କରଞ୍ଜିଆ, ୧୫/୦୯: ବେଆଇନ ଭାବେ ଚାଲିଥିଲା ବାଣ କାରଖାନା । ଖବର ପାଇ ଅତର୍କିତ ଭାବେ ଚଢାଉ କଲା ପୁଲିସ ।ଏହି ଚଢାଉରେ ବିପୁଳ ପରିମାଣର ବାଣ ଓ ବିସ୍ଫୋରକ ସାମଗ୍ରୀ ଜବତ ହୋଇଛି । ଏହି ଘଟଣାରେ ସମ୍ପୃକ୍ତ ଥିବା ୩ ଜଣଙ୍କୁ ଅଟକ ରଖିଛି ପୋଲିସ ।

ସୂଚନା ମୁତାବକ, କିଛି ଦିନ ପୂର୍ବରୁ ମୟୁରଭଞ୍ଜ ଜିଲ୍ଲା ବଡ଼ସାହି ଥାନା ଭିମଦା ଗାଁରେ ବାଣ ବିସ୍ଫୋରଣ ହୋଇଥିଲା । ଯାହାପରେ ଆକ୍ସନ ମୋଡ଼କୁ ଆସିଛି କରଞ୍ଜିଆ ପୁଲିସ । କରଞ୍ଜିଆ ଥାନା କୁରୁଳିଆ ଗାଁରେ ବେଆଇନ୍ ଭାବେ ବାଣ ଭିଡ଼ା ହେଉଥିବାର ଖବର ପାଇଥିଲା ପୁଲିସ । ଏହାପରେ କରଞ୍ଜିଆ ପୁଲିସ ଅତର୍କିତ ଭାବେ ତିନୋଟି ବାଣ କାରଖାନା ଉପରେ ଚଢାଉ କରିଥିଲା । ଏହି ଚଢାଉରେ ବିପୁଳ ପରିମାଣର ବାଣ ଏବଂ ବିସ୍ଫୋରକ ସାମଗ୍ରୀ ଜବତ କରିଛି ପୁଲିସ । ଏହାସହ ତିନି ଜଣଙ୍କୁ ଅଟକ ରଖି ତଦନ୍ତ ଜାରି ରଖିଛି କରଞ୍ଜିଆ ପଲିସ ।