନଜର ରଖିଥିଲୁ। ସେଠାରେ ଯାହା କିଛି ହେଲା ସେ ବିଷୟର ଜାଣିବାର ନିଷ୍ପତ୍ତି ନେଇଥିଲୁ। ମୁଁ ଚାହୁଁଛି ଭାରତର ଯୁବପୀଢି, ଜେନ୍-ଜେଡ୍ ଏହାକୁ ଭଲ ଭାବରେ ବୁଝନ୍ତୁ। କାରଣ ଏହ ଆପଣଙ୍କ ଭବିଷ୍ୟତକୁ ନେଇ ପ୍ରଶ୍ନ। ମୁଁ ନିର୍ବାଚନ କମିଶନ୍ ଓ ଲୋକତାନ୍ତ୍ରିକ ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠାଉଛି। ଏଥିପାଇଁ ୧୦୦% ପ୍ରମାଣ ସହ ମୁଁ କହୁଛି। ଆମକୁ ପୁରା ବିଶ୍ବାସ ରହିଛି କଂଗ୍ରେସ ପରାଜୟକୁ ଦିନେ ନା ଦିନେ ବିଜୟରେ ପରିବର୍ତ୍ତନ କରିବ। ଉଲ୍ଲେଖନୀୟ ଯେ, ୨୦୨୪ ରେ ହରିୟାଣାରେ ହୋଇଥିବା ବିଧାନସଭା ନିର୍ବାଚନରେ ବିଜେପି ମୋଟ ୯୦ ଟି ଆସନରୁ ୪୮ଟି ଆସନ ହାସଲ କରି ଲଗାତାର ବିଜୟ ହାସଲ କରିଥିଲା। କଂଗ୍ରେସକୁ ୩୭ଟି ଆସନ ମିଳିଥିଲା।