ପ୍ରମୂଖ ଖବର
  • ଭୁବନେଶ୍ୱର : ଏମ୍ସରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ; ଏମ୍ସର ନିର୍ଦ୍ଦେଶକଙ୍କ ସହ କରିଲେ ଆଲୋଚନା
  • ||
  • FM କଲେଜରେ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ ଘଟଣା; ପୀଡ଼ିତାଙ୍କ ପରିବାରକୁ ଭେଟିବେ ମୁଖ୍ୟମନ୍ତ୍ରୀ
  • ||
  • ରାଜ୍ୟସଭାକୁ ୪ ମନୋନୀତ, ମନୋନୀତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
  • ||
  • ବାଲେଶ୍ବର: ଟ୍ରକ୍‌ ଧକ୍କାରେ ଓଲଟି ପଡ଼ିଲା ବସ୍‌, ୨୦ରୁ ଉର୍ଦ୍ଧ୍ୱ ଗୁରୁତର
  • ||
  • ଏନ୍‌ସିଇଆର୍‌ଟି ବିଏଡ୍‌ ପ୍ରବେଶିକା ପରୀକ୍ଷା, ଆଜି ରାଜ୍ୟର ୪୪ କେନ୍ଦ୍ରରେ ୨୨ ହଜାର ଛାତ୍ରଛାତ୍ରୀ ଦେବେ ପରୀକ୍ଷା
  • ||
  • ସୋମବାର ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି: ଆଜି ପୁଲିସର କାର୍‌କେଡ୍‌ ରିହର୍ସାଲ, ଜଗିବେ ୫୦ ପ୍ଲାଟୁନ୍‌ ଫୋର୍ସ
  • ||
  • ଗାଜା ଉପରେ ଇସ୍ରାଏଲର ଭୟଙ୍କର ହମଲା, ୧୧୦ ପାଲେଷ୍ଟାନୀୟ ମୃତ
  • ||
  • ୧୬ରେ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସମ୍ଭାବନା, ଆଜି ବର୍ଷା ନେଇ ଅଧା ଓଡ଼ିଶାକୁ ୟେଲୋ ଓ୍ବାର୍ଣ୍ଣିଂ
  • ||

ନକଲି ଇଞ୍ଜିନ ଅଏଲ କାରଖାନାରେ ଚଢ଼ାଉ, ଜଣେ ଗିରଫ

Published By : Suraj Kumar | February 15, 2025 6:10 PM

ଭୁବନେଶ୍ବର, ୧୫।୨ : କଟକ କାନପୁର ଅଞ୍ଚଳରେ ଦୀର୍ଘ ଦିନ ଧରି ଚାଲିଥିବା ଏକ  ନକଲି ଇଞ୍ଜିନ ଅଏଲ କାରଖାନାରେ ପୋଲିସ ଚଢାଉ କରି  ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ଜଣକ ହେଲେ କାନପୁର ଅଞ୍ଚଳର ଜଗନ୍ନାଥ ସାହିର ବିକାଶ ସାହୁ ।

 ଜଗନ୍ନାଥ ସାହିର ବିକାଶ ସାହୁ  ନିଜ ଘରେ ପୋଡା ନକଲି ଇଞ୍ଜିନ ଅଏଲକୁ ରିଫାଇନିଂ କରୁଥିଲା। ସେଥିରେ ବିଭିନ୍ନ ନାମୀଦାମୀ କମ୍ପାନୀର ନକଲି ଲୋଗୋ ଲଗାଇ  ବଜାରକୁ ବିକ୍ରି ପାଇଁ ଛାଡୁଥିଲେ। ଖବର ପାଇ ପୋଲିସ ଚଢାଉ କରି ବିପୁଳ ପରିମାଣର  ନକଲି ଇଞ୍ଜିନ ଅଏଲ ଜବତ କରିଥିଲା।ଏଥିସହ ଅଭିଯୁକ୍ତଙ୍କ ନିକଟରୁ ନଗଦ ତିନି ଲକ୍ଷ ଟଙ୍କା ଜବତ କରିଛି। କାନପୁର ପୋଲିସ ଅଭିଯୁକ୍ତକୁ ଗିରଫ କରି ଅଧିକ ତଦନ୍ତ ଜାରି ରଖିଛି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.