ପ୍ରମୂଖ ଖବର
  • ପୁରୀରେ ଗଡ଼ିଲା ମୁଣ୍ଡ: ମଶାଣି ଚଣ୍ଡୀ କମିଟି ସମ୍ପାଦକଙ୍କୁ ବିଭତ୍ସ ହତ୍ୟା, କ୍ରାଇମ୍ ସ୍ପଟ୍‌ରୁ ୩ ଚାପଡ଼ ଜବତ
  • ||

ସରକାର ଓ ସେନା ସହ ଆମେ ଅଛୁ, ପ୍ରତିଟି ପଦକ୍ଷେପରେ ଦେବୁ ସାଥ୍: ‘ଅପରେସନ୍‌ ସିନ୍ଦୂର’ କୁ କଂଗ୍ରେସର ସମର୍ଥନ

Published By : Prameya | May 7, 2025 5:12 PM

ନୂଆଦିଲ୍ଲୀ,୭।୫: ଏୟାରଷ୍ଟ୍ରାଇକ୍‌ରେ ପହଲଗାମ ହମଲାର ପ୍ରତିଶୋଧ। ଭାରତୀୟ ସେନାର ‘ଅରେନସନ୍ ସିନ୍ଦୂର’ ପାଇଁ ପାକିସ୍ତାନରେ ହାହାକାର। ପିଓକେ ସହ ପାକିସ୍ତାନରେ ଏୟାରଷ୍ଟ୍ରାଇକ୍ କରି ୯ ଆତଙ୍କୀ ଆଡ୍ଡାକୁ ଧ୍ବସ୍ତ କରିଛି ଭାରତ। ସେନାର ଏହି ବଡ଼ ସଫଳତା ପରେ ମୁଖ୍ୟ ବିରୋଧି ଦଳ କଂଗ୍ରେସ ପକ୍ଷରୁ ପ୍ରଥମ ଥର ପ୍ରତିକ୍ରିୟା ଆସିଛି। କଂଗ୍ରେସ ଓ୍ବାର୍କିଂ କମିଟି ବୈଠକ ପରେ କଂଗ୍ରେସ ଅଧ୍ୟକ୍ଷ ମାଲିକାର୍ଜୁନ ଖଡଗେ କହିଛନ୍ତି, ତାଙ୍କ ଦଳ ସରକାର ଓ ସେନା ସହ ଅଛି। ପ୍ରତିଟି ପଦକ୍ଷେପରେ ଆମେ ସମର୍ଥନ କରିବୁ। ଏହି ପ୍ରସଙ୍ଗରେ କୌଣସି ପ୍ରକାର ଭେଦଭାବ ହେବନି। ସମସ୍ତେ ଏକଜୁଟ ହୋଇ ଲଡିବେ। ଭାରତୀୟ ସେନା ଓ ତା’ର ଶୌର୍ଯ୍ୟ ପରାକ୍ରମ ଉପରେ ଆମେ ଗର୍ବିତ।

 

ଖଡଗେ କହିଛନ୍ତି, କଂଗ୍ରେସ ପାର୍ଟି ଦେଶର ବୀର ଯବାନଙ୍କ ସହ ଅଛି। ଆମେ ଆମେ ସୁରକ୍ଷା ବଳକୁ ନେଇ ଗର୍ବିତ, ଯେଉଁମାନେ ‘ଅପରେସନ୍ ସିନ୍ଦୂର’କୁ ସଫଳ କରିଛନ୍ତି। ଇଣ୍ଡିଆ ମେଣ୍ଟର ସହଯୋଗୀ ମଧ୍ୟ ଏକଜୁଟ ହୋଇ କାମ କରୁଛନ୍ତି। ଆମେ ସେନା ଓ ସରକାରଙ୍କ ପ୍ରତି ସମର୍ଥନ ଦୋହରାଉଛୁ। ସେଭଳି ଲୋକସଭାର ବିରୋଧି ଦଳ ନେତା ରାହୁଲ ଗାନ୍ଧୀ କହିଛନ୍ତି, କଂଗ୍ରେସ ଓ୍ବାର୍କିଂ କମିଟି ଆମର ସେନାକୁ ପୁରା ସମର୍ଥନ ଦେଉଛି ଓ ତାଙ୍କୁ ଶୁଭକାମନା ଜଣାଉଛି। 

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.