ଜୟପୁର ୦୯/୧୨: ଲୋକସଭାରେ ବିରୋଧୀ ଦଳ  ନେତା ରାହୁଲ ଗାନ୍ଧୀ ରବିବାର ଦିନିକିଆ ଗସ୍ତରେ ଜୟପୁରରେ  ପହଞ୍ଚିଥିଲେ । ଏହି ଅବସରରେ ସେ ଖେଡ଼ାପତି ବାଲାଜୀ  (ସାମୋଦ)ରେ କଂଗ୍ରେସର ‘ନେତୃତ୍ୱ ସଙ୍ଗମ’ ତାଲିମ  ଶିବିରରେ ସାମିଲ ହୋଇଥିଲେ । ୮ ଦିନ ଧରି ଚାଲିଆସୁଥିବା ଏହି ଶିବିରର ସକାଳ ଅଧିବେଶନରେ ରାହୁଲ ଆତ୍ମରକ୍ଷା  ତାଲିମ ନେଇଛନ୍ତି । ତାଲିମ ଶିବିରରେ ତାଙ୍କୁ କରାଟେ ୟୁନିଫର୍ମରେ ଦେଖିବାକୁ ମିଳିଛି । 

ନେତୃତ୍ୱ ସଙ୍ଗମରେ  ରାହୁଲ କଂଗ୍ରେସ କାର୍ଯ୍ୟକର୍ତ୍ତାଙ୍କ ସହ ଚର୍ଚ୍ଚା କରିଥିଲେ ।  ଏହାପରେ ସନ୍ଧ୍ୟାବେଳେ ସେ ଦିଲ୍ଲୀ ଫେରିଆସିଥିଲେ ।  କଂଗ୍ରେସର ଏହି ତାଲିମ ଶିବିର ପ୍ରତି ବର୍ଷ ଆୟୋଜନ  କରାଯାଏ । ଦୁଇବର୍ଷ ତଳେ ମାଉଣ୍ଟ ଆବୁରେ ଏହି କାର୍ଯ୍ୟକ୍ରମ  ଆୟୋଜିତ ହୋଇଥିଲା । ମାଉଣ୍ଟ ଆବୁର ସ୍ୱାମୀ ନାରାୟଣ  ଧର୍ମଶାଳାରେ କଂଗ୍ରେସର ତାଲିମ ଶିବିରରେ ସାମିଲ  ହୋଇଥିଲେ । ଏଥିରେ ପୃଥକ୍‌ ପୃଥକ୍‌ ରାଜ୍ୟର ପ୍ରତିନିଧି  ସାମିଲ ହୋଇଥାନ୍ତି । ଶିବିରରେ କାର୍ଯ୍ୟକର୍ତ୍ତାମାନଙ୍କୁ ଦଳର  ମୂଳ ବିଚାରଧାରା ବାବଦରେ ତାଲିମ ପ୍ରଦାନ କରାଯାଏ।