ପ୍ରମୂଖ ଖବର
  • ଇଷ୍ଟଦେବୀଙ୍କୁ ଲାଗି ହେଲା ନବାନ୍ନ, ସମ୍ବଲପୁର ଅଧିଷ୍ଠାତ୍ରୀ ମା ସମଲେଶ୍ବରୀଙ୍କୁ ଲାଗି ହେଲା ନବାନ୍ନ
  • ||
  • ଆସନ୍ତା ୩୦ରୁ ଭିତରକନିକାରେ ପକ୍ଷୀ ଗଣନା, ପ୍ରତି ଦଳରେ ୭ ଜଣ ସାମିଲ ହେବେ
  • ||
  • କନ୍ଧମାଳ: ଦୋକାନ ଭିତରକୁ ମାଡ଼ିଗଲା କାର୍‌; ସ୍ୱାମୀ ମୃତ, ସ୍ତ୍ରୀ ଗୁରୁତର
  • ||
  • ମହାନଦୀ ଜଳ ବିବାଦ, ଆଜି ରାୟପୁରରେ ଗୋଲଟେବୁଲ ବୈଠକ
  • ||
  • LOC ନିକଟ ଗୁରେଜ ସେକ୍ଟରରେ ଏନକାଉଣ୍ଟର, ୨ ଆତଙ୍କୀ ନିହତ
  • ||
  • ଗଣପର୍ବ ନୂଆଁଖାଇ ପାଇଁ ଉତ୍ସବ ମୁଖର ପଶ୍ଚିମ ଓଡ଼ିଶା, ଗାଁ ଖୁଇଲ୍‌ ଗହଗହ
  • ||
  • ଲଘୁଚାପ ପ୍ରଭାବ: ଆସନ୍ତା ୩୦ ଯାଏ ବିକ୍ଷିପ୍ତ ବର୍ଷା ସମ୍ଭାବନା, ଆଜି ୫ ଜିଲ୍ଲାକୁ ଆଲର୍ଟ
  • ||

ବେନାମୀ ଦଳକୁ ୪,୩୦୦ କୋଟି କିଏ ଦେଲା ? ନିର୍ବାଚନ କମିଶନଙ୍କୁ ପୁଣି ଘେରିଲେ ରାହୁଲ ଗାନ୍ଧୀ

Published By : Manoj | August 28, 2025 1:13 PM

ନୂଆଦିଲ୍ଲୀ,୨୮/୦୮: ଗୁଜରାଟରେ ବେନାମୀ ଦଳଗୁଡ଼ିକୁ ୪,୩୦୦ କୋଟି  ଟଙ୍କା ଚାନ୍ଦା ମିଳିବା ନେଇ ଗଣମାଧ୍ୟମରେ  ରିପୋର୍ଟ ପ୍ରକଶ ପାଇବା ପରେ ଭାରତର  ନିର୍ବାଚନ କମିଶନ(ଇସିଆଇ)ଙ୍କୁ ପୁଣି  ଘେରିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ ।  

ରିପୋର୍ଟ ସେୟାର କରି ରାହୁଲ କହିଛନ୍ତି,  ଏହି ୧୦ ଦଳକୁ ଏତେ ଟଙ୍କା ଚାନ୍ଦା  ମିଳିଥିଲେ ବି ସେମାନେ କେବଳ ୩୯  ଲକ୍ଷ ଟଙ୍କା ଖର୍ଚ୍ଚ ଦେଖାଇଛନ୍ତି । ଗୁଜରାଟରେ  ଏପରି କିଛି ପାର୍ଟି ଅଛି ଯାହାର ନାଁ କେହି  କେବେ ଶୁଣିନାହାନ୍ତି । କିନ୍ତୁ ସେଗୁଡ଼ିକୁ  ୪,୩୦୦ କୋଟି ଟଙ୍କା ଚାନ୍ଦା ମିଳିଛି । ଏହି  ଦଳଗୁଡ଼ିକ ବହୁତ କମ୍‌ ନିର୍ବାଚନ ଲଢ଼ିଛନ୍ତି  କିମ୍ବା ନିର୍ବାଚନରେ ଖର୍ଚ୍ଚ କରିଛନ୍ତି । 

ରାହୁଲ  ପ୍ରଶ୍ନ କରିଛନ୍ତି ଯେ, ଏହି ହଜାର କୋଟି  ଟଙ୍କା ଆସିଲା କେଉଁଠୁ? ଏହି ଦଳଗୁଡ଼ିକୁ  କିଏ ଚଲାଉଛି? କ’ଣ ନିର୍ବାଚନ କମିଶନ  ଏହାର ଯାଞ୍ଚ କରିବେ ନା ପୂର୍ବ ଭଳି ଏଠି  ବି ସତ୍ୟପାଠ ମାଗିବେ? ନା ପୁଣି ଆଇନ ବଦଳିଯିବ ଯାହା ଫଳରେ ଏହି ଡାଟାକୁ ବି  ଲୁଚାଯାଇପାରିବ ବୋଲି ରାହୁଲ କହିଛନ୍ତି ।  ରାହୁଲ ଏବେ ବିହାରରେ ଭୋଟର  ଅଧିକାର ଯାତ୍ରା ଜାରି ରଖିଛନ୍ତି । ଏହି ଯାତ୍ରା ୨୦ ଜିଲ୍ଲା ଦେଇ ସେପ୍ଟେମ୍ବର ୧ରେ ଶେଷ  ହେବ । ଯାତ୍ରାରେ କଂଗ୍ରେସ ଏବଂ ଆର୍‌ଜେଡି  ନେତାମାନେ ଭୋଟଚୋରିକୁ ବଡ଼ ପ୍ରସଙ୍ଗ  କରିଛନ୍ତି । ଏକ ଜାତୀୟ ଖବରକାଗଜରେ  ବେନାମୀ ଦଳଗୁଡ଼ିକୁ ଚାନ୍ଦା ମିଳିଥିବା ନେଇ  ଏକ ଅନୁସନ୍ଧାନମୂଳକ ରିପୋର୍ଟ ପ୍ରକାଶ  ପାଇଥିଲା । 

ଏହି ରିପୋର୍ଟ ଅନୁସାରେ,  ୧୦ ବେନାମୀ ଦଳକୁ ୨୦୧୯-୨୦ରୁ  ୨୦୨୩-୨୪ ପର୍ଯ୍ୟନ୍ତ ୫ ବର୍ଷ ଅବଧିରେ  ୪,୩୦୦ କୋଟି ଟଙ୍କା ଚାନ୍ଦା ମିଳିଥିଲା ।  ଆଶ୍ଚର୍ଯ୍ୟ କଲାଭଳି କଥା ହେଉଛି  ୨୦୧୯, ୨୦୨୪ରେ ଦୁଇ ଲୋକସଭା  ଏବଂ ୨୦୨୨ରେ ଗୁଜରାଟ ବିଧାନସଭା  ନିର୍ବାଚନରେ ଏହି ଦଳଗୁଡ଼ିକ ପ୍ରାୟ ୪୩  ଜଣ ପ୍ରାର୍ଥୀ ଦେଇଥିଲେ । ସେମାନଙ୍କୁ  ମୋଟ ୫୪,୦୬୯ ଭୋଟ ମିଳିଥିଲା ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.