ପ୍ରମୂଖ ଖବର
  • ରବିବାର ଇସ୍ରୋର ୧୦୧ତମ ଉତ୍‌କ୍ଷେପଣ, ଶ୍ରୀହରିକୋଟାରୁ ଲଞ୍ଚ୍‌ ହେବ ଇସ୍ରୋର ଇଓଏସ୍‌-୯ ମିଶନ
  • ||
  • IPL 2025: ୧୦ ଦିନ ପରେ ଫେରିଲା ଫଟାଫଟ୍ କ୍ରିକେଟ୍, ଆଜି ରୟାଲ ଚ୍ୟାଲେଞ୍ଜର୍ସକୁ ଭେଟିବ ନାଇଟ୍‌ ରାଇଡର୍ସ
  • ||
  • ଭୁବନେଶ୍ୱର : ବାଇକ୍‌ରେ ଆସି କାର୍‌ କାଚ ଭାଙ୍ଗିଲେ ଦୁର୍ବୃତ୍ତ, ଅଭିଯୁକ୍ତ ଫେରାର
  • ||
  • ବାସୁଦେବପୁର : ଭୋଜି ଖାଇ ଫେରିବା ବେଳେ ଓଲଟିଲା ଚାରି ଚକିଆ ଗାଡି, ୧୦ରୁ ଉର୍ଦ୍ଧ୍ଵ ଗୁରୁତର
  • ||
  • ମେ' ୨୦ ସୁଦ୍ଧା ଯୁକ୍ତ ଦୁଇ ପରୀକ୍ଷା ଫଳ, ଏବେ ଚୂଡ଼ାନ୍ତ ପର୍ଯ୍ୟାୟରେ ପ୍ରକ୍ରିୟା
  • ||
  • କାଳବୈଶାଖୀ ଆସିବ, ଆଶ୍ୱସ୍ତି ଦେବନି: ୬ ଦିନ ପର୍ଯ୍ୟନ୍ତ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ସମ୍ଭାବନା କମ୍
  • ||

'ରେଡ ୨' ବକ୍ସ ଅଫିସ୍‌ କଲେକ୍ସନ: ପ୍ରଥମ ଦିନରେ ୧୮ କୋଟି ପାର

Published By : prameya | May 2, 2025 1:27 PM

ମୁମ୍ବାଇ,୦୨/୦୫:ଗତକାଲି ରିଲିଜ ହୋଇଯାଇଛି ଅଜୟ ଦେବଗନଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ 'ରେଡ୍ ୨' । ଅଜୟ ଦେବଗନ ୨୦୧୮ର ହିଟ୍ ଫିଲ୍ମ ରେଡ୍‌ର ସିକ୍ୱେଲ୍ ସହିତ ପୁଣି ଥରେ ବଡ଼ ପରଦାକୁ ଫେରିଛନ୍ତି । ତେବେ ଫିଲ୍ମ ରିଲିଜର ପ୍ରଥମ ଦିନରେ  ଫ୍ୟାନ୍ସଙ୍କଠାରୁ ଭଲ ପ୍ରତିକ୍ରିୟା ମିଳିଥିବା ବେଳେ  ମୋଟା ଅଙ୍କର କଲେକ୍ସନ ମଧ୍ୟ କରିଛି ।

ତେବେ 'ରେଡ୍ ୨'  ମୁକ୍ତିଲାଭର ପ୍ରଥମ ଦିନରେ ହିଁ ଏହି ଚଳଚ୍ଚିତ୍ରକୁ ସଞ୍ଜୟ ଦତ୍ତଙ୍କ "ଦ ଭୂତନି", "ସାଉଥ୍"ର "ରେଟ୍ରୋ" ଏବଂ "ହିଟ୍ ୩" ଏବଂ ହଲିଉଡର "ଥଣ୍ଡରବୋଲ୍ଟ" ସହ ଟକ୍କର ଦେଉଛି । ଏହାରି ମଧ୍ୟରେ ବି ଅଜୟ ଦେବଗନ ବକ୍ସ ଅଫିସରେ ଧମାକା କରିବାରେ ସଫଳ ହୋଇଥିଲେ ଏବଂ 'ରେଡ୍ ୨' ରିଲିଜ୍ ହେବାର ପ୍ରଥମ ଦିନରେ ହିଁ ହିଟ୍ ହୋଇଛି । ସାକନିକଙ୍କ ପ୍ରାରମ୍ଭିକ ଟ୍ରେଣ୍ଡ ରିପୋର୍ଟ ଅନୁଯାୟୀ, 'ରେଡ୍ ୨' ରିଲିଜର ପ୍ରଥମ ଦିନରେ ୧୮.୨୫ କୋଟି ଟଙ୍କା ରୋଜଗାର କରିଛି । 'ରେଡ୍ ୨' ରିଲିଜ୍ ହେବାର ପ୍ରଥମ ଦିନରେ ବକ୍ସ ଅଫିସରେ ଧମାକା ସୃଷ୍ଟି କରିଛି । ଏହା ସହିତ, ଫିଲ୍ମଟି 'ଛାବା' ,'ସିକନ୍ଦର' ପରେ ୧୮.୨୫ କୋଟି ଆୟ ସହ 'ରେଡ ୨' ୨୦୨୫ ବର୍ଷର ତୃତୀୟ ସର୍ବାଧିକ ଆୟକାରୀ ଫିଲ୍ମ ହୋଇଛି । 'ରେଡ୍ ୨' ରିଲିଜ୍ ହେବା ମାତ୍ରେ ଅନେକ ରେକର୍ଡ ସୃଷ୍ଟି କରିଛି । ଏହି ଫିଲ୍ମଟି ୨୦୨୫ ମସିହାର କେବଳ ଗୋଟିଏ କି ଦୁଇଟି ନୁହେଁ ବରଂ ୧୪ଟି ଫିଲ୍ମର ପ୍ରଥମ ଦିନର କଲେକ୍ସନକୁ ପଛରେ ପକାଇ ଦେଇଛି ।

ପ୍ରକାଶ ଥାଉକି, 'ରେଡ୍୨'ର ନିର୍ଦ୍ଦେଶନା ରାଜ କୁମାର ଗୁପ୍ତା ଦେଇଛନ୍ତି ଏବଂ ପାନୋରାମା ଷ୍ଟୁଡିଓ ଏବଂ ଟି-ସିରିଜ୍ ଦ୍ୱାରା ପ୍ରଯୋଜିତ । ଏହି ଚଳଚ୍ଚିତ୍ରରେ ଅଜୟ ଦେବଗନ, ରିତିଶ ଦେଶମୁଖ, ଭାନି କପୁର ଏବଂ ସୌରଭ ଶୁକ୍ଲା ପ୍ରମୁଖ ଅଭିନୟ କରିଛନ୍ତି । ଏହା ୨୦୧୮ରେ ମୁକ୍ତିଲାଭ କରିଥିବା 'ରେଡ୍'ର ସିକ୍ୱେଲ୍, ଯେଉଁଥିରେ ସୌରଭ ଶୁକ୍ଲା ଜଣେ ଦୁର୍ନୀତିଗ୍ରସ୍ତ ନେତାଙ୍କ ଭୂମିକାରେ ଅଭିନୟ କରିଥିଲେ । 


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.