ନୂଆଦିଲ୍ଲୀ,୨୨/୦୨; ଭାରତ-ଆମେରିକା ଟ୍ରେଡ୍ ଡିଲ୍‌କୁ ନେଇ ସଂସଦରେ ଭାଷଣ ଦେବା ପରେ ରାହୁଲ ଗାନ୍ଧୀଙ୍କ ‘ଜିଉ-ଜିତ୍‌ସୁ’ ଉଦାହରଣ ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ହୋଇଛି । ଅନେକ ୟୁଜର୍ ପ୍ରଶ୍ନ କରିଛନ୍ତି, ରାହୁଲ ମାର୍ଶଲ ଆର୍ଟ କଥା ସଂସଦରେ କାହିଁକି ଉଠାଇଲେ ? ଏବେ ରାହୁଲ ଏକ୍ସ ପ୍ଲାଟ୍‌ଫର୍ମରେ ଏକ ଭିଡିଓ ଜାରି କରି ଏହାର କାରଣ ସ୍ପଷ୍ଟ କରିଛନ୍ତି । ସେ କହିଛନ୍ତି, ‘ଗ୍ରିପ୍ ଆଣ୍ଡ୍ ଚୋକ୍’ ଶବ୍ଦ ସେ କହିଥିଲେ । କାରଣ ଏ ଶବ୍ଦ ଠିକ୍ ସେହି ସ୍ଥିତିକୁ ଦର୍ଶାଉଛି, ଯାହା ମଧ୍ୟଦେଇ ପ୍ରଧାନମନ୍ତ୍ରୀ ଏବେ ଗତି କରୁଛନ୍ତି ।

ସେହିପରି ଜିଓଜିତ୍‌ସୁରେ ବିରୋଧୀଙ୍କୁ ନିୟନ୍ତ୍ରଣ କରିବା ପାଇଁ କାବୁ ଓ ଚୋକ୍ କୌଶଳ ପ୍ରୟୋଗ କରାଯାଏ । ରାଜନୀତିରେ ମଧ୍ୟ ସମାନ ଧରଣର ଚାପ ଓ ନିୟନ୍ତ୍ରଣ ଥାଏ, କେବଳ ବାହାରକୁ ଦେଖାଯାଏ ନାହିଁ । ରାହୁଲଙ୍କ କହିବା ଅନୁସାରେ, ରାଜନୀତିରେ ଅନେକ ସମୟରେ ଏଭଳି ଅଦୃଶ୍ୟ କବ୍‌ଜା ଓ ଚୋକ୍ ପ୍ରୟୋଗ କରାଯାଏ ଯାହାର ପ୍ରଭାବ ବହୁତ ଅଧିକ । କିନ୍ତୁ ସାଧାରଣ ଲୋକଙ୍କ ନଜରକୁ ଆସେ ନାହିଁ । ଟ୍ରେଡ୍ ଡିଲ୍ ସମ୍ପର୍କରେ କହିବା ସମୟରେ ସେ ଏହି ଉଦାହରଣ ଦେବାର କାରଣ ଏହା ଜରିଆରେ ରାଜନୈତିକ ଚାପକୁ ସବୁଠୁ ସରଳ ଭାଷାରେ ଲୋକଙ୍କୁ ବୁଝାଇ ହେବ ।

ଏହା ବି ପଢନ୍ତୁ...ବଡ଼ ଆତଙ୍କୀ ଆକ୍ରମଣ ଯୋଜନାରେ ୮ ଗିରଫ, ପାକିସ୍ତାନ-ବାଂଲାଦେଶ ସହ ଲିଙ୍କ୍

ଜିଉ-ଜିତ୍‌ସୁ ଏକ ମାର୍ଶଲ ଆର୍ଟ, ଯେଉଁଥିରେ ଲଢ଼େଇ, କବ୍‌ଜା, ଚୋକ୍, ଲକ୍ ଓ ସରେଣ୍ଡର କରାଇବା ଭଳି କୌଶଳର ଉପଯୋଗ ହୁଏ । ଏଥିରେ ଶକ୍ତି ତୁଳନାରେ କୌଶଳ ଓ ପ୍ରତିପକ୍ଷର ଓଜନର ପ୍ରକୃତ ଉପଯୋଗ ହିଁ ଗୁରୁତ୍ୱପୂର୍ଣ୍ଣ । ସେଥିପାଇଁ ଏହାକୁ ‘ଜେଣ୍ଟଲ୍ ଆର୍ଟ’ ମଧ୍ୟ କୁହାଯାଏ । ଏମ୍ଏମ୍ଏ ଓ ୟୁଏଫିସି ଭଳି ଲଢ଼େଇରେ ଏହାର ଖୁବ୍ ପ୍ରୟୋଗ ଦେଖାଯାଏ । ରାହୁଲ ନିଜେ ବି ଜିଉ-ଜିତ୍‌ସୁ ଅଭ୍ୟାସ କରନ୍ତି । ଭାରତ ଜୋଡ଼ୋ ନ୍ୟାୟ ଯାତ୍ରାରେ ସେ ପ୍ରତିଦିନ ଏହାର ତାଲିମ ନେଉଥିଲେ । ଦୁଇଟି ଜାପାନୀ ଶବ୍ଦର ମିଶ୍ରଣରେ ଜିଉଜିତ୍ସୁ ଶବ୍ଦ ଗଠିତ ହୋଇଛି । ‘ଜୁ’ର ଅର୍ଥ କୋମଳ ଓ ‘ଜୁତ୍‌ସୁ’ର ଅର୍ଥ କଳା । ଏଥିପାଇଁ ଜିଉ-ଜିତ୍‌ସୁର ଅର୍ଥ କୋମଳ କଳା ।